ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ବିଭାଗର ରେଡ୍, ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ

Published By : Prameya | March 20, 2025 10:40 AM

ଭୁବନେଶ୍ୱର ୨୦/୦୩: ଆୟକର ଫାଙ୍କିବା ପଡିଲା ମହଙ୍ଗା । ଅନୁଗୁଳର ବିଶିଷ୍ଟ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ବଡ଼ ଧରଣର ଆୟକର ଚଢ଼ାଉ । ଅନୁଗୁଳ ସମେତ ତାଳଚେର, କାମାକ୍ଷାନଗର, ଢେଙ୍କାନାଳ, ଭୁବନେଶ୍ୱର ଏବଂ ପୁରୀରେ ଏକକାଳୀନ ରେଡ଼ ହେଉଥିବା ସୂଚନା ମିଳିଛି। ଆଇଟି ବିଭାର ୩ ଜଣିଆ ଟିମ୍ ବ୍ୟବସାୟୀଙ୍କ କରଡ଼ାଗାଡ଼ିଆ ସ୍ଥିତ ଗୋଦାମରେ ଚଢ଼ଉ ଜାରି ରଖିଛିନ୍ତି। ତେବେ ଏନେଇ IT ବିଭାଗର କୌଣସି ଅଫିସର ମତ ଦେବାପାଇଁ ମନା କରି ଦେଇଛନ୍ତି।

ସେହିଭଳି ଗଜପତିରେ ଦୁଇ ବ୍ୟବସାୟୀ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରଯାଇଛି। ପାରଳାଖେମୁଣ୍ଡିର ଦୁଇ ବ୍ୟବସାୟୀ ହେଲେ ତିରୁପତି ସାହୁକାର ଓ ସୋମେଶ୍ୱର ସାହୁକାର। ଆୟକର ବିଭାଗର ୧୨ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ  । ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ହେଉଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.