ମୋହନା, ୧୨।୫(ଆପ୍ର) : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି କାଳବୈଶାଖୀ l କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ କେଉଁଠି ଘର ଚାଳ ଛପର ଉଡିଯାଇଛି l ମହେନ୍ଦ୍ରଗଡ଼ରେ ବିରାଟ ଗଛ ପଡି ଜାତୀୟ ରାଜପଥ ଅବରୋଧ ହେବା ସହ ୩ ଘଣ୍ଟା ଧରି ଯାତାୟତ ଠପ ହୋଇଯାଇଥିଲା l ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଗଛ କାଟି ରାସ୍ତା ସ୍ୱାଭାବିକ କରିଥିଲେ l
ସୋମବାର ଅପରାହ୍ନ ପ୍ରାୟ ୩ ଟାରେ ଅଚାନକ ପାଗ ବଦଳିବା ସହ କାଳବୈଶାଖୀର ତାଣ୍ଡବ ଆରମ୍ଭ ହୋଇଥିଲା l ପ୍ରବଳ ବର୍ଷା ସହ ପବନ ଯୋଗୁଁ ମହେନ୍ଦ୍ରଗଡ଼ ତିବତୀୟ କଲୋନୀ ନିକଟରେ ଏକ ବିରାଟ ଗଛ ଉପୁଡି ରାସ୍ତା ଉପରେ ପଡିଯାଇଥିଲା l ଫଳରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହେବା ସହ ମୋହନାରୁ ପାରଳାଖେମୁଣ୍ଡି ଯାତାୟତ ପ୍ରଭାବିତ ହୋଇଥିଲା l ଉଭୟ ପଟକୁ ଏକାଧିକ ଗାଡି ଅଟକି ରହିଥିଲା l ରା. ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୁ ଗଛକାଟି ସଫା କରିଥିଲେ l ୩ ଘଣ୍ଟା ପରେ ସଂଧ୍ୟା ୬ଟାରେ ଯାତାୟତ ସ୍ୱାଭାବିକ ହୋଇଥିଲା l ସେହିପରି ରାମଗିରି ଅଞ୍ଚଳରେ ବିଭିନ୍ନ ଗାଁରେ ଲୋକଙ୍କ ଘର ଚାଳ ଛପର ଉଡିଯାଇଥିଲା। ଛେଳିଗଡ଼, ମହେନ୍ଦ୍ରଗଡ଼, ଲବlରସିଂ ଓ ଚନ୍ଦ୍ରଗିରି ଅଞ୍ଚଳରେ ମଧ୍ୟ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ଚାଳ ଛପର ଉଡିଯାଇଛି l ଏଥିପାଇଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରlହ ବିଚ୍ଛିନ୍ନ ହୋଇଛି l