ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ମଠେଇଛି ତାଳଚେର ବିମଳାଗଡ଼ ରେଲୱେ କାମ; ପ୍ରକଳ୍ପର ଅଗ୍ରଗତି ନେଇ ସଂସଦରେ ରୁଦ୍ରଙ୍କ ପ୍ରଶ୍ନ

Published By : Prameya | March 26, 2025 11:30 PM

ଅନୁଗୁଳ,୨୬/୩ : ନିର୍ମାଣାଧୀନ ତାଳଚେର-ବିମଳାଗଡ଼ ରେଲୱେ ପ୍ରକଳ୍ପ କାମ ମନ୍ଥର ଗତିରେ ଚାଲିଛି । ମାସ ପରେ ମାସ ବିତୁଥିଲେ ହେଁ ନିର୍ମାଣ କାର୍ଯ୍ୟ ଶେଷ ହେଉନଥିବା ବେଳେ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରଶ୍ନ ଉଠାଇଛନ୍ତି ଢେଙ୍କାନାଳ ରୁଦ୍ର ନାରାୟଣ ପାଣି । ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ବିଳମ୍ବ ହେବାର କାରଣ କ’ଣ? କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରକାର କେଉଁ ପଦକ୍ଷେପ ନେଇଥିବା ବେଳେ କେବେ ସୁଦ୍ଧା ଶେଷ ହେବାର ସମ୍ଭାବନା ଅଛି ବୋଲି ଶ୍ରୀ ପାଣି ସଂସଦରେ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲିଖିତ ଉତ୍ତରରେ କହିଛନ୍ତି, ତାଳଚେରଠାରୁ ବିମଳଗଡ଼ ୧୫୦ କିଲୋମିଟର ନୂଆ ରେଳ ଧାରଣା କାମ ଚାଲିଛି । 

ଏଥିପାଇଁ ୧୯୨୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଳଚେର-ପରାବିଲ୍‌ ୩୪ କିଲୋମିଟର କାର୍ଯ୍ୟକ୍ଷମ କରାଯାଇଥିବା ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି । ସେହିପରି ପରାବିଲ୍‌-ପାଳଲହଡା ୪୩ କିଲୋମିଟର ସେକ୍ସନରେ ଆବଶ୍ୟକ ଜମି ସରକାରଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଛି । ଏହି କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ପାଳଲହଡା-ମହୁଲଡିହା ପର୍ଯ୍ୟନ୍ତ ୪୧ କିଲୋମିଟର ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଜମି ଅଧିଗ୍ରହଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି । ଏଥିସହିତ ଜମି ଅଧିଗ୍ରହଣରେ ବିଳମ୍ବ, ଜଙ୍ଗଲ ବିଭାଗର ଅଧିକାରୀଙ୍କ ଦ୍ୱାରା ଜଙ୍ଗଲ ମଞ୍ଜୁରୀ ଭଳି ଏକାଧିକ କାରଣରୁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହୋଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.