ଅନୁଗୁଳ,୨୬ା୩(ବ୍ୟୁରୋ): ସହର ଉପକଣ୍ଠ କୁମଣ୍ଡ ଗାଣ୍ଡୁ ପଡ଼ିଆ ନିକଟରେ ଜବରଦଖଲକାରୀଙ୍କ କବ୍ଜାରେ ଏକର ଏକର ସରକାରୀ ଜମି । ଜଗିବାକୁ କି କହିବାକୁ କେହି ନଥିବାରୁ ସରକାରୀ ଜମି ମାଡ଼ି ବସିବାକୁ ସତେ ଯେମିତି ପ୍ରତିଯୋଗିତା ଲାଗିଛି । ସେପଟେ ଶିକ୍ଷକପଡ଼ା ସାଇମନ୍ଦିର ପଛ ପାଶ୍ୱର୍ ଗୋଚର ଜମିର ସ୍ଥିତି ଆହୁରି ସଙ୍ଗୀନ୍ । ୨୫ ଏକରରୁ ଊଦ୍ଧ୍ୱର୍ ସରକାରୀ ଜମି ମାଡ଼ି ବସିଛନ୍ତି ଜବରଦଖଲକାରୀ । କେବଳ କବ୍ଜା କରିନାହାନ୍ତି ସରକାରୀ ଜମିକୁ ବିକ୍ରି କରୁଛନ୍ତି ଜମି ମାଫିଆ କରି ଭଲ କମାଣି ମଧ୍ୟ କରୁଛନ୍ତି । ‘ଭାତ ହାଣ୍ଡିରୁ ଗୋଟିଏ’ ଭଳି କେବଳ କୁମଣ୍ଡ କି ଶିକ୍ଷକପଡ଼ା ସାଇମନ୍ଦିର ପଛ ପଶ୍ୱର୍ ନୁହଁ, ଜିଲ୍ଲାର ଶହ ଶହ ଏକର ସରକାରୀ ଜମି ବର୍ଷ ବର୍ଷ ଧରି ମାଡ଼ି ବସିଛନ୍ତି ଜବରଦଖଲକାରୀ । ସରକାରୀ ତଥ୍ୟ ମୁତାବକ, ଅନୁଗୁଳ ଜିଲ୍ଲାର ମୋଟ୍ ୮୦ ହଜାର ୧୪୭ ଏକର ଗୋଚର ଜମି ରହିଛି । ଏଥିରୁ ୩୩୮ ଏକର ଜମି ଦରରେ ସରକାରୀ ଜମି ବିକ୍ରି ହେଉଛି । ଏଭଳି ସ୍ଥିତିରେ କିଛି ଜମି ମାଫିଆ ସରକାରୀ ଜମିକୁ ପ୍ଲଟିଂ କରି ବିକ୍ରି କରିବାରେ ଲାଗି ପଡିଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଜବରଦଖଲ ଉପରେ ବୁଲଡୋଜର ବୁଲିବ ବୋଲି ଘୋଷଣା କରିଥିଲେ । ମାତ୍ର ଇତିମଧ୍ୟରେ ୮ ମାସରୁ ଅଧିକ ସମୟ ଜବରଦଖଲରେ ରହିଛି ।
ସେହିପରି ଜିଲ୍ଲାରେ ୨ ଲକ୍ଷ ୪୮ ହଜାର ୫୧୩ ଏକର ଅନାବାଦି ଜମି ରହିଥିବା ବେଳେ ଏଥିରୁ ୨୨୬ ଏକର ଜମି ଜବରଦଖଲକାରୀ ମାଡ଼ି ବସିଛନ୍ତି । ଅପରପକ୍ଷରେ ଜିଲ୍ଲାରେ ୭୯ ହଜାର ୮୦୮ ଏକର ଚାରଣ ଜମି ରହିଥିବା ରାଜସ୍ୱ ମନ୍ତ୍ରୀ ତଥ୍ୟ ରଖିଛନ୍ତି । ବିଧାନସଭାର ଏହି ତଥ୍ୟରେ ଜିଲ୍ଲାର ମୋଟ୍ ୫୬୪ ଏକର ସରକାରୀ ଜମି ଜବରଦଖଲରେ ଥିବା କୁହାଯାଉଛି । କିନ୍ତୁ, ବାସ୍ତବ ସ୍ଥିତି ଭିନ୍ନ, ସରକାରୀ ତଥ୍ୟଠାରୁ ଢେର୍ ଅଧିକ ଜମି ଜବରଦଖଲକାରୀ ମାଡ଼ି ବସିଛନ୍ତି । ଭିନ୍ନ ଭିନ୍ନ ସମୟରେ ସରକାରୀ ସର୍ଭେ ହେଉଥିବା ବେଳେ ଜିଲ୍ଲାର ହଜାର ହଜାର ଏକର ସରକାରୀ ଜମି ଜବରଦଖଲରେ ରହିଛି । ଯାହାକି ଉଚ୍ଛେଦ କରିବା କଷ୍ଟକର ବୋଲି ରାଜସ୍ୱ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସରକାରୀ ଜମି ଉପରେ କିଏ ବଡ଼ ବଡ଼ କୋଠା ନିର୍ମାଣ କରିଛି ତ ଆଉ କିଏ ଚାଷ କାର୍ଯ୍ୟରେ ବ୍ୟବହାର କରୁଛି । ଶିଳ୍ପ ଜିଲ୍ଲାରେ ଜାଗା ଦର ଆକାଶଛୁଆଁ ହୋଇଥିବାରୁରୁ ଅପେକ୍ଷାକୃତ ସ୍ୱଳ୍ପ ବିତିଥିଲେ ହେଁ ଜବରଦଖଲକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୂନ । ସରକାରୀ ଜମିକୁ ମୁକ୍ତ କରିବାକୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉନଥିବାରୁ ଦିନକୁ ଦିନ ଜବରଦଖଲ ଲାଙ୍ଗୁଡ଼ ଲମ୍ବି ଚାଲିଛି ।
ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଉଦୟ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ, ଜବରଦଖଲ ଉଚ୍ଛେଦ ଜାରି ରହିଛି । ତୁରନ୍ତ ଆବଶ୍ୟକ ଥିବା ଜମି ଯୁଦ୍ଧକାଳୀନ ଭିତ୍ତିରେ ଜବରଦଖଲ ମୁକ୍ତ କରାଯାଉଥିବା ବେଳେ ଅନ୍ୟ ଜବରଦଖଲକୁ ଠିକ୍ ପ୍ରକ୍ରିୟାରେ ଉଚ୍ଛେଦ କରାଯାଉଛି