ଭୁବନେଶ୍ୱର, ୨୮/୦୪: ଆଠମଲ୍ଲିକ ଅବକାରୀ ବିଭାଗକୁ ମିଳିଲା ସଫଳତା । ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ଗଞ୍ଜେଇ ଚାଲାଣକାରୀ ଦୁଇ ଜଣ ବୌଦ୍ଧ ଜିଲ୍ଲାର ସୁରଥ ଉର୍ମା ଓ ବିହାର ରାଜ୍ୟର ଭାକିଲ ବିଣ୍ଡ ବୋଲି ଜଣା ପଡିଛି ।
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଆଠମଲ୍ଲିକ ଦେଇ ଅନୁଗୁଳ ଭୁବନେଶ୍ୱର ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି । ତେବେ ସୋମବାର ଏକ ପିକଅପ୍ ଗାଡ଼ିରେ ପରିବା ସହ ୫୫ କେଜି ଗଞ୍ଜେଇ ତାଲାଣ ହେଉଥିଲା । ଏନେଇ ଖବର ପାଇ ମହାନଦୀ ରାସ୍ତା ନିକଟରେ ଦୁଇ ଜଣ ଙ୍କୁ ଧରିଛି ଅବକାରୀ ଟିମ୍ । ତାଙ୍କ ପାଖରୁ ୫୫ କେଜି ୭୩୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି ।