ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତରେ ୟୁଏନ୍ ସାମିଲ, ICAO ପର୍ଯ୍ୟବେକ୍ଷକଙ୍କୁ ଅନୁମତି ଦେଲା ଭାରତ

Published By : Anindita Ratha | June 28, 2025 8:54 AM

ନୂଆଦିଲ୍ଲୀ,୨୮/୦୬: ଅହମ୍ମଦାବାଦ ଏୟାର ଇଣ୍ଡିଆ ଡ୍ରିମଲାଇନ ବିମାନ ଦୁର୍ଘଟଣାର ତଦନ୍ତରେ ସାମିଲ ହେବ ମିଳିତ ଜାତିସଂଘ ବା ୟୁଏନ୍। ଭାରତ ସରକାର ମିଳିତ ଜାତିସଂଘ ବିମାନ ଚଳାଚଳ ସଂସ୍ଥା ICAO ର ଜଣେ ବିଶେଷଜ୍ଞଙ୍କୁ ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି। ସୂତ୍ର ଅନୁସାରେ, ICAO ତଦନ୍ତରେ ଅଂଶଗ୍ରହଣ କରିବାକୁ ଅନୁମତି ମାଗିଥିଲା। ସ୍ୱଚ୍ଛତାର ସହିତ ତଦନ୍ତ କରିବା ଉଦ୍ଦେଶ୍ୟରେ ଭାରତ ଏଥିରେ ଜାତିସଂଘକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି।

ତେବେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ ୧୭୧ ଉଡ଼ାଣ ଭରିବାର କିଛି ସମୟ ପରେ ମେଡିକାଲ କଲେଜ ହଷ୍ଟେଲ କୋଠା ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ  ୨୪୧ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋର ଦଳ ଜୁନ୍ ୧୩ ତାରିଖରୁ ଏହି ଦୁର୍ଘଟଣାର ତଦନ୍ତ କରୁଛି। ଏଥିରେ ବିମାନ ଚିକିତ୍ସା ବିଶେଷଜ୍ଞ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍  ଅଧିକାରୀ ଏବଂ ଆମେରିକାର ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ ର ପ୍ରତିନିଧିମାନେ ମଧ୍ୟ ସାମିଲ ଅଛନ୍ତି। ଆମେରିକାର ପ୍ରତିନିଧିମାନେ ବିମାନର ବ୍ଲାକ୍ ବକ୍ସର ତଥ୍ୟ ଉଦ୍ଧାର କରୁଛନ୍ତି। ଆପଣଙ୍କୁ କହିରଖୁଛୁ ଯେ, ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୫୧ ଜଣଙ୍କର ଡିଏନଏ ମାଧ୍ୟମରେ ଚିହ୍ନଟ କରାଯାଇଛି। ୨୪୫ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ରାକେଶ ଜୋଶୀ ଦେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.