ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଭଡ଼ା ଘରୁ ମୃତଦେହ ଉଦ୍ଧାର, ସ୍ତ୍ରୀ ଫେରାର୍... ହତ୍ୟା ଅଭିଯୋଗ ଆଣିଲେ ଶାଶୁଘର

Published By : Rasmita Pradhan | March 8, 2025 3:06 PM

ଭୁବନେଶ୍ଵର, ୦୮/୦୩ : ଭଡ଼ା ଘରୁ ମୃତଦେହ ଉଦ୍ଧାର। ପାରଳାଖେମୁଣ୍ଡି ନଗରମପଲ୍ଲୀ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ଗୁଣୁପୁର ନିକଟ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ମାଛଖୁଣ୍ଟି ଗ୍ରାମର ଜଗଦିଶ ମେଲେକା। ଉକ୍ତ ଭଡ଼ା ଘରେ ସ୍ଵାମୀ-ସ୍ତ୍ରୀ ଦୁହେଁ ରହୁଥିବା ବେଳେ ଜଗଦିଶଙ୍କ ସ୍ତ୍ରୀ ଫେରାର୍ ହୋଇଯାଇଛନ୍ତି। ଜଗଦିଶଙ୍କ ପରିବାର ଲୋକେ ସ୍ତ୍ରୀ ବିରୋଧରେ ହତ୍ୟା ଅଭିଯୋଗ କରିଛନ୍ତି। 

ସୂଚନାନୁଯାୟୀ, ପାରଳାଖେମୁଣ୍ଡି ନଗରମପଲ୍ଲୀ ସାହିର ଏକ ଭଡାଘରେ ମାଛଖୁଣ୍ଟି ଗ୍ରାମର ଜଗଦିଶ ମେଲକା ଓ ତାଙ୍କ ସ୍ତ୍ରୀ ହାରି ରଈତ ତିନି ମାସ ହେଲା ରହିଆସୁଥିଲେ। ଗତକାଲି ରାତିରେ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଗଦିଶଙ୍କ ଶବ ଉଦ୍ଧାର କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରୁଛି। ଜଗଦିଶଙ୍କ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। 

ସେପଟେ ଜଗଦିଶଙ୍କ ସ୍ତ୍ରୀ ଫେରାର୍ ହୋଇଯାଇଛନ୍ତି। ଜଗଦିଶଙ୍କ ପରିବାର ଲୋକେ ଗତ ଦୁଇଦିନ ଧରି ଲଗାତାର ଫୋନ କରୁଛନ୍ତି। ହେଲେ ରଈତ କୌଣସି ଉତ୍ତର ଦେଉନାହାଁନ୍ତି। ତେଣୁ ଜଗଦିଶଙ୍କ ପରିବାର ଲୋକେ ରଈତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। କାରଣ ବାହାଘର ପରଠାରୁ ରଈତି ଜଗଦୀଶଙ୍କ ପରିବାର ଲୋକଙ୍କ ସହ ସବୁବେଳେ ଝଗଡା କରି ଆସୁଥିଲେ। ଶେଷରେ ସ୍ୱାମୀ ସ୍ତ୍ରୀ ପାରଳାଖେମୁଣ୍ଡି ଆସି ୩ ମାସ ହେଲା ରହୁଥିଲେ। ତଥାପି ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ତେବେ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି ରଖିଛନ୍ତି ପରିବାର ଓ ସମ୍ପର୍କୀୟମାନେ।

ଏହି ଖବରଟିକୁ ପଢନ୍ତୁ-ପରୀକ୍ଷା ଦେବାକୁ ଯିବାବେଳେ ମର୍ମନ୍ତୁଦ ଦୁର୍ଘଟଣା, ପୁଅ ଆଖି ଆଗରେ ଚାଲିଗଲା ବାପାଙ୍କ ଜୀବନ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.