ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ବାଟ ଖୋଜୁଛି ବାଟବଣା ଯୋଜନା, ପାଣ୍ଠି ଦେଲେନି ସରକାର, ଚିନ୍ତାରେ ଠିକାଦାର…

Published By : Prameya | March 29, 2025 12:10 AM

ଅନୁଗୁଳ,୨୮/୩ : ସରକାରୀ ଅନୁମୋଦନ ମିଳିନଥିଲା, କି ବିଧିବଦ୍ଧ ଭାବେ ଚିଠି ମଧ୍ୟ ଆସିନଥିଲା। ମୌଖିକ ନିର୍ଦ୍ଦେଶରେ ଆରମ୍ଭ କରିଦେଲେ ପ୍ରକଳ୍ପ । ଗୋଟିଏ କି ଦୁଇଟି ନୁହଁ, ୫ଟି ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲା। ମାତ୍ର ସରକାର ପ୍ରକଳ୍ପ ପାଇଁ ପାଣ୍ଠି ଦେଲେନି। ଫଳରେ ଅଧାରୁ ଠପ୍‌ ହୋଇଗଲା କାମ। ଅନୁଗୁଳ ପୌରାଞ୍ଚଳରେ ଅଧପନ୍ତରିଆ ଅବସ୍ଥାରେ ପ଼ଡିଥିବା ୱାର୍ଡ ଅଫିସ୍‌ର ସ୍ଥିତି ଏମିତି। ଦୁଇ ବର୍ଷ ହେଲା ବାଟବଣା ହୋଇଥିବା ଏହି ଯୋଜନା ବାଟ ଖୋଜୁଛି। କୋଠା ନିର୍ମାଣ କରିଥିବା ଠିକାଦାର ଟଙ୍କାଟିଏ ନପାଇ ପ୍ରମାଦ ଗଣୁଥିବା ବେଳେ ଅଧଖଣ୍ଡିଆ ହୋଇ ପଡ଼ିଥିବା ପ୍ରକଳ୍ପ ସବୁ ନିଜସ୍ୱ ପାଣ୍ଠିରେ ନିର୍ମାଣ ସାରିବାକୁ ପୌରପାଳିକା ନିଷ୍ପତ୍ତି ନେଇଛି । ୱାର୍ଡ୍‌ ସମସ୍ୟା ସମାଧାନ ହେବ ୱାର୍ଡ୍‌ରେ । ପୌର କାର୍ଯ୍ୟାଳୟକୁ ଧାଇଁବାକୁ ପଡ଼ିବନି କି ଆପତ୍ତି ଅଭିଯୋଗ କରିବାକୁ ଲମ୍ବା ଲାଇନ୍‌ରେ ବି ଛିଡ଼ା ହେବାକୁ ପଡିବନି । ଲୋକଙ୍କ ପାଖକୁ ଯିବ ପ୍ରଶାସନ। ପ୍ରତି ୱାର୍ଡରେ ଖୋଲିବ ୱାର୍ଡ ଅଫିସ୍‌। ଏଭଳି ମହତ୍‌ ଉଦ୍ଦେଶ୍ୟ ରଖି ୨୦୧୯ ମସିହାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ ରାଜ୍ୟ ସରକାର। ମାତ୍ର ପ୍ରତି ୱାର୍ଡ‌ରେ ପୌରପାଳିକାର ନିଜସ୍ୱ କୋଠା ନଥିବାରୁ ଏହି ଯୋଜନା ବିଫଳ ହୋଇଥିଲା। ୨୦୨୩ରେ ପୁଣିଥରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। 

ପ୍ରତି ୱାର୍ଡ୍‌ରେ ସ୍ୱତନ୍ତ୍ର ୱାର୍ଡ୍‌ ଅଫିସ୍‌ ନିର୍ମାଣ କରିବା ସହିତ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ଏହାକୁ ପରିଚାଳନା କରିବାକୁ ଯୋଜନା କରିଥିଲେ। ବୈଠକରେ ଏହା ନିଷ୍ପତ୍ତି ହୋଇଥିଲେ ହେଁ ସରକାରୀ ଅନୁମୋଦନ ପାଇନଥିଲା। ଏହି ପ୍ରକଳ୍ପ ଆରମ୍ଭ କରିବାକୁ କୌଣସି ବିଧିବଦ୍ଧ ଚିଠି କି ପାଣ୍ଠି ଆସିନଥିଲେ ସୁଦ୍ଧା ଅନୁଗୁଳ ପୌରପାଳିକା ଆଗଚଲା ସାଜିଥିଲା। ବିନା ମଞ୍ଜୁରିରେ ବିଭିନ୍ନ ୱାର୍ଡ୍‌ରେ ଠିକାଦାର ଲଗାଇ ୱାର୍ଡ୍‌ ଅଫିସ୍‌ ନିର୍ମାଣ କରିଥିଲା। ଅନୁଗୁଳ ପୌରଞ୍ଚଳର ଅମଲାପଡ଼ା, ବ୍ରାହ୍ମଣୀଦେଈପଡା, କଳିଙ୍ଗ ମାର୍କେଟ୍‌, ହେମସୁରପଡାରେ ୫ଟି ୱାର୍ଡ୍‌ ଅଫିସ୍‌ ନିର୍ମାଣ ହୋଇଛି । କେଉଁଠି ଛାତ ପଡି ପଲସ୍ତରା ହୋଇନାହିଁ ତ ଆଉ କେଉଁଠି ତାଜା ପର୍ଯ୍ୟନ୍ତ କାମ ହୋଇଛି। ଟଙ୍କା ନମିଳିବାରୁ ୨ ବର୍ଷ ହେଲା କାମ ଆଗଉନି । ଅର୍ଦ୍ଧନିର୍ମିତ ଘରଗୁଡ଼ିକ ପରିତ୍ୟକ୍ତ ହୋଇପଡିଛି। କେଉଁଠି ଠିକାଦାର ତାଲା ପକାଇ ରଖିଛନ୍ତି ତ ଆଉ କେଉଁଠି ଅସାମାଜିକଙ୍କ ଆଡ୍ଡା ଜମୁଛି । ବିନା ଅନୁମୋଦନରେ କେବଳ କୋଠା ନିର୍ମାଣ କରାଯାଇନଥିଲା, ଏହାର ପରିଚାଳନା ପାଇଁ ୱାର୍ଡ୍‌ କୋର୍ଡିନେଟର ମଧ୍ୟ ଚୟନ କରାଯାଇଥିଲା । ଗୋଟିଏ ପଟେ ୱାର୍ଡ୍‌ ଅଫିସ୍‌ର ଭାଗ୍ୟ ଅନ୍ଧାରରେ ରହିଥିବା ବେଳେ ୱାର୍ଡ୍‌ କୋର୍ଡିନେଟରଙ୍କ ନିଯୁକ୍ତି ଅନିଶ୍ଚିତତା ମଧ୍ୟରେ ରହିଛି । 

ତେବେ ସହର ମଧ୍ୟରେ ଏହି ଅଧାଗଢ଼ା କୋଠାର ଭବିଷ୍ୟତ ନେଇ ସାଧାରଣରେ ପ୍ରଶ୍ନ ଉଠିବା ପରେ ପୌରପାଳିକାର ନିଦ ଭାଙ୍ଗିଛି । ୱାର୍ଡ୍‌ ଅଫିସ୍‌କୁ ନଷ୍ଟ ନକରି ନିଜସ୍ୱ ପାଣ୍ଠିରୁ କାର୍ଯ୍ୟକ୍ଷମ କରିବାକୁ ପୌର ପାରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ ପୌରପାଳିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୱାର୍ଡ୍‌ ଅଫିସ୍‌ ନିର୍ମାଣ ନେଇ ସରକାରଙ୍କ ପାଖରୁ କୌଣସି ପ୍ରକଳ୍ପ ଆସିନାହିଁ । ପ୍ରତି ୱାର୍ଡ୍‌ରେ ୱାର୍ଡ୍‌ ଅଫିସ୍‌ ହେବା ନେଇ କେବଳ ମୌଖିକ ଭାବେ କୁହାଯାଉଥିବା ବେଳେ ଯୋଜନା ଆସିବ ଭାବି ପୌରପାଳିକା ପକ୍ଷରୁ ୫ଟି ସ୍ଥାନରେ ଅଫିସ୍‌ ନିର୍ମାଣ କରାଯାଇଥିଲା । ଯେହେତୁ କୌଣସି ପ୍ରକଳ୍ପ ଆସିଲା ନାହିଁ, ନିର୍ମାଣକୁ ବନ୍ଦ କରିଦିଆଯାଇଛି । ପ୍ରକଳ୍ପଗୁଡ଼କ ଆରମ୍ଭ ହୋଇଥିବାରୁ ନିଜସ୍ୱ ପାଣ୍ଠିରୁ ନିର୍ମାଣ ଶେଷ କରି କାର୍ଯ୍ୟକ୍ଷମ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.