ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

‘ଅପରେସନ୍ ସିନ୍ଦୁର’ରେ ମରିଛନ୍ତି ୧୦୦ ଆତଙ୍କୀ’, ସର୍ବଦଳୀୟ ବୈଠକରେ ସରକାରଙ୍କ ସୂଚନା

Published By : Prameya | May 8, 2025 2:45 PM

ନୂଆଦିଲ୍ଲୀ,୮।୫: କେନ୍ଦ୍ର ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ବଡ଼ କଥା। ସେ କହିଛନ୍ତି, ଏବେ ବି ‘ଅପରେସନ୍ ସିନ୍ଦୂର’ ଶେଷ ହୋଇନି। ଏହି ଏୟାର ଷ୍ଟ୍ରାଇକ୍‌ରେ ଅତି କମ୍‌ରେ ୧୦୦ ଆତଙ୍କୀ ନିହତ ହୋଇଛନ୍ତି। ସର୍ବଦଳୀୟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଏହି କଥା ସ୍ପଷ୍ଟ କରିଛନ୍ତି। ବୁଧବାର ରାତିରେ ଭାରତୀୟ ସେନାର ଏୟାରଷ୍ଟ୍ରାଇକ୍‌ରେ ପାକିସ୍ତାନ ଓ ପିଓକରେ ଅତି କମ୍‌ରେ ୯ ଆତଙ୍କୀ ଆଡ୍ଡା ଧ୍ବଂସ କରାଯାଇଥିଲା। ମଙ୍ଗଳବାର ଅଧା ରାତିରେ ଭାରତୀୟ ସେନାର ଏୟାରଷ୍ଟ୍ରାଇକ୍‌ରେ ପାକିସ୍ତାନ ଓ ପିଓକେରେ ଅତି କମ୍‌ରେ ୯ ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଥିଲା। ଆତଙ୍କୀଙ୍କ ଆହୁରି ୧୨ଟି ଆଡ୍ଡା ଏବେ ବି ରହିଛି। ତାକୁ ନଷ୍ଟ କରବାକୁ ହେବ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯଦି ପାକିସ୍ତାନ ଆକ୍ରମଣ କରେ ତେବେ ଭାରତ ପାଲଟା ଜବାବ୍ ଦେବାକୁ ଆକ୍ରମଣ କରିବ। ଅପରେସନ୍‌ର ଅଧିକ ଟେକ୍ନିକାଲ ସୂଚନା ଏବେ ଦେଇ ହେବନି।   ସର୍ବଦଳୀୟ ବୈଠକ ପରେ କେନ୍ଦ୍ରମନ୍ତ୍ରି କିରଣ ରିଜିଜୁ କହିଛନ୍ତି ରାଜନେତାମାନେ ସଶସ୍ତ୍ରବାହିନୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଜନୈତିକ ଦଳ ଜନତାଙ୍କ ସ୍ବର। ସବୁ ନେତା ଏକ ସ୍ବରରେ କହୁଛନ୍ତି, ଏହା ହେଉଛି ସରକାରଙ୍କ ସଫଳତା।   ଅପରେସନ୍ ସିନ୍ଦୁର ପରେ ଲଗାତାର ଘଟଣାକ୍ରମ ଜାରି ରହିଛି। ତେଣୁ ଅଧିକାରୀଙ୍କ ବୈଠକ ଡକାଇ ନାହୁଁ। ରାଜନୈତିକ ଦଳଙ୍କ ସହ ଆଗାମୀ କାର୍ଯ୍ୟାନୁଷ୍ଟାନ ନେଇ ମଧ୍ୟ ଚର୍ଚ୍ଚା କରାଯାଇଛି।  

ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିଥିଲେ ରାଜନାଥ ସିଂ। ତାଙ୍କ ଛଡା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ଡିଏମକେର ଟିଆର ବାଲୁ,ଟିଏମ୍‌ସିର ସୁଦୀପ୍ତ ବନ୍ଦୋପାଧ୍ୟାୟ,, ଶୀବସେନାର ଶୀକାନ୍ତ ସିନ୍ଦେ,ଏଆଇଏମ୍ଆଇଏମ୍‌ର ଅସଦୁଦ୍ଧିନ୍ ଓଓ୍ବେସୀ ପ୍ରମୁଖ ଯୋଗ ଦେଇଥିଲେ। କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ କହିଛନ୍ତି, ସଙ୍କଟ ବେଳେ ଆମେ ସରକାରଙ୍କ ସହ ରହିଛୁ। କିଛି ଗୋପନୀୟ ସୂଚନା ରହିଛି, ଯାହାକି ଏବେ ସାର୍ବଜନୀନ କରିହେବନି। ସଙ୍କଟ ସମୟରେ ଆମେ ସରକାରଙ୍କ ଉପରେ ଚାପ ପକାଉ ନାହିଁ ରାଷ୍ଟ୍ରହିତ ପାଇଁ ସରକାରଙ୍କ ସହ ଠିଆ ହୋଇ ରହିଛୁ। ସେଭଳି ରାହୁଲ ଗାନ୍ଧୀ କହିଛନ୍ତି, ଆମେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରୁଛୁ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.