ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସବୁ ସମ୍ପତ୍ତି ଦାନ କରିବେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ

Published By : Prameya | May 9, 2025 2:19 PM

ନୂଆଦିଲ୍ଲୀ,୦୯/୦୫: ଗେଟ୍‌ସ ଫାଉଣ୍ଡେସନ ଜରିଆରେ  ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା  ବିଲ୍‌ ଗେଟ୍‌ସ ତାଙ୍କର ସମସ୍ତ  ସମ୍ପତ୍ତିକୁ ଦାନ କରିବେ ବୋଲି  ପ୍ରକାଶ କରିଛନ୍ତି । ଆସନ୍ତା ୨୦  ବର୍ଷ ମଧ୍ୟରେ ସେ ନିଜର ପ୍ରାୟ  ସମସ୍ତ ବ୍ୟକ୍ତିଗତ ସମ୍ପତ୍ତିକୁ ଦାନ  କରିବାକୁ ଶପଥ ନେଇଛନ୍ତି ।  

ସେ କହିଛନ୍ତି ଯେ, ଏହା ମାଧ୍ୟମରେ ବିଶ୍ୱର ଗରିବମାନେ  ଗେଟ୍‌ସ ଫାଉଣ୍ଡେସନ ଜରିଆରେ ୨୦୦୦୦ କୋଟି ଡଲାର  ପାଇପାରିବେ । ବିଶ୍ୱର ଅନେକ ସମସ୍ୟାର ସମାଧାନ ହୋଇଯିବ ।   ୨୦୦୦ ମସିହାରେ ବିଲ୍‌ ଗେଟ୍‌ସ ଏବଂ ତାଙ୍କ ପୂର୍ବତନ ପତ୍ନୀ  ମିଲିଣ୍ଡା ଫ୍ରେଞ୍ଚ ଗେଟ୍‌ସ ଏହି ଫାଉଣ୍ଡେସନ୍‌ର ପ୍ରତିଷ୍ଠା କରିଥିଲେ ।  

୨୦୪୫ ଡିସେମ୍ବର ୩୧ରେ ଗେଟ୍‌ସ ଫାଉଣ୍ଡେସନକୁ ବନ୍ଦ କରିବା  ପୂର୍ବରୁ ସେ ସବୁ ସମ୍ପତ୍ତିକୁ ଦାନ କରିବାକୁ ଚାହୁଁଥିବା ବିଲ୍‌ ଗେଟ୍‌ସ ପ୍ରକାଶ କରିଛନ୍ତି । ଏହି ଧନରାଶିରେ ଅନେକ ସମସ୍ୟାର ସମାଧାନ  ହୋଇପାରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ଗେଟ୍‌ସଙ୍କ ସମ୍ପତ୍ତି ପରିମାଣ ୧୦୮୦୦ କୋଟି ଡଲାର ରହିଛି । ଏହା ଆସନ୍ତା ଦୁଇ  ଦଶନ୍ଧି ମଧ୍ୟରେ ୯୯% ଖସିଯିବ ବୋଲି ଗେଟ୍‌ସ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.