ପ୍ରମୂଖ ଖବର
  • Women's Triseries IND VS SRI; ସ୍ମୃତିଙ୍କ ଶତକୀୟ ପାଳି, ଶ୍ରୀଲଙ୍କାକୁ ୩୪୩ରନ୍‌ର ଟାର୍ଗେଟ
  • ||
  • ଏବେ ବି ଜାରି ଅପରେସନ୍ 'ସିନ୍ଦୂର', ଭାରତୀୟ ବାୟୁସେନା ଦେଲା ବଡ଼ ସୂଚନା
  • ||
  • ବଲାଙ୍ଗୀର : ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ, ପିଏମ୍‌ଙ୍କ ବାସ ଭବନ ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସଏଙ୍କ ସମେତ ସିଡିଏସ
  • ||
  • ମୟୂରଭଞ୍ଜ : ବିଲରୁ ନବଜାତକର ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ସୁନ୍ଦରଗଡ଼ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ପୋଡ଼ୋଶୀକୁ କଟୁରୀରେ ହାଣି ହତ୍ୟା
  • ||
  • ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ,ସିବିଏସ୍‌ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ
  • ||
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ,ସିବିଏସ୍‌ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ

Published By : Prameya | May 11, 2025 9:46 AM

ଭୁବନେଶ୍ୱର,୧୧/୦୫: ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଉଚ୍ଚ  ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ । ଫଳ ପ୍ରକାଶ ପାଇଁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।  ଆସନ୍ତା ୧୫ରେ ଫଳ ପ୍ରକାଶ ନେଇ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିରେ ସାମାନ୍ୟ ବିଳମ୍ବ ହୋଇପାରେ । ଏକାକାଳୀନ ଭାବେ ସମସ୍ତ  ଷ୍ଟ୍ରିମ୍‌ର ରେଜଲ୍ଟ ପ୍ରକାଶ ପାଇବ । ଆସନ୍ତା ୭ରୁ ୮ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ମିଳିଛି ।   

ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)  ପରିଚାଳିତ ଦଶମ ଓ  ଦ୍ୱାଦଶ ଶ୍ରେଣୀ ପରୀକ୍ଷା  ଫଳ ମଧ୍ୟ ଆସନ୍ତା  ସପ୍ତାହରେ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଜାତୀୟ ଗଣମାଧ୍ୟମର  ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ହିଁ ରେଜଲ୍ଟ ପ୍ରକାଶ ପାଇବ ।   

ସୂଚନାଯୋଗ୍ୟ,ଗତ ମାର୍ଚ୍ଚ ୨୮ରେ ଯୁକ୍ତ ଦୁଇ ପରୀକ୍ଷା ଶେଷ  ହୋଇଛି । ଏଥିରେ ରାଜ୍ୟର ୩ ଲକ୍ଷ ୯୩ ହଜାର ୬୧୮ ଜଣ  ପିଲା ପରୀକ୍ଷା ଦେଇଛନ୍ତି । ଏପ୍ରିଲ୍‌ ୨ ତାରିଖରୁ ଖାତା ଦେଖା ଆରମ୍ଭ  ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହୋଇଛି । ଖାତା ଦେଖା ଶେଷ ହୋଇଥିବା ବେଳେ ରେଜଲ୍ଟ ପ୍ରକାଶ ପାଇଁ ଥିବା ଆନୁସଙ୍ଗିକ  ସମସ୍ତ କାର୍ଯ୍ୟ ଆସନ୍ତା ୩ ଦିନ ମଧ୍ୟରେ ଶେଷ ହେବ । ତାପରେ ରେଜଲ୍ଟ  ପ୍ରକାଶ ପାଇବ । ଅର୍ଥାତ୍‌ ୭ରୁ ୮ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ  ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ସିବିଏସ୍‌ଇ ରେଜଲ୍ଟ ଗତବର୍ଷ ମେ  ୧୩ ତାରିଖରେ ପ୍ରକାଶ ପାଇଥିଲା । ଚଳିତବର୍ଷର ଫଳ ଆସନ୍ତା ସପ୍ତାହ  ମଧ୍ୟରେ ପ୍ରକାଶ ପାଇବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.