ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଚଳିତ ଆର୍ଥିକ ବର୍ଷ ୬.୫% ବଢ଼ିବ ଭାରତ, ଅର୍ଥନୀତି ଉପରେ ଯୁଦ୍ଧ ପ୍ରଭାବ କମ୍ : ସିଆଇଆଇ ଅନୁମାନ

Published By : Prameya | May 12, 2025 9:05 AM

ନୂଆଦିଲ୍ଲୀ, ୧୨/୦୫: ଚଳିତ ଆର୍ଥିକ ବର୍ଷ  ଘରୋଇ ବଜାରର ଅଭିବୃଦ୍ଧି ୬.୫% ଛୁଇଁବାର ସମ୍ଭାବନା ରହିଛି । ଯୁଦ୍ଧ ଯୋଗୁ ଦେଶର ଅର୍ଥନୀତି ଉପରେ ସ୍ୱଳ୍ପମିଆଦି ପ୍ରଭାବ ରହିବ ବୋଲି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଅଧ୍ୟକ୍ଷ  ସଞ୍ଜୀବ ପୁରୀ କହିଛନ୍ତି । 

ଶ୍ରୀ ପୁରୀ କହିଛନ୍ତି, ବ୍ୟବସାୟ କ୍ଷେତ୍ରରେ ରହିଥିବା ବିଭିନ୍ନ ପ୍ରତିବନ୍ଧକ ସତ୍ତେ୍ୱ ଦେଶର ରାଷ୍ଟ୍ରୀୟ ହିତକୁ ନଜରରେ ରଖି  ବାଣିଜ୍ୟିକ ଅଂଶୀଦାରଙ୍କ ସହ ଚୁକ୍ତି କରିବା  ଆବଶ୍ୟକତା ରହିଛି ।  ଶକ୍ତି, ପରିବହନ, ଧାତବ, ରସାୟନ ଏବଂ  ହସ୍ପିଟାଲିଟି ଭଳି ବିଭିନ୍ନ କ୍ଷେତ୍ରରେ ଘରୋଇ  ନିବେଶକୁ ଧ୍ୟାନ ରଖିବାକୁ ହେବ । ଯୁଦ୍ଧ ଯୋଗୁ  ଅନିଶ୍ଚିତତା ଲାଗି ରହିଥିବାରୁ ନିବେଶ କ୍ଷେତ୍ରରେ  କିଛି ସମସ୍ୟା ଆସିପାରେ । ଦେଶ ୬.୫% ଜିଡିପି  ଲକ୍ଷ୍ୟ ହାସଲ କରିବାର ଢ଼େର ସମ୍ଭାବନା ରହିଛି ।  

କାରଣ ଭାରତ ଆର୍ଥିକ ଢ଼ାଞ୍ଚା ବେଶ ଦୃଢ଼ ରହିଛି । ଶ୍ରୀ ପୁରୀ କହିଛନ୍ତି, ନିକଟରେ ଆର୍‌ବିଆଇ  ସୁଧହାର ହ୍ରାସ କରିଛି । ମୁଦ୍ରାସ୍ଫୀତି ଏତେଟା ଚିନ୍ତାଜନକ ନୁହେଁ । ଏଥିରେ ସମୟ ସହ ହ୍ରାସ  ହୋଇଛି । ଏପ୍ରିଲ ପହିଲାରୁ ଲୋକଙ୍କୁ ବ୍ୟକ୍ତିଗତ  ଆୟକର କ୍ଷେତ୍ରରେ ରିହାତି ମିଳିଛି । ଗତ ବର୍ଷକୁ  ଦେଖିଲେ ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ  କ୍ଷେତ୍ରରେ ନିବେଶ ବୃଦ୍ଧି ହେଉଛି । ଟ୍ରମ୍ପଙ୍କ ଟାରିଫ ଏବଂ ବିଶ୍ୱ ସ୍ତରର ବାଣିଜ୍ୟିକ କଟକଣା ଯୋଗୁ ବ୍ୟବସାୟ ପାଇଁ ବିଭିନ୍ନ ବାଧା  ରହୁଛି । ଏଭଳି ସ୍ଥିତିରେ ଦେଶର ସ୍ୱାର୍ଥକୁ  ନଜରରେ ରଖି ଦ୍ୱିପାକ୍ଷିକ କାରବାରକୁ ଦେଶ  ଆହୁରି ଦୃଢ଼ କରିବାର ଆବଶ୍ୟକତା ରହିଛି ।  ଆମେରିକା ଏବଂ ୟୁରୋପୀୟ ସଂଘ ଭଳି ଦେଶ  ଗୁଡ଼ିକ ସହ କାରବାର ବେଶ ଗୁରୁତ୍ୱ ରଖେ।  ଏ କ୍ଷେତ୍ରରେ ଦ୍ୱିପାକ୍ଷୀକ ବାଣିଜ୍ୟ ଚୁକ୍ତି ଅତ୍ୟନ୍ତ  ଗୁରୁତ୍ୱପୂର୍ଣ୍ଣ । 

ସେହିଭଳି ବିଭିନ୍ନ କ୍ଷେତ୍ରରେ ପ୍ରତିସ୍ଫର୍ଦ୍ଧା  ବଢ଼ାଇବା ଲାଗି ତ୍ରିସ୍ତରୀୟ ସଂରଚନା ନିର୍ମାଣ  କରିବା ଲାଗି ଶ୍ରୀ ପୁରୀ ପରାମର୍ଶ ଦେଇଛନ୍ତି ।  କୃଷି,ଜଳବାୟୁ, ପରିବର୍ତ୍ତନ ଏବଂ ଶିଳ୍ପ ଅନୁକୂଳ  ବାତାବରଣ ଉପରେ ଆହୁରି ଅନେକ କାମ  କରିବାକୁ ହେବ । ସେହିଭଳି ଅଭିବୃଦ୍ଧି ଏବଂ  ପ୍ରତିସ୍ପର୍ଦ୍ଧା ଘରୋଇ ବଜାର ଲାଗି ଅତ୍ୟନ୍ତ  ଗୁରୁତ୍ୱ ବହନ କରୁଥିବାରୁ ଏହା ଉପରେ ଅଧିକ  ପଦକ୍ଷେପ ଲୋଡ଼ା ।  ଆଗାମୀ ଦିନରେ ସୁଧହାର ଆହୁରି ହ୍ରାସ  ହୋଇପାରେ । ଏବେ ଗ୍ରାମୀଣ ଚାହିଦା ବଢ଼ୁଛି ।  ସହରୀ ଚାହିଦା ସାମାନ୍ୟ ସ୍ଥିର ରହିଛି । ଆଗାମୀ  କିଛି ମାସରରେ ଏଥିରେ ବୃଦ୍ଧି ପରିଲକ୍ଷିତ ହେବ । 

ଉଲ୍ଲେଖଯୋଗ୍ୟ, ଭାରତ ଏବେ ବିଶ୍ୱର  ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଉଭା  ହୋଇଛି । ଏହି ଧାରାକୁ ଦେଶ ବଜାୟ ରଖିବ  ବୋଲି ବିଶ୍ୱ ବ୍ୟାଙ୍କ ସହ ବିଶ୍ୱର ଅନ୍ୟ ପ୍ରମୁଖ  ଏଜେନ୍ସି ଗୁଡ଼ିକ ଅନୁମାନ କରିଛନ୍ତି । ଘରୋଇ  ବଜାରର ଦ୍ରୁଢ଼ ଚାହିଦା, ନିବେଶରେ ବୃଦ୍ଧି ଏବଂ ସେବା କ୍ଷେତ୍ରର ଉଲ୍ଲେଖନୀୟ ଯୋଗଦାନ ଯୋଗୁ  ଏହା ଅର୍ଥନୀତିକୁ ଉଦ୍ଧ୍ୱର୍ମୁଖୀ କରିବାରେ ସହାୟକ  ହେଉଛି ।  ସେହିଭଳି ଘରୋଇ ବଜାର ୨୦୨୫ରେ  ବିଶ୍ୱର ୪ର୍ଥ ବୃହତ୍ତ ଅର୍ଥନୀତି ହେବ ବୋଲି  ଆକଳନ କରାଯାଇଛି । ଜାପାନକୁ ଭାରତ ଟପିବ ।  ଦେଶର ନୋମିନାଲ ଜିଡିପି ୪.୧୮୭ ଟ୍ରିଲିୟନ  ଡଲାର ଛୁଇଁବ ବୋଲି ଆକଳନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.