ଭୁବନେଶ୍ୱର, ୦୭/୦୪: ତିରୁପତି ଯାଇଥିବା ବେଳେ ଘରେ କଳାକାର ବୁଲାଇଦେଲେ ଦୁର୍ବୃତ୍ତ । ୩୯ଭରି ସୁନା ଓ ୮୦ହଜାର ଟଙ୍କା ଲୁଟି ନେଲେ ଚୋର । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ଗାରାବନ୍ଧ ପୋଲିସ । ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଗାରାବନ୍ଧ କୁମୁଟି ସାହିରେ ଏହି ଲୁଟ୍ ହୋଇଛି ।
ସୂଚନା ମୁତାବକ, ଗାରାବନ୍ଧ କୁମୁଟି ସାହିର ଟି.ପ୍ରଦୀପ ତାଙ୍କ ପରିବାରକୁ ନେଇ ତିରୁପତି ଯାଇଥିଲେ । ସେଠାରୁ ଫେରିଲା ବେଳକୁ ଘରୁ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ଦୀର୍ଘ ଦିନ ଧରି ଘରେ କେହି ନଥିବାର ଫାଇଦା ଉଠାଇ ଲୁଟେରାମାନେ । ଘରର ଝରକା ଦେଇ ଭିତରକୁ ପଶିଥିଲେ । ପରେ ଘରେ ଥିବା ୩୯ଭରି ସୁନା ଓ ୮୦ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସାଇଣ୍ଟିଫିକ ଟିମ୍ ସହାୟତାରେ ଗାରାବନ୍ଧ ପୋଲିସର ତଦନ୍ତ ଆରମ୍ଭ କରିଛି ।