ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକେ ଓ ତାଙ୍କର ପରିବାର ଲୋକଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରି ସାରା ଦେଶରେ ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ କ୍ୟାସଲେସ୍ ଟ୍ରିଟମେଣ୍ଟ ସ୍କିମ୍ର ଘୋଷଣା କରିଛନ୍ତି। ସଡ଼କ ପରିବହନ ମନ୍ତ୍ରଣାଳୟର ଏକ ଗ୍ୟାଜେଟ୍ ବିଜ୍ଞପ୍ତି ମୁତାବିକ ଏହି ଯୋଜନା ଅନୁସାରେ, ପୀଡ଼ିତଙ୍କୁ ଦୁର୍ଘଟଣା ତାରିଖର ୭ଦିନ ସୁଦ୍ଧା କୌଣସି ବି ସ୍ୱୀକୃତି ପ୍ରାପ୍ତ ହସ୍ପିଟାଲରେ ସର୍ବାଧିକ ୧.୫ ଲକ୍ଷ ଯାଏ କ୍ୟାସଲେସ୍ ଚିକିତ୍ସାର ଲାଭ ମିଳି ପାରିବ। ଏହି ଯୋଜନା ୫ ମଇ ୨୦୨୫ରୁ ଲାଗୁ ହୋଇଛି।
କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ମୁତାବିକ୍ ,କୌଣସି ବି ସଡ଼କରେ ମୋଟର ଯାନ ଦ୍ୱାରା ହୋଇଥିବା ସଡ଼କ ଦୁର୍ଘଟଣାର ଶିକାର ହେଉଥିବା କେହି ବି ବ୍ୟକ୍ତି ଏହି ଯୋଜନାର ପ୍ରାବଧାନ ଅନୁସାରେ କ୍ୟାସ୍ଲେସ୍ ଚିକିତ୍ସାର ଯୋଗ୍ୟ ହୋଇ ପାରିବେ। କହି ରଖୁଛୁ କି , ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଭାରତରେ ସଡ଼କ ଦୁର୍ଘଟଣାର ସଂଖ୍ୟା ବୃଦ୍ଧିରେ ଚିନ୍ତା ବ୍ୟକ୍ତ କରି ଏହି ଘୋଷଣା କରିଥିଲେ ଯେ , ସରକାର ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଖୁବ୍ ଶୀଘ୍ର ଏମିତି ଯୋଜନା ଆଣିବା ଉପରେ ବିଚାର କରୁଛନ୍ତି।
ଇଣ୍ଡିଆନ ଏକ୍ସପ୍ରେସ୍ର ଏକ ରିପୋର୍ଟ ମୁତାବିକ , ଏହି ଯୋଜନାକୁ ଲାଗୁ କରିବା ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ ) ରାଜ୍ୟର ପୁଲିସ, ହସ୍ପିଟାଲ ଓ ରାଜ୍ୟର ସ୍ୱାସ୍ଥ୍ୟ ଏଜେନ୍ସି ସହ ମିଶି କାମ କରିବେ। କହି ରଖୁଛି କି, ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ପାଖାପାଖି ୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ। ସେପଟେ ପାଖାପାଖି ୪ଲକ୍ଷ ଲୋକ ଗୁରୁତର ରୂପେ ଆହତ ହୋଇଥାନ୍ତି। ଏକ ରିପୋର୍ଟ ମୁତାବିତ , ଏଥିରେ ସବୁଠୁ ଅଧିକ ପ୍ରଭାବିତ ଦୁଇ ଚକିଆ ଯାନର ଚାଳକ ଓ ପଦଯାତ୍ରୀ ହୋଇଥା’ନ୍ତି।