ନୂଆଦିଲ୍ଲୀ,୮/୫ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବହୁ ଅଧିକ ବଢିଯାଇଛି । ପାକିସ୍ତାନ ଭାରତର କେତେକ ସହରକୁ ଟାର୍ଗେଟ କରିଥିଲା ମାତ୍ର ଭାରତୀୟ ଆର୍ମି ସବୁ ଆକ୍ରମଣକୁ ପଣ୍ଡ କରି ଦେଇଛି । ଏହା ମଧ୍ୟରେ ଆମେରିକା ପାକିସ୍ତାନରେ ଥିବା ନିଜ ନାଗରିକଙ୍କୁ ବଡ଼ ନିର୍ଦ୍ଦେଶ ଦେଇଛି । ୟୁଏସ ଲାହୋର ସମେତ ପୂରା ପାକିସ୍ତାନରେ ଉପସ୍ଥିତ ଥିବା ନିଜ ନାଗରିକଙ୍କୁ ତୁରନ୍ତ ଲାହୋର ଛାଡ଼ିବାକୁ ଦେଲା ନିର୍ଦ୍ଦେଶ ।
ଆମେରିକା ଏମ୍ବାସୀ ପାକିସ୍ତାନରେ ଥିବା ନାଗରିକଙ୍କ ଲାଗି ଆଡଭାଇଜରୀ ଜାରି କରିଛି । ସେଥିରେ ସେ କହିଛି କି ଲାହୋର ଏବଂ ତା’ର ଆଖପାଖରେ ଡ୍ରୋନ୍ ଆକ୍ରମଣର ଖବର ମିଳିଛି । ଏଠାରେ ଉପସ୍ଥିତ ସବୁ ଆମେରିକୀୟ ନାଗରିକ ଆଶ୍ରୟସ୍ଥଳୀକୁ ଚାଲିଯାଆନ୍ତୁ । ଯଦି କୌଣସି ପ୍ରକାର ଅସୁବିଧା ହେଉଛି ତେବେ ସମ୍ବନ୍ଧିତ ଅଥରିଟୀଙ୍କ ସହ କଥା ହୁଅ ଏବଂ ଖୁବଶୀଘ୍ର ସେଠାରୁ ବାହାରନ୍ତୁ । ଯଦି ଏୟାରପୋର୍ଟ ପର୍ଯ୍ୟନ୍ତ ପହଞ୍ଚିପାରୁନାହାନ୍ତି ତ ଆଶ୍ରୟସ୍ଥଳୀକୁ ଚାଲିଯାଅ ।
ପ୍ରକାଶ ଯେ, ଅପରେସନ ସିନ୍ଦୂର ପରେ ପାକିସ୍ତାନ ଆକ୍ରମଣାତ୍ମକ ହୋଇଯାଇଛି । ସେ ଭାରତର ୧୫ସହର ଉପରେ ଡ୍ରୋନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତୀୟ ଏୟାର ଡିମ୍ଫେସ ସିଷ୍ଟମ ସବୁ ଆକ୍ରମଣକୁ ପଣ୍ଡ କରି ଦେଇଛି । ଅବନ୍ତୀପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୂରଥଳା, ଜାଳନ୍ଧର, ଲୁଧିୟାନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନଳ, ଫଲୌଦୀ, ଉତ୍ତରଲାଇ ଏବଂ ଭୂଜ ସହ ଉତ୍ତର ଏବଂ ପଶ୍ଚିମୀ ଭାରତରେ ଆକ୍ରମଣର ପ୍ରୟାସ କରାଯାଇଛି ।