ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ‘ଆମ ବସ୍‘ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଚୀନ୍‌ର ଡବଲ୍‌ ଗେମ୍‌: ରାଜନୈତିକ ଆଲୋଚନା ଭିତରେ ଜରୁରୀ ରପ୍ତାନି ଉପରେ ରୋକ୍‌ ଲଗାଉଛି ଡ୍ରାଗନ୍

Published By : Prameya | June 28, 2025 8:43 AM

ନୂଆଦିଲ୍ଲୀ,୨୮/୦୬:  ଭାରତ ଏବଂ  ଚୀନ୍‌ ମଧ୍ୟରେ ରାଜନୈତିକ ଆଲୋଚନା ଚାଲିଛି ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍‌ ଗସ୍ତରେ ଅଛନ୍ତି । ଏନ୍‌ଏସ୍‌ଏ ଅଜିତ ଡୋଭାଲ ଏସ୍‌ସିଓ  ଶିଖର ସମ୍ମିଳନୀ ପାଇଁ ନିକଟରେ ସେଠାକୁ  ଯାଇଥିଲେ । ଏହା ମଧ୍ୟରେ ଭାରତ ବିରୋଧରେ କିଛି ଆକ୍ରାମକ ପଦକ୍ଷେପ ନେଉଛି ଡ୍ରାଗନ୍‌ । ଏହା ଭାରତକୁ ଆସିବାକୁ ଥିବା କେତେକ ଜରୁରୀ ରପ୍ତାନି ଉପରେ ଲଗାଇଛି ରୋକ୍‌ । 

ରପ୍ତାନି କଟକଣା ଲାଗିଥିବା ସାମଗ୍ରୀ  ମଧ୍ୟରେ ରହିଛି ରେୟାର୍‌ ଆର୍ଥ ମ୍ୟାଗ୍‌ନେଟ୍‌  ଏବଂ ବିଶେଷ ଉର୍ବରକ । ଏପରିକି ମୁମ୍ବାଇ- ଅହମ୍ମଦାବାଦ ହାଇସ୍ପିଡ୍‌ ରେଳ କରିଡର  ପାଇଁ ଟନେଲ ବୋରିଂ ମେଶିନ୍‌(ଟିବିଏମ୍‌)  ଯୋଗାଣକୁ ବି ଅଟକାଇଛି ଚୀନ୍‌ । ଏହି ପଦକ୍ଷେପଗୁଡ଼ିକ ଯୋଗୁ ଏବେ ଚୀନ୍‌ର ରଣନୀତି ଉପରେ ପ୍ରଶ୍ନ ଉଠୁଛି । ଉଭୟ ଦେଶ ଯେଉଁ ସମୟରେ ପାରସ୍ପରିକ ସମ୍ପର୍କକୁ ସ୍ୱାଭାବିକ କରିବାକୁ ଉଦ୍ୟମ କରୁଛନ୍ତି, ଚୀନ୍‌ ବ୍ୟାପାରକୁ କାହିଁକି ଅସ୍ତ୍ର କରୁଛି । ଚୀନ୍‌ ଭାରତ ସହ ଦୋମୁହାଁ ରଣନୀତି କରୁଛି ।  

ଗୋଟିଏ ପଟେ ରାଜନୈତିକ ଆଲୋଚନା  କରୁଛି ଏବଂ ଅନ୍ୟପଟେ ବ୍ୟାପାର ଉପରେ ଚାପ ପକାଉଛି । ଏସବୁ ପଦକ୍ଷେପରୁ  ଜଣାପଡୁଛି ଯେ, ଏହା ଭାରତ ସହ ନିଜର  ବ୍ୟାପାରିକ ସମ୍ପର୍କକୁ ଏକ ରାଜନୈତିକ ଅସ୍ତ୍ର  ଭାବେ ଦେଖୁଛି । ଚୀନ୍‌ ଭାରତ ଉପରେ ଚାପ  ପକାଇବା ପାଇଁ ରପ୍ତାନି ରୋକିବାର ଉପାୟ  ଆପଣାଉଛି । ଏହା ଅନେକ ଜରୁରୀ ସାମଗ୍ରୀର  ବଡ଼ ଉତ୍ପାଦକ । ଏଥିମଧ୍ୟରେ ରେୟାର୍‌ ଆର୍ଥ ଖଣିଜ  ପଦାର୍ଥ, ଉର୍ବରକ ଏବଂ ଔଦ୍ୟୋଗିକ ମେଶିନାରୀ  ଆଦି ରହିଛି । ବର୍ତ୍ତମାନ ଡ୍ରାଗନ୍‌ ଏସବୁ ସାମଗ୍ରୀର  ରପ୍ତାନିରେ ବିଳମ୍ବ କରି କିମ୍ବା ରପ୍ତାନିକୁ ଅଟକାଇ  ଭାରତ ଉପରେ ଚାପ ପକାଉଛି । ଏହି ଚାପ ଯଦିଓ  ସିଧାସଳଖ ଲଗାଉନି କିନ୍ତୁ ସ୍ପଷ୍ଟ ଜଣାପଡୁଛି ଯେ,  ଚୀନ୍‌ ଏହାର ଶକ୍ତି ଦେଖାଉଛି । 

ରେୟାର୍‌ ଆର୍ଥ ମ୍ୟାଗ୍‌ନେଟ୍‌ ମାମଲା ଅତି ଗୁରୁତ୍ୱପୂର୍ଣ୍ଣ । ଏହି ଚୁମ୍ବକ ଆଧୁନିକ  ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକ୍‌ ଯାନ, ପବନ  ଟର୍‌ବାଇନ୍‌ ଆଦି ପାଇଁ ଜରୁରୀ । ଚୀନ୍‌  ଏହି ମ୍ୟାଗ୍‌ନେଟ୍‌ଗୁଡ଼ିକର ରପ୍ତାନି ଅଟକାଇ  ହାଇଟେକ୍‌ ମାନୁଫାକ୍‌ଚରିଂ ଯୋଜନାଗୁଡ଼ିକୁ  ଧୀମା କରୁଛି । ଏହା ମେକ୍‌ ଇନ୍‌ ଇଣ୍ଡିଆ ଏବଂ  ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍‌ଆଇ)  ଭଳି ଯୋଜନାଗୁଡ଼ିକ ପାଇଁ ଏକ ବଡ଼ ଝଟ୍‌କା ।  

ସେହିଭଳି ଚୀନ୍‌ର ବନ୍ଦରଗୁଡ଼ିକରେ  ଭାରତକୁ ଆସିବାକୁ ଥିବା ବିଶେଷ  ଉର୍ବରକଗୁଡ଼ିକର ରପ୍ତାନିକୁ ଅଟକାଇ ଦିଆଯାଇଛି ।  ଭାରତର କୃଷି କ୍ଷେତ୍ରକୁ କ୍ଷତି ପହଞ୍ଚାଇବା  ଉଦ୍ଦେଶ୍ୟରେ ଡ୍ରାଗନ୍‌ ଏହା କରୁଛି । ଏହା ଏଭଳି  ସମୟରେ କରାଯାଉଛି, ଯେତେବେଳେ ବିଶ୍ୱରେ  ଖାଦ୍ୟ ସୁରକ୍ଷାକୁ ନେଇ ଚିନ୍ତା ଜୋର ଧରିଛି ।  ଟନେଲ ବୋରିଂ ମେଶିନ୍‌ର ରପ୍ତାନିକୁ ରୋକିବା  ଏକ ବଡ଼ ସମସ୍ୟା । ଏହି ମେଶିନ୍‌ ଏକ ବଡ଼ ପରିଯୋଜନା ପାଇଁ ଜରୁରୀ, ଯାହାକୁ ଜାପାନ  ଫଣ୍ଡିଂ କରୁଛି । ଏହାଦ୍ୱାରା ପରିଯୋଜନାରେ ବିଳମ୍ବ  ହେଉଛି । ରାଜନୈତିକ ସମସ୍ୟା ବି ଆସୁଛି ।  ଏସବୁ ପଦକ୍ଷେପ ଗୋଟିଏ କଥା ସ୍ପଷ୍ଟ  ହେଉଛି । ଚୀନ୍‌ ଭାରତକୁ ଜଣାଇବାକୁ ଚାହେଁ  ଯେ, ଏହା ବିଶ୍ୱର ଶିଳ୍ପଗୁଡ଼ିକ ପାଇଁ କେତେ ମହତ୍ୱପୂର୍ଣ୍ଣ । ଏହାସହିତ ଦର୍ଶାଉଛି ଯେ, ଭାରତ  ଯଦି ଏହା ସହ ଉତ୍ତମ ସମ୍ପର୍କ ରଖିବନି ତେବେ  ଏହାକୁ କେଉଁଭଳି ଭାବେ କ୍ଷତି ସହିବାକୁ ପଡ଼ିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.