ଭୁବନେଶ୍ବର,୧୧/୫ : ଝାରପଡ଼ା ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଉଛନ୍ତି ମୋହନ ବେହେରା । ଗତ ୮ତାରିଖରେ ନିଶା କାରବାର ଘଟଣାରେ ଜଟଣୀ ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା । ଦେଶୀ ମଦ ବିକ୍ରି କରୁଥିବା ନେଇ ଜଟଣୀ ଥାନା ପୋଲିସ ଗିରଫ କରିଥିଲା ।
ମୋହନ ବେହେରାଙ୍କ ଘର ଜଟଣୀ ଉପର୍ଷ୍ଟା । ଗତକାଲି ପେଟରେ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ହେବାକୁ ଆସିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଲକ୍ଷ୍ମୀସାଗର ଥାନା ପୋଲିସର ତଦନ୍ତ ଆରମ୍ଭ ।