ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ଆନୁଷ୍ଠାନିକ ଭାବରେ ଚତୁର୍ଥ ବୃହତ୍ତମ ଅର୍ଥନୀତି ହେଲା ଭାରତ; ପଛରେ ପଡ଼ିଲା ଜାପାନ

Published By : Prameya | May 6, 2025 5:15 PM

Image source: NDTV

ନୂଆଦିଲ୍ଲୀ,୦୬/୦୫: ଭାରତ ଆଉ ଏକ ପ୍ରମୁଖ ସଫଳତା ହାସଲ କରିଛି। ଏବେ ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହୋଇଛି ଭାରତ। ଭାରତ ଅର୍ଥନୀତିରେ ଜାପାନକୁ ପଛରେ ପକାଇ ଦେଇଛି। ଏବେ କେବଳ ଆମେରିକା, ଚୀନ୍ ଏବଂ ଜର୍ମାନୀ ଭାରତଠାରୁ ଆଗରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏହି ସୂଚନା ସେୟାର କରିଛନ୍ତି। ଆଇଏମ୍‌ଏଫ୍‌ର ବିଶ୍ୱ ଅର୍ଥନୈତିକ ଆଉଟଲୁକ୍ ରିପୋର୍ଟ ଅନୁଯାୟୀ, ଭାରତର ଅର୍ଥନୀତି ୪.୧୮୭ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଏତିକି ବେଳେ ଏହା ଜାପାନର ୪.୧୮୬ ଟ୍ରିଲିୟନ ଡଲାର ଅର୍ଥନୀତିକୁ ପଛରେ ପକାଇ ଦେଇଛି।

ଏକ୍ସରେ ଆଇଏମ୍‌ଏଫ୍‌ର ରିପୋର୍ଟକୁ ପୋଷ୍ଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, 'ଏହା ପ୍ରତ୍ୟେକଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ ଅଟେ।' ଏଥିସହିତ ସେ କହିଛନ୍ତି ଯେ,'ଆଇଏମ୍‌ଏଫ୍‌ ର ତାଜା ରିପୋର୍ଟ ଅନୁସାରେ, ଭାରତ ଏବେ ଆନୁଷ୍ଠାନିକ ଭାବରେ ଜାପାନକୁ ପଛରେ ପକାଇ ୪.୧୮୭ ଟ୍ରିଲିୟନ ଡଲାର ଜିଡିପି ସହିତ ବିଶ୍ବର ଚତୁର୍ଥ ବୃହତମ ଅର୍ଥବ୍ୟବସ୍ଥା ହୋଇପାରିଛି। ଏ ହେଉଛି ସେହିମାର୍ଗ, ଯେଉଁଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଷ୍ଟିକୋଣରେ ଆମେ ଏକାଠି ଚାଲିଛୁ। ତାଙ୍କର ସାହସିକ ନିଷ୍ପତ୍ତି, ଦୃଢ଼ ନିଷ୍ପତ୍ତି ଏବଂ ୧୪୦ କୋଟି ଭାରତୀୟଙ୍କ କ୍ଷମତା ଉପରେ ବିଶ୍ୱାସ ଏହି ପରିବର୍ତ୍ତନକୁ ପ୍ରେରଣା ଦେଇଛି।”

ଭାରତଠାରୁ ଆଗରେ ଥିବା ତିନୋଟି ଦେଶ ମଧ୍ୟରେ ୩୦.୫୭ ଟ୍ରିଲିୟନ ଡଲାର ଅର୍ଥନୀତି ସହିତ ଆମେରିକା ରହିିଛି। ଚୀନ୍ ୧୯.୨୩୧ ଟ୍ରିଲିୟନ ଡଲାର ଅର୍ଥନୀତି ସହିତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜର୍ମାନୀ ୪.୭୪୪ ଟ୍ରିଲିୟନ ଡଲାର ଅର୍ଥନୀତି ସହିତ ତୃତୀୟ ସ୍ଥାନରେ ଅଛି। ବିଶ୍ୱର ଶ୍ରେଷ୍ଠ ୧୦ ଅର୍ଥନୀତି ମଧ୍ୟରେ ବ୍ରିଟେନ ଷଷ୍ଠ ସ୍ଥାନରେ, ଫ୍ରାନ୍ସ ସପ୍ତମ ସ୍ଥାନରେ, ଇଟାଲୀ ଅଷ୍ଟମ ସ୍ଥାନରେ, କାନାଡା ନବମ ସ୍ଥାନରେ ଏବଂ ବ୍ରାଜିଲ ଦଶମ ସ୍ଥାନରେ ରହିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.