ଭୁବନେଶ୍ବର,୦୮/୦୫:ସୁରକ୍ଷାବାହିନୀକୁ ବଡ଼ ସଫଳତା । ଏନକାଉଣ୍ଚରରେ ୨୬ ମାଓବାଦୀ ନିହତ। ଛତିଶଗଡ ତେଲେଙ୍ଗାନା ସିମାରେ ଏନକାଉଣ୍ଟର। କରେଗୁଟ୍ଟା ପାହାଡ଼ରେ କୁମ୍ବିବେଳେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ଅପରେସନ୍ କାଗାର ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ ନିହତ ନକ୍ସଲ ପନ୍ଥିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ବୋଲି ସୂତ୍ରରୁ ଜଣାପଡିଛି ।
ତେବେ ଦିଲ୍ଲୀରୁ ଅପରେସନ୍ ଉପରେ ନଜର ରଖିଛନ୍ତି ସିଆରପିଏଫ୍ ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂହ । ସହିପରି ଛତିଶଗଡ ଏଡ଼ିଜି ନକ୍ସଲ ଅପରେସନ ବିବେକାନନ୍ଦ ସିହ୍ନା, CRPF ଆଇଜି ରାକେଶ ଅଗ୍ରୱାଲ ଓ ବସ୍ତର ଆଇଜି ପି ସୁନ୍ଦରରାଜ ଆଜି ବିଜାପୁର ପହଞ୍ଚି ଅପରେସନରେ ସାମିଲ୍ ଥିବା ଜବାନଙ୍କୁ ସାକ୍ଷାତ କରିବେ । ଘଟଣାସ୍ଥଳରୁ ଭାରି ମାତ୍ରାରେ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ବେଳେ ଲୁଚି ରହିଥିବା ଅନ୍ୟ ମାଓବାଦୀଙ୍କୁ ଧରିବା ଲାଗି କେରେଗୁଟ୍ଟା ଜଙ୍ଗଲରେ ଲଗାତାର ଭାବେ ଡ୍ରନ କେମେରା ଓ ବାୟୁ ସେନାର ହେଲିକେପ୍ଟର ବ୍ୟବହାର କରାଯାଉଛି ।