ପ୍ରମୂଖ ଖବର
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ବାର୍ ସିକ୍ୟୁରିଟି ଗାର୍ଡ଼ଙ୍କୁ ଗୁଳିମାଡ଼ ଘଟଣା ; ବାର୍ ବନ୍ଦ ପରେ ଖୋଲିବାକୁ କରିଥିଲେ ବାଧ୍ୟ : କମିଶନର

Published By : Prameya | May 11, 2025 7:07 PM

ଭୁବନେଶ୍ବର,୧୧/୫ : ବାର୍ ସିକ୍ୟୁରିଟି ଗାର୍ଡ଼ଙ୍କୁ ଗୁଳିମାଡ଼ ଘଟଣାରେ ୧୧ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ବାର୍ ବନ୍ଦ ପରେ ମଧ୍ୟ ଖୋଲିବାକୁ କରିଥିଲେ ବାଧ୍ୟ । ବାର୍ ନ ଖୋଲିବାରୁ କଲେ ଗୁଳିମାଡ଼। ମାଷ୍ଟର ମାଇଣ୍ଡ ଶିବା ପାତ୍ର ସହ ଏକାଧିକ ଫେରାର।

ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଏକ ବାରରେ ସିକ୍ୟୁରିଟି ଗାର୍ଡ଼ଙ୍କୁ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି  କମିଶନରେଟ ପୋଲିସ । ଏହି ଘଟଣାରେ ୧୧ଜଣଙ୍କୁ ଗିରଫ କରିଛି ପୋଲିସ । ହେଲେ ଖସି ଯାଇଛି ଗୁଳିକାଣ୍ଡର ମାଷ୍ଟର ମାଇଣ୍ଡ ଶିବ ପାତ୍ର। ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ କହିଛନ୍ତି, ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଡମଣାରେ ଥିବା ବାର୍ ଭିତରେ ପଶିଥିଲେ ଶିବ ଓ ତାର ଗ୍ୟାଙ୍ଗ। ରାତି ୨ଟାରେ ବାର ବନ୍ଦ କରିବାକୁ ସିକ୍ୟୁରିଟି ଗାର୍ଡ଼ଙ୍କୁ କହିବାରୁ ବଚସା ହୋଇଥିଲା।  ଯାହାକୁ ନେଇ ବାର ତଳେ ସିକ୍ୟୁରିଟି ଗାର୍ଡ଼କୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ।  

ଫଳରେ ସିକ୍ୟୁରିଟି ଗାର୍ଡର ଗୋଡ଼ରେ ଗୁଳି ବାଜିଥିଲା। ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେପଟେ ଗତକାଲି ବାର ଉପରେ ଅବକାରୀ ବିଭାଗ ଚଢ଼ଉ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିବା ଅଭିଯୋଗରେ ବାର ସିଲ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.