ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଲିଭ୍-ଇନ୍-ରିଲେସନସିପ୍‌ରେ ଥିଲେ କରିପାରିବେନ ଦୁଷ୍କର୍ମ ଅଭିଯୋଗ, FIR ଖାରଜ କଲେ ସୁପ୍ରିମକୋର୍ଟ

Published By : Prameya | May 8, 2025 11:56 AM

ନୂଆଦିଲ୍ଲୀ, ୦୮/୦୫ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଦୀର୍ଘ ଦିନ ଯାଏଁ ଲିଭ୍-ଇନ୍-ରିଲେସନସିପ୍‌ରେ ଥିଲେ ମହିଳା ବନ୍ଧୁ କରିପାରିବେନି ଦୁଷ୍କର୍ମ ଅଭିଯୋଗ। ମହିଳା ଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଲେ ତାହାକୁ ଗ୍ରହଣ କରାଯିବ ନାହିଁ। ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। 

ବାର୍ ଆଣ୍ଡ୍ ବେଞ୍ଚର ରିପୋର୍ଟ ଅନୁଯାୟୀ, ଯଦି ଦୁଇ ପ୍ରାପ୍ତ ବୟସ୍କ ବ୍ୟକ୍ତି ଦୀର୍ଘ ଦିନ ଯାଏଁ ଲିଭ୍-ଇନ୍-ରିଲେସନସିପ୍‌ରେ ରୁହନ୍ତି ତେବେ ସେମାନେ ସ୍ଵଇଚ୍ଛାରେ ଆପୋସ ସହମତିରେ ସମ୍ଵନ୍ଧ ରଖୁଛନ୍ତି। ଏହାର ଅର୍ଥ ନୁହେଁ ଯେ କେବଳ ବିବାହ ପ୍ରତିଶୃତି ଯୋଗୁଁ ମହିଳା ଜଣଙ୍କ ଶାରିରୀକ ସମ୍ବନ୍ଧ ରଖୁଛନ୍ତି। ଦୁଇ ପକ୍ଷ ଆଗକୁ ବିବାହ କରିବାକୁ ଇଚ୍ଛା ରଖି ଲିଭ୍-ଇନ୍-ରିଲେସନସିପ୍‌ରେ ରହି ପାରନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ, କେବଳ ବିବାହ ପ୍ରତିଶୃତି ଯୋଗୁଁ ମହିଳା ଜଣଙ୍କ ସମ୍ପର୍କରେ ରହୁଛନ୍ତି। 

ସୁପ୍ରିମକୋର୍ଟ କହିଛନ୍ତି ଯେ, କିଛି ଦଶକ ମଧ୍ୟରେ ସମାଜରେ ବହୁ ପରିବର୍ତ୍ତନ ଆସିଛି। ଏବେ ଅଧିକାଂଶ ମହିଳା ଆର୍ଥିକ ରୂପରେ ସ୍ଵାଧୀନ। ନିଜେ ନିଜର ନିଷ୍ପତ୍ତି ନେଇ ପାରୁଛନ୍ତି। ଏଥିପାଇଁ ଲିଭ୍-ଇନ୍-ରିଲେସନସିପ୍ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଏଭଳି ମାମଲାରେ କୋର୍ଟ ଦୃଷ୍ଟିକୋଣ ବଦଳାଇବା ଉଚିତ୍। ସମ୍ପର୍କ କେତେ ଦିନର ଏବଂ ସମ୍ପର୍କରେ ଦୁଇହିଁଙ୍କର ଆଚ୍ଚରଣ କିଭଳି ଥିଲା ତାକୁ ଦୃଷ୍ଟିରେ ରଖି ବିଚାର କରିବା ଉଚିତ୍। 

ସୂଚନା ଥାଉକି, ରବିଶ ସିଂହ ରାଣା ନାମକ ଜଣେ ଯୁବକଙ୍କ ବିରୋଧରେ ତାଙ୍କର ମହିଳା ବନ୍ଧୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା, ଦୁଷ୍କର୍ମ ଏବଂ ମାରପିଟ୍ ଅଭିଯୋଗ ଆଣିଥିଲେ। ସୁପ୍ରିମକୋର୍ଟ ଏହି ଅଭିଯୋଗକୁ ଖାରଜ କରି ଦେଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଉତ୍ତରକାଶୀ ଗଙ୍ଗାନାନୀରେ ହେଲିକପ୍ଟର ଦୁର୍ଘଟଣା; ୫ ମୃତ, ୨ ଗୁରୁତର


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.