ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଓଡ଼ିଶାରେ ହୋମ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ଜିଓର ପ୍ରାଧାନ୍ୟ, ରାଜ୍ୟରେ ୪.୪୨ ଲକ୍ଷରୁ ଅଧିକ ଜିଓ ଏୟାରଫାଇବର ଓ ଜିଓଫାଇବର ଗ୍ରାହକ : ଟ୍ରାଇ ତଥ୍ୟ

Published By : Prameya | May 8, 2025 12:51 PM

ଭୁବନେଶ୍ୱର, ୦୮/୦୫ : ଓଡ଼ିଶାର ଏକ ନମ୍ବର ହୋମ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ଭାବରେ ଏହାର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖି, ରିଲାଏନ୍ସ ଜିଓ ଓଡ଼ିଶାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୧.୫ ଲକ୍ଷ ଜିଓଏୟାରଫାଇବର ଗ୍ରାହକ ହାସଲ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ବୁଧବାର ପ୍ରକାଶିତ ହୋଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି। ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ଜିଓ ଏୟାରଫାଇବର ଗ୍ରାହକଙ୍କ ମୋଟ ସଂଖ୍ୟା ୧.୫ ଲକ୍ଷ ଅତିକ୍ରମ କରିଛି। ଓଡ଼ିଶାରେ ୫ଜି ଏୟାରଫାଇବର କ୍ଷେତ୍ରରେ ଜିଓ ଏୟାରଫାଇବର ଗ୍ରାହକ ସଂଖ୍ୟା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅପେକ୍ଷା ୫ ଗୁଣ ଅଧିକ ରହିଛି। ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୫ଜି ଏଫଡବ୍ଲୁଏ (ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍) ବା ଏୟାରଫାଇବର ଗ୍ରହକଙ୍କ ମୋଟ ସଂଖ୍ୟା ମାର୍ଚ୍ଚ ଶେଷ ସୁଦ୍ଧା ୧.୭୭ ଲକ୍ଷରୁ ଅଧିକ ହୋଇଛି।

ୱାୟାରଲାଇନ୍ କ୍ଷେତ୍ରରେ ମଧ୍ୟ ସର୍ବାଗ୍ରେ ରହିଥିବା ଜିଓ ଓଡ଼ିଶାରେ ୨.୯୨ ଲକ୍ଷରୁ ଅଧିକ ଘର ଏବଂ ପରିସରକୁ ଏହାର ତାରଯୁକ୍ତ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର ଦ୍ୱାରା ସଂଯୁକ୍ତ କରିଛି। ସେହିଭଳି ମୋବାଇଲ ସେବା କ୍ଷେତ୍ରରେ ଜିଓ ମାର୍ଚ୍ଚ ମାସରେ ଓଡ଼ିଶାରେ ୧.୩୫ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡ଼ିବା ସହିତ ରାଜ୍ୟରେ ଜିଓ ୪ଜି / ୫ଜି ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୧.୬ କୋଟିକୁ ବୃଦ୍ଧି ହୋଇଛି।

ବିଶ୍ୱବ୍ୟାପୀ ଯୋଗାଯୋଗ ଶିଳ୍ପରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ୫ଜି ଏଫଡ଼ବ୍ଲୁଏ କ୍ଷେତ୍ରରେ, ଜାତୀୟ ସ୍ତରରେ ଜିଓ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୫.୭ ଲକ୍ଷରୁ ଅଧିକ ଗ୍ରାହକଙ୍କ ସହିତ ୮୨ ପ୍ରତିଶତରୁ ଅଧିକ ବଜାର ଅଂଶ ହାସଲ କରିଛି। ଜିଓ ମାର୍ଚ୍ଚ ମାସରେ ଦେଶରେ ସର୍ବାଧିକ ୩.୩୪ ଲକ୍ଷରୁ ଅଧିକ ନୂତନ ଜିଓଏୟାରଫାଇବର ଗ୍ରାହକ ଯୋଡ଼ିବା ସହିତ ଏହି କ୍ଷେତ୍ରରେ ନିଜର ପ୍ରାଧାନ୍ୟ ବଜାୟ ରଖିଛି। ଜିଓ ଦେଶରେ ନୂତନ ଉପଭୋକ୍ତା ଯୋଡିବାରେ ୭୪ ପ୍ରତିଶତରୁ ଅଧିକ ବଜାର ଅଂଶ ସହିତ ସର୍ବାଗ୍ରେ ରହିଛି ଏବଂ ୨୦୨୫ ମାର୍ଚ୍ଚ ମାସରେ ସମଗ୍ର ଟେଲିକମ ଶିଳ୍ପରେ ଯୋଡି ହୋଇଥିବା ୨.୯୩ ନିୟୁତ ନୂତନ ଗ୍ରାହକ ମଧ୍ୟରୁ ଜିଓ ୨.୧୭ ନିୟୁତ ନୂତନ ଗ୍ରାହକ ଯୋଡ଼ିଛି।

ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି। କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ତଥା ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତାକୁ ଦୂର କରିଛି। ଯେଉଁଠାରେ ପୂର୍ବରୁ ଏହା ଏକରକମ ଅସମ୍ଭବ ସ୍ଵପ୍ନ ଭଳି ରହିଥିଲା। କ୍ରିକେଟ୍ ସିଜିନ୍ ପାଇଁ ଜିଓ ଆରମ୍ଭ କରିଥିବା ଅସୀମିତ ଅଫର ସହିତ ୫୦ ଦିନର ମାଗଣା ଜିଓଫାଇବର / ଜିଓଏୟାରଫାଇବର ଟ୍ରାଏଲ୍ ସଂଯୋଗ ପ୍ରଦାନ କରୁଛି। ଯାହା ସାରା ଓଡ଼ିଶାରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଏହି ଅଫର ସହିତ ଗ୍ରାହକମାନେ ୮୦୦ରୁ ଅଧିକ ଟିଭି ଚ୍ୟାନେଲ୍, ୧୧ ରୁ ଅଧିକ ଓଟିଟି ଆପ୍, ଅସୀମିତ ୱାଇଫାଇ, ନିରବଛିନ୍ନ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଆହୁରି ଅନେକ ସୁବିଧା ଉପଭୋଗ କରୁଛନ୍ତି। କେବଳ ଏକ ଜିଓ ସିମ୍ ଏବଂ ୧୫ ମଇ ୨୦୨୫ ପୂର୍ବରୁ ୨୯୯ ଟଙ୍କା କିମ୍ବା ତା'ଠାରୁ ଅଧିକ ମୂଲ୍ୟର ରିଚାର୍ଜ ସହିତ, ଗ୍ରାହକମାନେ ଉଚ୍ଚ ମାନର ମନୋରଞ୍ଜନ କଣ୍ଟେଣ୍ଟ ସାଙ୍ଗକୁ ପ୍ରତ୍ୟେକ ମ୍ୟାଚର ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ନିର୍ବିଘ୍ନ, ଉଚ୍ଚ-ଗୁଣବତ୍ତା ଷ୍ଟ୍ରିମିଂର ମଜା ନେଇପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.