ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନବ ଦାସ ହତ୍ୟା ମାମଲା: ଗୋପାଳ ଦାସଙ୍କ ହାତରୁ ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା

Published By : Prameya | March 22, 2025 1:09 PM

ଝାରସୁଗୁଡ଼ା ୨୨/୩: ଆଉ ପାଦେ ଆଗେଇଲା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ। ଗୁଳି ଚାଳନା ପରେ ଗୋପାଳ ଦାସଙ୍କ ହାତରୁ ବନ୍ଧୁକ ଛଡାଇ ନେଇଥିବା ଯୁବକଙ୍କର ଚାଲିଛି ବୟାନ ରେକର୍ଡ । ସରୋଜ କୁମାର ସାଙ୍କୁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ ।  

ଶନିବାର ପଞ୍ଚମ ଦିନରେ ବ୍ରଜରାଜନଗର ଅଞ୍ଚଳରେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । ବ୍ରଜରାଜନଗର ଥାନାରେ ପହଞ୍ଚି ଖୋଳତାଡ କରୁଛି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ଚାଳନା ପରେ ଗୋପାଳ ଦାସଙ୍କ ହାତରୁ ବନ୍ଧୁକ ଛଡାଇ ନେଇଥିବା ଯୁବକ ସରୋଜ କୁମାର ସାଙ୍କର ବୟାନ ରେକର୍ଡ କରିଛି । 

କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଶୁକ୍ରବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଯାଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା । ବିମାନବନ୍ଦର ନିର୍ଦ୍ଦେଶକ, ମୁଖ୍ୟ ସୁରକ୍ଷା ଅଧିକାରୀ,  ଟର୍ମିନାଲ ମ୍ୟାନେଜରଙ୍କ ବୟାନ ରେକର୍ଡ କରିଥିଲେ କ୍ରାଇମବ୍ରାଞ୍ଚ୍‌ ଅଧିକାରୀ । ୨୦୨୩  ଜାନୁଆରୀ ୨୯ରେ ନବ ଦାସଙ୍କୁ ଗୁଳି କରାଯିବା ପରେ ଗାନ୍ଧିଛକସ୍ଥିତ ହତ୍ୟାକାଣ୍ଡସ୍ଥଳରୁ ଝାରସୁଗୁଡ଼ା ଜିଲ୍ଲା ସଦର ଡାକ୍ତରଖାନା ଅଣାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଦର୍ଶାଇ  ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା । ଏହି ସମୟରେ ବିମାନବନ୍ଦରର ଯେଉଁ ଅଧିକାରୀମାନେ ଉପସ୍ଥିତ ଥିଲେ   ସେମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପଚରାଉଚରା କରାଯାଇଛି ।  ଏୟାର୍‌ ଆମ୍ବୁଲାନ୍ସର ଝାରସୁଗୁଡ଼ା ବିମାନବନ୍ଦରଠାରେ ଲ୍ୟାଣ୍ଡିଂ, ଡିପାରଚର୍‌ ସମୟର ସୂଚନା ସହ କର୍ମଚାରୀଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି । 

ଉଲ୍ଲେଖଯୋଗ୍ୟ, ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ୍‌ କୋର୍ଟରେ ଚାର୍ଜସିଟ୍‌  ଦାଖଲ କରି ସାରିଛି । ସାନି ତଦନ୍ତ ଆରମ୍ଭ ପରେ ଏବେ ଅତିରିକ୍ତ ତଥ୍ୟ ସଂଗ୍ରହରେ ଲାଗି ପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.