ଅନୁଗୁଳ,୨୬/୩ : ପୂର୍ବରୁ ଶିଳ୍ପଜିଲ୍ଲା ଅନୁଗୁଳରେ ପୁଅମାନଙ୍କ ତୁଳନାରେ ଝିଅଙ୍କ ହାର କମ୍ ଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୟୋଚିତ ବିଭିନ୍ନ ପଦକ୍ଷେପ ସାଙ୍ଗକୁ ଅଲଟ୍ରାସାଉଣ୍ଡ୍ କ୍ଲ ିନିକ୍ ଉପରେ ତୀକ୍ଷ୍ଣ ନଜର ରହୁଥିବାରୁ ସ୍ଥିତିରେ ପରିବର୍ତ୍ତନ ଆସିଛି । ଏବେ ଜିଲ୍ଲାରେ ପୁଅମାନଙ୍କ ତୁଳନାରେ ଝିଅଙ୍କ ଜନ୍ମହାର ଯଥେଷ୍ଟ ବୃଦ୍ଧି ପାଇଛି । ବୁଧବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଓ କନ୍ୟାଭୃଣ ହତ୍ୟା ନିରାକରଣ ତଥା ବେଟି ବଚାଓ ବେଟି ପଢ଼ାଓ ସଚେତନତା କର୍ମଶାଳାରେ ଏହି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପତାକା ଦେଖାଇ ଏହାର ଉଦ୍ଘାଟନ କରିଥିଲେ । ଏଥିରେ ଜିଲ୍ଲାର ଜିଲ୍ଲାରେ ପୁଅଙ୍କ ତୁଳନାରେ ବଢ଼ିଛି ଝିଅ ଜନ୍ମ ହାର ବିଭିନ୍ନ ବ୍ଲକ୍ରୁ ଶତାଧିକ ସଂଖ୍ୟାରେ ଅଙ୍ଗନବାଡି କର୍ମୀ, ସିଡିପିଓ, ସୁପରଭାଇଜର, ଆଶା କର୍ମୀ, ମିଶନ ଶକ୍ତି, ସ୍ୱେଚ୍ଛାସେବୀ, ସ୍କୁଲ ଓ କଲେଜ ଛାତ୍ରୀ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ଦେଇଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହେଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୁଣ ହତ୍ୟା କିଭଳି ସମାଜରେ ଅସନ୍ତୁଳନ ସୃଷ୍ଟି କରୁଛି ସେ ବିଷୟରେ ସଚେତନ କରାଇଥିଲେ । ଏହା ଏକ ସାମାଜିକ ସମ୍ବେଦନଶୀଳ ସମସ୍ୟା । ଏହାର ସମାଧାନ ପାଇଁ ଦୀର୍ଘ ସମୟ ଲାଗି ଯାଇଥାଏ । ଆମକୁ ଏଥିପାଇଁ ଏବେଠୁ ସଜାଗ ରହିବାକୁ ପଡିବ । ଏବେ ଏହି କ୍ଷେତ୍ରରେ ସମଗ୍ର ରାଜ୍ୟରେ ଅନୁଗୁଳ ଜିଲ୍ଲା ବେଶ୍ ଆଗରେ ଅଛି । ଆମକୁ ଏହିସ୍ଥିତି ବଜାୟ ରଖିବାକୁ ପଡ଼ିବ । ଏହା ଏକ ଟିମ୍ ୱାର୍କ ଏବଂ ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି ବିଭାଗର କର୍ମକର୍ତ୍ତା ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସମାଜରେ ମା’ ବିନା ପରିବାରର ସ୍ଥିତି ନାହିଁ। ଆମେ ମା’ ପାଇଁ ହିଁ ସମାଜରେ ଠିଆ ହୋଇଛେ ବୋଲି ପ୍ରକାଶ କରିଥିଲେ । ଡାକ୍ତର ରବୀନ୍ଦ୍ର ନାଥ ପାତ୍ର ଏହାର ବୈଷୟିକ ଦିଗକୁ ଉଜାଗର କରି ଏହାର ଆଇନ୍ଗତ ପ୍ରାବଧାନ ସମ୍ବନ୍ଧରେ ସୂଚନା ଦେଇଥିଲେ ।