ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି ବିବେଚନା କରାଯାଇଥାଏ । ଯେତେବେଳେ ସୂର୍ଯ୍ୟ ତାଙ୍କ ରାଶି ପରିବର୍ତ୍ତନ କରିଥାନ୍ତି, ତାହାର ପ୍ରଭାବ ସମସ୍ତ ରାଶିଙ୍କ ଉପରେ ଦେଖିବାକୁ ମିଳିଥାଏ । ସୂର୍ଯ୍ୟ ବର୍ତ୍ତମାନ ମେଷ ରାଶିରେ ଅବସ୍ଥାନ କରିଛନ୍ତି । ଆସନ୍ତା ମେ ୧୫ ତାରିଖରେ ସୂର୍ଯ୍ୟ ଦେବତା ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ଗୋଚରକୁ ଅନେକ ଦୃଷ୍ଟିରୁ ବିଶେଷ ବୋଲି ବିବେଚନା କରାଯାଉଛି । ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବା ସହିତ କିଛି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ନ ହେବ । ଏହି ପରିବର୍ତ୍ତନ କ୍ୟାରିୟର୍ରେ ଅଭିବୃଦ୍ଧି, ଆର୍ଥିକ ଉନ୍ନତି ଏବଂ ସୌଭାଗ୍ୟ ଆଣିବ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ଗୋଚର ଲାଭଦାୟକ ପ୍ରମାଣିତ ହେବ ।
ମେଷ ରାଶି- ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ ଟଦେବଙ୍କ ଏହି ଗୋଚର ଲାଭଦାୟକ ସାବ୍ୟସ୍ତ ହେବ । ଏହା ଆପଣଙ୍କ ଆୟ ଏବଂ ସଞ୍ଚୟ ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଇଥାଏ । ଏହି କାରଣରୁ ଆପଣଙ୍କର ଫସି ରହିଥିବା ଟଙ୍କା ଫେରି ପାଇବେ । ଆର୍ଥିକ ଲାଭର ସମ୍ଭାବନା ରହିଛି ।
ସିଂହ ରାଶି- ସିଂହ ରାଶିର ଅଧିପତି ସୂର୍ଯ୍ୟ ଅଟନ୍ତି ଏବଂ ଯେତେବେଳେ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଷ କରନ୍ତି ଏହା ଏହି ରାଶିର ଲୋକଙ୍କ କୁଣ୍ଡଳୀର ଦଶମ ଘରକୁ ପ୍ରଭାବିତ କରଥାଏ । ଏହି କାରଣରୁ କାମ କିମ୍ୱା ବ୍ୟବସାୟରେ ଉନ୍ନତି ହୋଇପାରେ । ଜୀବନରେ ଆରାମ ଏବଂ ସୁବିଧା ବୃଦ୍ଧି ପାଇବ । ଅର୍ଥନୈତିକ ପରିସ୍ଥିତିରେ ବଡ଼ ଉନ୍ନତି ହୋଇପାରେ ।
କୁମ୍ଭ ରାଶି- କୁମ୍ଭ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବଙ୍କ ଏହି ଗୋଚର ଶୁଭ ହୋଇପାରେ । ଆପଣଙ୍କୁ କ୍ୟାରିୟର୍ରେ ସଫଳତା ନିଶ୍ଚୟ ମିଳିବ । ଧନ, ସମ୍ପତ୍ତି ଏବଂ ନିବେଶରେ ଲାଭ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ ।
କନ୍ୟା ରାଶି- କନ୍ୟା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବଙ୍କ ଏହି ଗୋଚର ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ । ଅଟକି ରହିଥିବା କାମ ପୁରଣ ହେବ । କାରବାରରେ ଲାଭ ମିଳିବ । ସମ୍ପର୍କରେ ସୁଦୃଢତା ଆସିବ ।