ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ପାକିସ୍ତାନ ବିରୋଧରେ ପ୍ରସ୍ତୁତି ଜୋରଦାର ! ୪୮ ଘଣ୍ଟା ମଧ୍ୟରେ ମୋଦିଙ୍କୁ ଦୁଇ ଥର ଭେଟିଲେ ଡୋଭାଲ

Published By : Prameya | May 6, 2025 4:36 PM

ନୂଆଦିଲ୍ଲୀ,୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଙ୍ଗଳବାର ସକାଳେ ସାକ୍ଷାତ କରିଛନ୍ତି। ଗତ ୪୮ ଘଣ୍ଟା ଭିତରେ ଡୋଭାଲ  ଦ୍ବିତୀୟ ଥର ପିଏମ୍ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିଛନ୍ତି। ପାକିସ୍ତାନ ସହ ଯେଉଁଭଳି ଭାବରେ ବିବାଦୀୟ ସ୍ଥିତି ରହିଛି, ତାକୁ ଦେଖି ଏହି ସାକ୍ଷାତ ଖୁବ୍ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି। ସେପଟେ ଭାରତ ସରକାର ସାରା ଦେଶରେ  ୭ ମଇକୁ ମକ୍ ଡ୍ରିଲ୍ କରିବା କଥା କହିଛନ୍ତି। ଏହି ଡ୍ରିଲ୍ ପ୍ରତି ଜିଲ୍ଲାରେ କରାଯିବ ଓ ଏହି ସମୟରେ ଲୋକଙ୍କୁ କୁହାଯିବ କିଭଳି ଭାବରେ ଆକ୍ରମଣର ମୁକାବିଲା କରିବେ। କିଭଳି ଲୋକଙ୍କୁ ନିଜର ସନ୍ତାନ, ମହିଳା ଏବଂ ବୟସ୍କଙ୍କ ଜୀବନ ବଞ୍ଚାଇବାକୁ ହେବ। ୧୯୭୧ ପରେ ଏଭଳି ଭାବରେ ମକ୍ ଡ୍ରିଲ୍ କରାଯିବ। କୁହାଯାଉଛି ଯେ, ପହଲଗାମ୍ ହମଲା ପରେ ପାକିସ୍ତାନର ମୁକାବିଲା ପାଇଁ ଏଭଳି ପ୍ରସ୍ତୁତି କରାଯାଉଛି। 

ଅଜିତ ଡୋଭାଲଙ୍କ ବ୍ୟତୀତ ପିଏମ୍ ମୋଦି ବହୁ ବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନଙ୍କ ବ୍ୟତୀତ ତିନି ସେନା ମୁଖ୍ୟ୍‌ଙ୍କ ସହ ସାକ୍ଷାତ କରିଛନ୍ତି। ସେପଟେ ପାକିସ୍ତାନ ମଧ୍ୟ ଯୁଦ୍ଧ ମୁକାବିଲାର ସବୁ ପ୍ରସ୍ତୁତି କରୁଛି।   ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ସହ ହୁ ନେତା ଲଗାତାର ଆର୍ଲଟ ମୋଡରେ ଅଛନ୍ତି। ଏଲଓସିରେ କେବେ ବି ଭାରତ ପକ୍ଷରୁ ଆକ୍ରମଣ ହୋଇପାରେ। କେବଳ ସେତିକି ନୁହେଁ ପାକିସ୍ତାନ ଏବେ ଆଇଏସଆଇ ଚିଫ୍ ଆସିମ ମଲିକଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା କରିଛି। 

ଭାରତ ମଧ୍ୟ ପାକିସ୍ତାନ ବିରୋଧରେ କୁଟନୈତିକ ଆକ୍ସନ ନେଇଛି। ବ୍ରିଟେନ୍, ଜର୍ମାନୀ, ଫ୍ରାନ୍ସ ସହିତ ବହୁ ଦେଶର ରାଷ୍ଟ୍ରଦୂତଙ୍କୁ ଡକାଇ ଭାରତ କହିଛି ପହଲଗାମ୍ ଆତଙ୍କୀ ହମଲା କିଏ କରିଛି ଓ ତା’ର କ’ଣ ପ୍ରସ୍ତୁତି ଥିଲା। କେବଳ ସେତିକି ନୁହେଁ ପାକିସ୍ତାନ ଏହି ମାମଲାକୁ ଜାତିସଂଘର ସୁରକ୍ଷା ପରିଷଦରେ ଉଠାଇଛି। ତେବେ ସେଠାରେ ମଧ୍ୟ ପାକିସ୍ତାନକୁ ଝଟକା ମିଳିଛି। କାରଣ ସେଠାରେ ମଧ୍ୟ କୌଣସି ସଦସ୍ୟ ତା’ର ସାଥ୍ ଦେଇ ନାହାନ୍ତି। ଓଲଟା ପଚାରିଥିଲେ ଆକ୍ରମଣରେ ଲସ୍କର-ଇ-ତୋଇବାର ହାତ ନାହିଁ ତ ? ଉଲ୍ଳେଖନୀୟ ଯେ, ଗତ ୨୨ ଏପ୍ରିଲରେ ହୋଇଥିବା ଜମ୍ମୁ କଶ୍ମୀରର ପହଲଗାମ୍‌ରେ ହୋଇଥିଲା ଆତଙ୍କୀ ହମଲା। ଏଥିରେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କୀ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.