ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା କ୍ଷମତା ପାଇଁ ଏକ ବଡ଼ ଟେକ୍ନିକାଲ୍ ସଫଳତା ହାସଲ କରିଛି ବେଙ୍ଗାଲୁରୁ ନିର୍ମିତ ଆତ୍ମଘାତୀ ଡ୍ରୋନ୍। ଏହା 'ଅପରେସନ ସିନ୍ଦୂର' ବେଳେ ନିଜର ଅପରେସନାଲ କାର୍ଯ୍ୟ ଆରମ୍ଭ କରିଛି। 'ଅପରେସନ ସିନ୍ଦୂର' , ଭାରତୀୟ ସେନାର ଆତଙ୍କୀ ରୋଧି ମିଶନ , ଯାହା ବୁଧବାର ସକାଳେ ଆରମ୍ଭ ହୋଇଥିଲା। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ , ସ୍କାଇଷ୍ଟ୍ରାଇକର୍ସ ନାମରେ ଜଣାଶୁଣା ଏହି ଡ୍ରୋନ୍କୁ ପାକିସ୍ତାନର ବହାବଲପୁର ଓ ମୁରିଦକେରେ ଆତଙ୍କୀ ଇନଫ୍ରାଷ୍ଟକ୍ଟର ଉପରେ ହମଲା କରିବାକୁ ବ୍ୟବହାର କରାଯାଇ ଥିଲା, ଯେଉଁଥିରେ ଜୈଶ-ଏ-ମହମ୍ମଦ (ଜେଇଏମ) ଓ ଲଶ୍କର-ଏ-ତୈୟବା (ଏଲଇଟି)ର ପ୍ରମୁଖ ସ୍ଥାନକୁ ଟାର୍ଗେଟ୍ କରାଯାଇ ଥିଲା।
ଏହି ମାନବ ରହିତ ଏରିଆଲ ଭାଇକଲ(ୟୁଏଭି)କୁ ଲୋଇଟରିଙ୍ଗ ମ୍ୟୁନିଶନ ଭାବେ ଜଣାଯାଏ। ଯାହାକୁ ଯୁଦ୍ଧ ମୈଦାନରେ ଉଡ଼ିବା, ଶତ୍ରୁର ସ୍ଥାନକୁ ଖୋଜିବା ଓ ସେଗୁଡ଼ିକୁ ଅନବୋର୍ଡ ବିସ୍ଫୋରକ ଦ୍ୱାରା ନଷ୍ଟ କରିବାକୁ ଡିଜାଇନ କରାଯାଇଛି , ଯାହା ମୂଳତଃ ଏରିଆଲ କାମିକେଜ୍ ୟୁନିଟ୍ ଭାବେ କାର୍ଯ୍ୟ କରେ।
କାହିଁକି ଏହି ଡ୍ରୋନ୍ ଗୁଡ଼ିକ ସ୍ୱତନ୍ତ୍ର - ଏହି ମିଶନକୁ ବିଶେଷ ଭାବେ ମହତ୍ତ୍ୱପୂର୍ଣ୍ଣ କରିଥିବା ଏହି ଡ୍ରୋନର ନିର୍ମାଣ ପଶ୍ଚିମ ବେଙ୍ଗାଲୁରୁର ଏକ ଔଦ୍ୟୋଗିକ କ୍ଷେତ୍ରରେ ହୋଇଥିଲା। ସ୍କାଇଷ୍ଟ୍ରାଇକର୍ସ ଅଲଫା ଡିଜାଇନ ଟେକ୍ନୋଲଜିଜ୍, ଯାହାର ମୁଖ୍ୟାଳୟ ବେଙ୍ଗାଲୁରୁରେ ଅଛି ଏବଂ ଇସ୍ରାଏଲର ଏଲିବଟ ସିଷ୍ଟମ୍ସ ମଧ୍ୟରେ ଏକ ମିଳିତ ଉଦ୍ୟମର ଉତ୍ପାଦ। ଫର୍ଟଗରର ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ସେନା ବାଲାକୋଟ୍ ପରେ ବିକଶିତ ହେବାକୁ ଥିବା ଯୁଦ୍ଧ ସ୍ଥିତିରେ , ଏହାର ଉପଯୋଗିତାର ଅନୁମାନ ଲଗାଇ୨୦୨୧ରେ ୧୦୦ରୁ ଅଧିକ ଏମିତି ଡ୍ରୋନ୍ ପାଇଁ ଜରୁରୀକାଳିନ କ୍ରୟ ଅର୍ଡର ଦେଇଥିଲା।
ପ୍ରତ୍ୟେକ ସ୍କାଇଷ୍ଟ୍ରାଇକର ଡ୍ରୋନ୍ ୫ କିଲୋ ବା ୧୦ କିଲୋର ୱାରହେଡ୍ ଯୁକ୍ତ ଏବଂ ଏହାର ରେଞ୍ଜ ୧୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ଇଲେକ୍ଟ୍ରିନିକ୍ ପ୍ରୋପଲ୍ସନ ସିଷ୍ଟମ ଖୁବ୍ କମ୍ ଧ୍ୱନି ଉତ୍ପନ କରେ, ଯେଉଁଥିରେ କମ୍ ଉଚ୍ଚତାରେ ମଧ୍ୟ ଚୁପଚାପ ଓ ଗୁପ୍ତ ସଞ୍ଚାଳନ ସମ୍ଭବ ହୋଇ ପାରେ। ଏହାର ସ୍ୱଂୟଚାଳିତ ନେଭିଗେସନ ଓ ସଠିକ୍ –ମାର୍ଗଦର୍ଶନ ସିଷ୍ଟମ ତାକୁ ମିସାଇଲ ପରି ହମଲା କରିବାର ଅନୁମତି ଦେଇଥାଏ , ଏହାକୁ ଜାଣିବାକୁ ଓ ଅବରୋଧ କରିବାକୁ କଠିନ ହୋଇଥାଏ। ସ୍କାଇଷ୍ଟ୍ରାଇକର ସୁଲଭ ମୂଲ୍ୟର ଏବଂ ଆଗାମୀ ପିଢିର ଅସ୍ତ୍ର ବି କୁହାଯାଏ , ଯାହାକୁ ସ୍ପେଶାଲ ସେନା ଅପରେସନ ବେଳେ ବ୍ୟବହାର କରାଯାଏ ।