ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଲଜିଷ୍ଟିକ୍ସ କ୍ଷେତ୍ରକୁ ମିଳିବ ବଳ: ରାଜ୍ୟରେ ହେବ ୮ ମଲ୍ଟି ମୋଡାଲ୍‌ ଲଜିଷ୍ଟିକ୍ସ ପାର୍କ, ୨୦ଟି ସ୍ଥାନରେ ଟ୍ରକ୍ ଟର୍ମିନାଲ

Published By : Prameya | June 29, 2025 3:07 PM

ଭୁବନେଶ୍ୱର,୨୯/୦୬: ଏବେ ଉଭୟ  ଅନ୍ତଃ ରାଜ୍ୟ ଏବଂ ଆନ୍ତଃ ରାଜ୍ୟ ପରିବହନରେ  ଓଡ଼ିଶାର ଅଂଶ ୧୦% । ୨୦୪୭ ବେଳକୁ ଏହାକୁ  ୫୦%କୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । ମାଲ୍‌  ପରିବହନକୁ ତ୍ୱରାନ୍ୱିତ କରିବାକୁ ବିକଶିତ ହେବ ୮  ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କ । ଭିଜନ ଡକ୍ୟୁମେଣ୍ଟ  ୨୦୩୬ ଏବଂ ୨୦୪୭ରେ ଏଭଳି ମହତ୍ୱାକାଂକ୍ଷୀ  ଯୋଜନା ରଖାଯାଇଛି ।  

ଆନୁଷଙ୍ଗିକ ଶିଳ୍ପ ଭିତ୍ତିଭୂମିକୁ ମଧ୍ୟ ଏହା ସହ  ତାଳଦେଇ ଉନ୍ନତୀକରଣ କରାଯିବ । ରାଜ୍ୟର ୨୦  ସ୍ଥାନରେ ହେବ ଟ୍ରକ୍‌ ଟର୍ମିନାଲ । ଏବେ ରାଜ୍ୟରେ  ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ସୁବିଧା ନ ଥିବାରୁ  ଏହା ଖଣି, କୃଷି ଏବଂ ଇ-କମର୍ସ ଶିଳ୍ପକୁ କ୍ଷତିଗ୍ରସ୍ତ  କରୁଛି । ଇ-କମର୍ସ କ୍ଷେତ୍ର ବେଶ୍‌ ବ୍ୟାପକ  ହୋଇଛି । ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ବିକାଶ  ଦ୍ୱାରା ରାଜ୍ୟ ଏହାର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ  କରିପାରିବ । ପିଏମ୍‌ ଗତି ଶକ୍ତିରେ ମଲ୍ଟି ମୋଡାଲ  କନେକ୍ଟିଭିଟି ନ୍ୟାସ୍‌ନାଲ ମାଷ୍ଟରପ୍ଲାନ ଆଧାରରେ  ରାଜ୍ୟ କାର୍ଯ୍ୟ କରିବ । 

ଓଡ଼ିଶା ଇକୋନୋମିକ କରିଡର ଯୋଜନାରେ  ବନ୍ଦରଭିତ୍ତିକ ଏବଂ ବିନିର୍ମାଣ କ୍ଷେତ୍ର ଅଭିବୃଦ୍ଧି  କରାଯିବ । ଦକ୍ଷ ଲଜିଷ୍ଟିକ୍ସ ଏବଂ ନିରନ୍ତର ପରିବହନ  ଯୋଗାଯୋଗ ବ୍ୟବସ୍ଥା ଲାଗି ସଡ଼କ, ରେଳ, ବିମାନ  ବନ୍ଦର ଏବଂ ବନ୍ଦର ଗୁଡ଼ିକ ସମନ୍ୱିତ କରିବା  ଉପରେ ଫୋକସ କରାଯିବ। ଏହାକୁ ନଜରରେ  ରଖି ଷ୍ଟକୟାର୍ଡ, ୱେୟାରହାଉସ୍‌, କୋଲ୍ଡ ଷ୍ଟୋରେଜ  ଏବଂ ୟୁଟିଲିଟି କରିଡର ବିକଶିତ ହେବ । ପୂର୍ବରୁ  ଏଭଳି ବ୍ୟବସ୍ଥା ଗୋପାଳପୁରରେ ହୋଇଛି ।  

୫୭୫ କିମି ଉପକୂଳ ଥିବାରୁ ଓଡ଼ିଶାକୁ ପୂର୍ବ  ଏସିଆର ପ୍ରମୁଖ କାର୍ଗୋସିପମେଣ୍ଟ ହବ୍‌, ୩୪୬  କିମିର ଉପକୂଳ ରାଜପଥ କାମ ତ୍ୱରାନ୍ୱିତ କରିବା,  ସ୍ଲରି ପାଇପ୍‌ଲାଇନ ନେଟୱର୍କ ବିକାଶକୁ ଧ୍ୟାନରେ  ରଖାଯିବ । ୨୦୩୬ ସୁଦ୍ଧା ଏହି କ୍ଷେତ୍ରଗୁଡ଼ିକରେ  ଘରୋଇ ନିବେଶ ୫୦%କୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି ।  ରାଜ୍ୟରେ ମଲ୍ଟି ମୋଡାଲ ଟ୍ରାନ୍ସପୋର୍ଟ ଷ୍ଟ୍ରାଟେଜିକୁ  ଡିଜାଇନ ଏବଂ ନୂଆକୌଶଳ ଲାଗି ଗଠନ ହେବ  ଉଚ୍ଚ-କ୍ଷମତା ସମ୍ପନ୍ନ ଗ୍ରୁପ । ରାଜ୍ୟ ଭିତରେ ଏବଂ  ଆନ୍ତଃରାଜ୍ୟ ସାମଗ୍ରୀ ଏବଂ ଲୋକଙ୍କ ଯାତାୟତ  ଧାରା ଜାଣିବା ଲାଗି ଏକ ଓରିଜିନ ଡେଷ୍ଟିନେସନ୍‌  ଷ୍ଟଡି କରିବେ ରାଜ୍ୟ ସରକାର । 

ଏହି ଧାରାକୁ ତ୍ୱରାନ୍ୱିତ କରିବ ଲାଗି ରାଜ୍ୟ  ସରକାର ୨୦୩୦ ସୁଦ୍ଧା ୭୫ ହଜାର କିମିର ସଡ଼କ  ନେଟୱର୍କ ବିଛାଇବେ । ଏହା ମଧ୍ୟରେ ଗ୍ରାମାଞ୍ଚଳରେ  ୩୦ ହଜାର କିମିର ସଡ଼କ କାର୍ଯ୍ୟକୁ ଶେଷ  କରାଯିବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା  (ପିଏମ୍‌ଜିଏସ୍‌ୱାଇ) ୩ରେ ହାତକୁ ନିଆଯାଇଥିବା  ସବୁ ସଡ଼କ ପ୍ରକଳ୍ପର କାର୍ଯ୍ୟକୁ ଆଗାମୀ ୨୪ ମାସ  ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ।  

ଏହା ଦ୍ୱାରା ଅନ୍ତତଃ ପକ୍ଷେ ୧୫ ହଜାର କିମି  ସଡ଼କ ପଥର ବିକାଶ କାର୍ଯ୍ୟ କରିବାକୁ ଲକ୍ଷ୍ୟ  ରଖାଯାଇଛି । ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ  (ଏସ୍‌ଡିଜି)୧୧.୩କୁ ସଡ଼କପଥ ବିକାଶ କରିବାକୁ  ଅଗ୍ରସର ହୋଇଛନ୍ତି ରାଜ୍ୟ ସରକାର । ଆର୍ôଥକ ବର୍ଷ  ୨୦୨୫-୨୬ ବଜେଟରେ ସରକାର ସଡ଼କ, ବ୍ରିଜ  ଏବଂ ବିମାନବନ୍ଦରଗୁଡ଼ିକର ଉନ୍ନତୀକରଣ ଲାଗି  ୧୫, ୮୬୫ କୋଟିର ବ୍ୟୟ ବରାଦ କରିଛନ୍ତି । ୨୦୨୬-୨୭ ସୁଦ୍ଧା ପ୍ରତି ଗ୍ରାମ ପଞ୍ଚାୟତକୁ ସମନ୍ୱିତ  ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀ  ବସ୍‌ ସେବା ସ୍କିମ୍‌ ଦ୍ୱାରା ୩ ହଜାର କୋଟି ଟଙ୍କାର  ନିବେଶକୁ ମିଳିଛି ମଞ୍ଜୁରି । ପବ୍ଲିକ ଟ୍ରାନ୍ସପୋର୍ଟ  ଭିତ୍ତିଭୂମି ଦୃଢ଼ୀକରଣ ଲାଗି ଅଟଳ ବସ୍‌ଷ୍ଟାଣ୍ଡ  ସ୍କିମ୍‌ରେ ୬ ହଜାର କୋଟି ଟଙ୍କା ବିନିଯୋଗ ହେବ ।  

ଏବେ ରାଜ୍ୟର ପରିବହନ ଜିଏସ୍‌ଭିଏରେ  ସଡକ ପଥର ଅଂଶ ୬୦% ରହିଛି । ରାଜ୍ୟରେ  ନ୍ୟାସ୍‌ନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ  (ଏନ୍‌ଏଚ୍‌ଏଆଇ) ୧୨୦୪ କିମିର ୪୯ ପ୍ରକଳ୍ପ  କାର୍ଯ୍ୟକାରୀ କରାଇଥିବା ବେଳେ ୭୭୧ କିମି ସମ୍ପୂର୍ଣ୍ଣ  ହୋଇସାରିଛି । ପଶ୍ଚିମାଞ୍ଚଳ ବିକାଶ ଲାଗି ରାଜ୍ୟ  ୱେଷ୍ଟର୍ଣ୍ଣ ଏକ୍ସପ୍ରେସୱେ ସ୍ଥାପନ କରିଛି । ସେହିଭଳି  ବିଶାଖାପାଟଣା-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡରକୁ  ଲାଗି ଓଡ଼ିଶା ଇକୋନୋମିକ କରିଡରକୁ ବିକଶିତ  କରିବା ଲକ୍ଷ୍ୟ ରଖାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.