ନୂଆଦିଲ୍ଲୀ,୮/୫ : ପାକିସ୍ତାନର ରାଓ୍ବଲପିଣ୍ଡିରେ ଡ୍ରୋନ୍ ଆଟାକ୍ । ଏହି ଆକ୍ରମଣ କ୍ରିକେଟ ଷ୍ଟାଡିୟମ ନିକଟରେ ହୋଇଛି । ଗୁରୁବାର ରାତି ଏହି ଷ୍ଟାଡିୟମରେ ପାକିସ୍ତାନ ସୁପର ଲିଗର ମ୍ୟାଚ୍ ଖେଳାଯିବାକୁ ଥିଲା। ରାଓ୍ବଲପିଣ୍ଡିରେ ଏହି ଡ୍ରୋନ୍ ଆଟାକ୍ ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି ।
ରାଓ୍ବଲପିଣ୍ଡିର ଏହି ଷ୍ଟାଡିୟମରେ ଆଜି ରାତି ୮ଟା ସମୟରେ କରାଚୀ କିଙ୍ଗ୍ସ ଏବଂ ପେଶାଓ୍ବର ଜାଲ୍ମୀ ମଧ୍ୟରେ ମ୍ୟାଚ୍ ହେବାରେ ଥିଲା । ପାକିସ୍ତାନରେ ଚାଲୁଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପିଏସଏଲ ୨୦୨୫ମଧ୍ୟରେ ଏହା ବି ଖବର ସାମ୍ନାକୁ ଆସୁଛି କି କେତେକ ଖେଳାଳୀ ଲିଗ୍ ଛାଡ଼ି ଯିବାକୁ ଚାହୁଁଛନ୍ତି । ଏହି ଡ୍ରୋନ୍ ଆଟାକ୍ ପରେ ପିଏସଏଲର ଏହି ମ୍ୟାଚ୍ ରଦ୍ଦ ବି କରାଯାଇପାରେ । କିନ୍ତୁ ଏବେ ଏହି ମ୍ୟାଚ୍ ରଦ୍ଦ ହେବାର କୌଣସି ସୂଚନା ସାମ୍ନାକୁ ଆସିନାହିଁ ।
ଭାରତୀୟ ସେନା ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଜୋରଦାର୍ ଜବାବ ଦେଇଛି । ଭାରତୀୟ ସେନା ଏକ୍ସ ଆକାଉଣ୍ଟ ମାଧ୍ୟମରେ ଅପରେସନ ସିନ୍ଦୂରର ସଫଳ ହେବାର ସୂଚନା ଦେଇଛି । ସେନାର ଏହି ଆକ୍ରମଣରେ ପାକିସ୍ତାନର କେତେକ ଆତଙ୍କୀ ଗଡ଼ ନଷ୍ଟ ହୋଇଯାଇଛି । ଭାରତୀୟ ସେନା ଏହି ଅପରେସନରେ ପହଲଗାମ ଆକ୍ରମଣର ବଦଲା ନେଇଛି । ୨୨ଏପ୍ରିଲରେ କଶ୍ମୀର ଘାଟିର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ଭାରତର ୨୬ନିର୍ଦୋଶ ଲୋକଙ୍କ ମୃତ୍ୟୁ ହୋଇଥିଲା ।