ମୋହନା, ୨୧/୩ : ଗଞ୍ଜେଇ ରେଡ ବେଳେ ପୋଲିସ ଗ୍ରାମବାସୀ ମୁହାଁମୁହିଁ l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଯୁବ ପଞ୍ଚାୟତ ପିଡ଼ିଏର ଗାଁରେ l ଗତ ବିଳମ୍ବିତ ରାତିରେ ଗଞ୍ଜେଇ ରେଡ କରିବାକୁ ଯାଇଥିଲେ ପୋଲିସ l ଏହି ସମୟରେ ପୋଲିସକୁ ଅଟକାଇଥିଲେ ଗ୍ରାମବାସୀ l
ପରେ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି l ଏଥିରେ ରା.ଉଦୟଗିରି ଏସଡିପିଓଙ୍କ ସମେତ ୨୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି l ଏଥିସହ ପୋଲିସର ୬ଟି ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଗ୍ରାମବାସୀ l ରାତିଠାରୁ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ l ସ୍ଥାନୀୟ ଲୋକଙ୍କ ବୁଝାସୁଝା ପରେ ଅଟକ କର୍ମଚାରୀଙ୍କୁ ଛାଡିଥିଲେ l