ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଇଚ୍ଛା ବିରୋଧରେ ବିବାହ: ପ୍ରେମିକଠୁ ଖବର ପାଇ ଉଦ୍ଧାର କଲା ପୁଲିସ୍‌, ବେଦିରୁ ଉଠି ଆସିଲେ କନିଆ

Published By : Prameya | March 8, 2025 11:15 AM

ଅନୁଗୁଳ, ୦୮/୦୩: ଯୁବତୀଙ୍କ ପ୍ରେମକୁ ସ୍ୱୀକାର କଲେନି ପରିବାର ଲୋକ । ଇଚ୍ଛା  ବିରୋଧରେ ଅନ୍ୟ ଜଣେ ଯୁବକଙ୍କ ସହ ଚାଲିଥିଲା ବିବାହ । ହେଲେ ନିଜର ପ୍ରେମକୁ ସାକାର କରିବାକୁ ଯୋଜନା କଲେ ଯୁବତୀ । ପ୍ରେମିକ ସହିତ ହାତ ମିଳାଇ ଫୋନ୍‌  କରିଦେଲେ ପୁଲିସ୍‌କୁ। ବିବାହ ଚାଲିଥିଲା ବେଳେ ଅତର୍କିତ ଭାବେ ପୁଲିସ୍‌ ପହଞ୍ଚି ବାରୁ ବେଦିରୁ ଉଠି ଆସିଲେ ଯୁବତୀ । ପରିବାର ଲୋକ ଇଚ୍ଛା ବିରୋଧରେ ବାହାଘର କରୁଛନ୍ତି  ବୋଲି ନିର୍ଭୀକ ହୋଇ ଅଭିଯୋଗ କଲେ । ଫଳରେ ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣି  ପଚରାଉଚୁରା କରୁଛି ପୁଲିସ୍‌। ଅନୁଗୁଳ ସହର ଉପକଣ୍ଠ ଚଣ୍ଡୀଖମଣ ଶିବ ମନ୍ଦିରଠାରେ ଶୁକ୍ରବାର ଘଟିଥିବା ଏହି ଘଟଣା ଚର୍ଚ୍ଚାର  ବିଷୟ ହୋଇଛି । ବର ବେଶରେ ଆସିଥିବା ଯୁବକ ଶିଶୁପାଳ ହୋଇ ଫେରିଥିବା ବେଳେ ଯୁବତୀଙ୍କୁ ଥାନାରେ ପୁଲିସ୍‌ ବୁଝାସୁଝା କରୁଛି ।  

ସୂଚନା ମୁତାବକ, ଯୁବତୀଙ୍କ ଘର କିଶୋରନଗର ବ୍ଲକ୍‌ରେ । ବାପା-ମା’ର ଏହି ଜ୍ୟେଷ୍ଠ କନ୍ୟା କଳା ବିଭାଗର ସ୍ନାତକୋତ୍ତର  ଛାତ୍ରୀ । ଘରକୁ ଯା’ଆସ ଭିତରେ ଗାଁ’ ପାଖ ଜଣେ ସମ୍ପର୍କୀୟ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସମ୍ପର୍କ ନିବିଡ଼ ହୋଇଥିଲା ।  ଉଭୟ ପରସ୍ପରକୁ ବିବାହ କରିବାକୁ ସ୍ଥିର କରିନେଇଥିଲେ । ମାତ୍ର ଯୁବତୀଙ୍କ ପରିବାର  ଲୋକ ସେମାନଙ୍କ ପ୍ରେମକୁ ସମ୍ମତି ଜଣାଇଲେନି ।  ବରଂ ଯୁବତୀଙ୍କୁ ଅନ୍ୟତ୍ର ବିବାହ ପାଇଁ  ବୁଝାଇଥିଲେ । ତିନି ମାସ ତଳୁ ବଅଁରପାଳ ବ୍ଲକ୍‌ ଅଞ୍ଚଳର ଜଣେ ଯୁବକଙ୍କ ସହିତ ବିବାହ ଲଗ୍ନ ସ୍ଥିର ହୋଇଥିଲା । ଯୁବତୀଙ୍କ ବିବାହ ଠିକ୍‌ ହୋଇଥିବା ଜାଣିବା ପରେ ପ୍ରେମିକ ପରିବାର ଲୋକଙ୍କୁ ଧରି ତାଙ୍କ ଘରେ ପହଞ୍ଚିଥିଲେ । ମାତ୍ର ଯୁବତୀଙ୍କ ପରିବାର ଲୋକ ରାଜି ହୋଇନଥିଲେ । 

ସେପଟେ  ଯୁବତୀଙ୍କୁ ବୁଝାସୁଝା କରି ବଅଁରପାଳ ଅଞ୍ଚଳର ଯୁବକଙ୍କ ସହ ବିବାହ କରିବାକୁ କୌଣସିମତେ ରାଜି କରାଇଥିଲେ । କାଳେ ପ୍ରେମିକ ବିବାହରେ  କେଁ’ ସାଜିବେ, ତେଣୁ ଗାଁ’ଠୁ ଦୂର ଅନୁଗୁଳ ସହର ଉପକଣ୍ଠ ଚଣ୍ଡୀଖମଣ ମନ୍ଦିରରେ ବିବାହ ପ୍ରସ୍ତୁତି ହୋଇଥିଲା । ମଧ୍ୟାହ୍ନରେ ବିବାହ ଭୋଜି ଚାଲିଥିଲା । ବରଯାତ୍ରୀ ପହଞ୍ଚି ସାରିଥିଲେ । ଏତିକି ବେଳେ ପ୍ରେମିକ ‘୧୧୨’କୁ ଫୋନ୍‌ କରି  ପୁଲିସ୍‌କୁ ଯୁବତୀଙ୍କ ଇଚ୍ଛା ବିରୁଦ୍ଧରେ ବାହାଘର ହେଉଥିବା ଅଭିଯୋଗ କରିଥିଲେ । ଫୋନ୍‌ କଲ୍‌  ପାଇ ପୁଲିସ୍‌ ଚଣ୍ଡୀଖମଣ ମନ୍ଦିରରେ ପହଞ୍ଚି  ପରିସ୍ଥିତି ଅନୁଧ୍ୟାନ କରିଥିଲା । ପୁଲିସ ଦେଖି ଯୁବତୀ ବେଦିରୁ ଉଠି ଆସିବା ସହ ସେ ଏହି  ବିବାହରେ ରାଜି ନଥିବା ଖୋଲାଖୋଲି ପ୍ରକାଶ କରିଥିଲେ । ଫଳରେ ପୁଲିସ୍‌ ତାଙ୍କୁ ଉଦ୍ଧାର  କରି ଥାନାକୁ ଆଣିଥିଲା । ଥାନାରେ ଯୁବତୀଙ୍କୁ  ବୁଝାସୁଝା କରିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.