ପାଟଣାଗଡ/ଖପ୍ରାଖୋଲ,୧୧/୦୫: ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଥାନା ବୁଢିବାହାଲ ଗାଁରେ ବାର୍ହା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇ ପାଟଣାଗଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ଗୁରୁତର ମହିଳା ଜଣକ ହେଲେ ଉକ୍ତ ଥାନା ବୁଢିବାହାଲ ଗାଁର ରୁବିଧା ବିଶ୍ଵାଳ ।
ସୂଚନା ମୁତାବକ, ରୁବିଧା ରବିବାର ସକାଳୁ ତାଙ୍କ ଛେଳି ସହ ପଡୋଶୀଙ୍କ ଛେଳି ନେଇ ଗାଁ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ଛେଳି ପଲ ମଧ୍ୟରୁ ତାଙ୍କ ଛେଳି ନିକଟସ୍ଥ ଏକ ନାଳ ଭିତରକୁ ପାଇଯାଇଥିଲା । ଛେଳିକୁ ଘୋଡାଇବାକୁ ରୁବିଧା ନାଳ ଭିତରକୁ ଯାଇଥିଲେ। ନାଳ ଭିତରେ ଶୋଇଥିବା ବାର୍ହା ହାବୁଡ଼ରେ ପଡ଼ିଯାଇଥିଲେ । ବାର୍ହାଟି ତାଙ୍କ ଜଙ୍ଘରେ କାମୁଡି ଦେଇଥିଲା। ତାଙ୍କ ଚିତ୍କାର ଶୁଣି ସାଥୀରେ ଯାଇଥିବା ଅନ୍ୟ ଛେଳି ଚରାଳିମାନେ ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡ଼ାକ୍ତରଖାନାକୁ ଚିତ୍କିସା ପାଇଁ ଆଣିଥିଲେ। ଚିକିତ୍ସା ପରେ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡ଼ାକ୍ତରଖାନା ସୁତ୍ରରୁ ଜଣାପଡିଛି।