ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

Pahalgam Attack: ମଲ୍ଲିକାର୍ଜୁନ ଖାର୍ଗେଙ୍କ ବଡ଼ ଅଭିଯୋଗ; କହିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପହଲଗାମ ଆକ୍ରମଣର ପୂର୍ବରୁ ମିଳିଥିଲା ଗୁଇନ୍ଦା ରିପୋର୍ଟ

Published By : Bijay Swain | May 6, 2025 5:36 PM

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡଗେଙ୍କ ବଡ଼ ଅଭିଯୋଗ। କହିଲେ ପହଲଗାମ ଆକ୍ରମଣ ସମ୍ପର୍କରେ ପିଏମ ମୋଦିଙ୍କ ନିକଟରେ ଆଗୁଆ ଗୁଇନ୍ଦା ସୂଚନା ଥିଲା। ଆଉ ଏହି ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଜମ୍ମୁ ଓ କାଶ୍ମୀର ଗସ୍ତକୁ ରଦ୍ଦ କରିଥିଲେ। ଗତ ଏପ୍ରିଲ ୨୨ ତାରିଖରେ ଏହି ଘୃଣ୍ୟ ଆତଙ୍କୀ ଆକ୍ରମଣ ହୋଇଥିବା ବେଳେ ଏହାର ତିନି ଦିନ ପୂର୍ବରୁ ପିଏମଙ୍କ ନିକଟରେ ଏହି ସୂଚନା ପହଞ୍ଚି ଥିଲା। ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ମଙ୍ଗଳବାର ଜାରି ହୋଇଥିବା ଏହି ବିବୃତ୍ତି ପରେ ଭାରତୀୟ ରାଜନୀତିରେ ହଟଚମଟ ଆରମ୍ଭ ହୋଇଗଲାଣି। 

ଝାଡ଼ଖଣ୍ଡରେ ଏକ ରାଲିକୁ ସମ୍ବୋଧିତ କରି ଖଡଗେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ ଯଦି ଗୁଇନ୍ଦା ସୂଚନା ଥାଇ ମଧ୍ୟ ପାହାଲଗାମରେ ଅଧିକ ସୁରକ୍ଷା ବ୍ୟବସ୍ଥା କାହିଁକି କରାଯାଇ ନଥିଲା? ଗତ ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସାରଣ ଭ୍ୟାଲିରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣର ଦାୟିତ୍ଵ ଲସ୍କର-ଏ-ତୋଇବାର ସ୍ଥାନୀୟ ଶାଖା ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ନେଇଥିଲା। ଖଡଗେ ଅଭିଯୋଗ କରିଛନ୍ତି ଯେ ସରକାର ଗୁଇନ୍ଦା ବିଫଳତା ସ୍ଵୀକାର କରିଛନ୍ତି। କିନ୍ତୁ ପର୍ଯ୍ୟଟକ ଓ ନାଗରିକଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପୂର୍ବରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା।

ଖଡଗେ ଆହୁରି କହିଛନ୍ତି, “ମୁଁ ଖବରକାଗଜରେ ପଢ଼ିଥିଲି ଯେ ଆକ୍ରମଣର ତିନି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଗୁଇନ୍ଦା ରିପୋର୍ଟ ଦିଆଯାଇଥିଲା। ତେଣୁ ସେ ତାଙ୍କ କାଶ୍ମୀର ଗସ୍ତ ରଦ୍ଦ କରିଥିଲେ। ଯଦି ଗୁଇନ୍ଦା ସଂସ୍ଥା ଆପଣଙ୍କୁ ସୂଚନା ଦେଇଥିଲା ଯେ ଯିବା ନିରାପଦ ନୁହେଁ, ତାହେଲେ ଏହି ସୂଚନା ପୁଲିସ ଓ ସୁରକ୍ଷା ବାହିନୀ ସହ କାହିଁକି ବାଣ୍ଟା ନ ଯାଇଥିଲା?”

ଏହି ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଯେଉଁଥିରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା, ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିବା ଏବଂ ଅଟାରୀ-ବାଘା ସୀମାନ୍ତ ବନ୍ଦ କରିବା ସାମିଲ ରହିଛି। ଏପ୍ରିଲ ୨୪ ତାରିଖରେ ଅନୁଷ୍ଠିତ ଏକ ସର୍ବଦଳୀୟ ବୈଠକରେ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ସ୍ଵୀକାର କରିଥିଲେ। ଖଡଗେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକରେ ଉପସ୍ଥିତ ନଥିଲେ, ଯାହା ସରକାରଙ୍କ ଗମ୍ଭୀରତା ଉପରେ ପ୍ରଶ୍ନ ଉଠାଇଛି।

ବିରୋଧି ଦଳ ନେତାଙ୍କ ଏପରି ବୟାନ ପରେ ସରକାର ଏହାର ଉତ୍ତରରେ କହିଛନ୍ତି ଯେ, ସ୍ଥାନୀୟ ଅଧିକାରୀମାନେ ପହଲଗାମରେ ଥିବା ବୈସରଣ ଭ୍ୟାଲିକୁ ଖୋଲିଥିବା ନେଇ କୌଣସି ସୂଚନା ଜାରି କରିନଥିଲେ। କାରଣ ସାଧାରଣତଃ ଏହି ସ୍ଥାନକୁ ଜୁନ ମାସରେ ହେଉଥିବା ଅମରନାଥ ଯାତ୍ରା ସମୟରେ ହିଁ ଖୋଲାଯାଇଥାଏ। ତେଣୁ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଏତେଟା କଡାକଡି ନଥିଲା। 

ଆପଣଙ୍କୁ ଜଣାଇରଖୁ ଯେ, ଗତ ମାସରେ ପିଏମ ମୋଦିଙ୍କର ଏପ୍ରିଲ ୧୯ ତାରିଖରେ ଜମ୍ମୁ କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ଯେଉଁଥିରେ ସେ ଟ୍ରେନ ଯୋଗେ କାତ୍ରାଠୁ ଶ୍ରୀନଗର ଯାଏ ଟ୍ରେନରେ ଯାତ୍ରା କରିଥାନ୍ତେ। ହେଲେ କାତ୍ରାରେ ପ୍ରବଳ ବେଗରେ ପବନ ବହିବାର ପାଣିପାଗ ଅନୁମାନ ଜାରି ହେବାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ହୋଇଥିଲା ବୋଲି ଆଧିକାରିକ ସ୍ତରରେ ସୂଚନା ମିଳିଛି। ଅନ୍ୟପକ୍ଷରେ, ବିଜେପି ଖଡଗେଙ୍କ ବୟାନକୁ ‘ବିଶ୍ଵାସଘାତକ’ ବୋଲି କହି ତାଙ୍କୁ ‘ଆଧୁନିକ ମୀର ଜାଫର’ ସହ ତୁଳନା କରିଛି ଏବଂ ତାଙ୍କର ଏହି ଭୁଲ ବୟାନ ପାଇଁ କ୍ଷମା ମାଗିବାକୁ ଦାବି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.