ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଇସଲାମାବାଦ ଓ ରାଓ୍ବଲପିଣ୍ଡିରେ ମିଳିବନି ଟୋପାଏ ପାଣି, ହୋଇପାରିବନି ଚାଷବାସ: ଖାନପୁର ଡ୍ୟାମ୍‌ରେ ମାତ୍ର ୩୫ ଦିନ ପାଇଁ ରହିଛି ପାଣି

Published By : Prameya | May 8, 2025 1:58 PM

ନୂଆଦିଲ୍ଲୀ,୮।୫: ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନରେ ପାଣି ପାଇଁ ହାହାକାର।  ପହଲଗାମ୍ ହମଲା ପରେ ଭାରତ ରଦ୍ଦ କରିଥିଲା ସିଦ୍ଧୁ ନଦୀ ଚୁକ୍ତି। ଏବେ ଖାନପୁର ଡ୍ୟାମ୍‌ର ସ୍ଥିତି ସଙ୍ଗୀନ। ଏବେ ମାତ୍ର ୩୫ ଦିନର ପାଣି ରହିଛି। ଏହି ଡ୍ୟାମ୍‌ରୁ ରାଜଧାନୀ ଇସଲାମାବାଦ ଓ ରାଓ୍ବଲପିଣ୍ଡିକୁ ପାଣି ଯାଏ।  ଆଗକୁ ଯଦି ବର୍ଷା ଭଲ ଭାବରେ ନହୁଏ ତେବେ ପାକିସ୍ତାନୀ ଙ୍କ ସ୍ଥିତି ହେବ ଖୁବ୍ ଖରାପ ଟୋପାଏ ପାଣି ପାଇଁ ହେବେ ଡହଳବିକଳ। ରାଜଧାନୀ ଇସଲାମବାଦ ଓ ରାଓ୍ବଲପିଣ୍ଡି ଭଳି ବଡ଼ ସହରକୁ ପାଣି ଯାଉଥିବା ଖାନପୁର ଡ୍ୟାମ୍‌ରୁ ଶୁଖିଲାଣି ଜଳସ୍ତର।  

ଏହି ଡ୍ୟାମ୍‌ରୁ ଆଗକୁ ପଞ୍ଜାବ ଓ ଖୈବର ପୁଖତୁନଖ୍ବାକୁ ଚାଷବାସ ପାଇଁ ମଧ୍ୟ ପାଣି ଯିବ। ଖାନପୁର ଡ୍ୟାମ୍ କ୍ୟାଚମେଣ୍ଟ ଏରିଆ ବା ଯେଉଁ ଅଞ୍ଚଳରୁ ବର୍ଷା ପାଣି ଆସିଥାଏ ସେଠାରେ ଭଲ ବର୍ଷା ହେଉନାହିଁ। ଯେଉଁ କାରଣରୁ ଡ୍ୟାମରେ ବର୍ତ୍ତମାନ ସମୟରେ ପ୍ରତିଦିନ ୮୨ କ୍ୟୁସେକ ପାଣି ଆସୁଛି। ସେଭଳି ଯୋଗାଣ ପାଇଁ ୨୩୫ କ୍ୟୁସେକ ପାଣି ଛାଡିବାକୁ ପଡୁଛି। ପାକିସ୍ତାନୀ ଖବର କାଗଜ ଡନ୍ ରିପୋର୍ଟ ଅନୁସାରେ, ଖାନପୁର ଡ୍ୟାମ୍‌ ଡେଡ୍ ଲେବଲରୁ ୨୫ ଫୁଟ୍ ହିଁ ଅଧିକ ପାଣି ରହିଛି। ପାରୋ ନଦୀରେ ତିଆରି ଖାନପୁର ଡ୍ୟାମ୍‌ ଇସଲାମାବାଦର ମରଗଲା ହିଲ୍ସ ଓ ଗଲ୍ୟାତ୍ ପାହାଡି ଅଞ୍ଚଳରୁ ପାଣି ଆସିଥାଏ। ତେବେ ସେଠାରେ ବର୍ଷା ମଧ୍ୟ ଠିକ୍ ଭାବରେ ହେଉନି। ଏହି କାରଣରୁ ଜଳସ୍ତର କ୍ରମାଗତ ଭାବରେ ତଳକୁ ଖସିବାରେ ଲାଗିଛି। 

ଯଦି  ସପ୍ତାହେ ଭିତରେ ସ୍ଥିତିରେ ସୁଧାର ନହୁଏ ତେବେ ପଞ୍ଜାବ ଓ ଖୈବର ପଖତୁଖଓ୍ବାରେ ଜଳସେଚନ ପାଇଁ ପାଣିର ସପ୍ଲାଇକୁ ରୋକିବାକୁ ହେବ। ଅର୍ଥାତ ଚାଷକାମକୁ ଛାଡି ଆଗ ପାନୀୟ ଜଳ ଦିଆଯିବ।ଖାନପୁର ଡ୍ୟାମରେ ଏବେ ଇସଲାମାବାଦକୁ ୯୦ କ୍ୟୁସେକ, ଖୈବର ପଖତୁନଖ୍ବାକୁ ୪୮ କ୍ୟୁସେକ୍ ଓ ପଞ୍ଜାବକୁ ୪୨ କ୍ୟୁସେକ୍ ପାଣି ପଠାଯାଉଛି।   


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.