ପ୍ରମୂଖ ଖବର
  • ବଣାଇ ଜାମୁଢିହି ଟୋଲ ଗେଟ ନିକଟରେ ଚା’ ଦୋକାନ ଉପରେ ମାଡିଗଲା ହାଇଓ୍ବା, ୩ ମୃତ
  • ||
  • ଶ୍ରୀକ୍ଷେତ୍ରରେ କାଳବୈଶାଖୀ ପ୍ରଭାବ, ଓଲଟା ଉଡ଼ିଲା ଛାଉଣୀ ମଠର ବାନା
  • ||
  • ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌
  • ||
  • କେନ୍ଦୁଝର : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ନିଖୋଜ
  • ||
  • ଗଞ୍ଜାମ: କୁକୁରକୁ ହାଣିଲେ ୮ ଦୁର୍ବୁତ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ହରିଆଣା ବାହାଦୁରଗଡ଼ରେ ଘର ଭିତରେ ବିସ୍ଫୋରଣ, ସିଲିଣ୍ଡର ଫାଟି ୪ ମୃତ, ଜଣେ ଗୁରୁତର
  • ||
  • ଜଗତସିଂହପୁର: ବହି ଗୋଦାମର ବିସ୍ଫୋରଣ, ଜଳିଗଲା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହିଖାତା
  • ||
  • ଆମେରିକା ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ଼, ୩ ମୃତ, ୧୫ରୁ ଅଧିକ ଗୁରୁତର
  • ||
  • ଆଇପିଏଲ୍‌ରେ ସୁପର ସନ୍‌ଡେରେ ଡବଲ ଫାଇଟ୍, ହାଇଦ୍ରାବାଦ- ରାଜସ୍ଥାନ,ଚେନ୍ନାଇ- ମୁମ୍ବାଇ ମୁକାବିଲା
  • ||
  • ରାଜ୍ୟରେ ଆହୁରି ଦୁଇ ଦିନ ତାଣ୍ଡବ ରଚିବ କାଳବୈଶାଖୀ,୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

Tejashwi Yadav: ତେଜସ୍ୱୀ ଯାଦବଙ୍କ ଇଫ୍ତାର ପାର୍ଟି ଓ ମନ୍ଦିର ଦର୍ଶନ ବିବାଦ; ବିଜେପିର ସଂଜୟ ସାରାଓଗୀ ଆଣିଲେ ଅଭିଯୋଗ

Published By : Bijay Swain | March 22, 2025 11:28 PM

internet

ନୂଆଦିଲ୍ଲୀ: ବିହାରର ଦରଭଙ୍ଗାରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ଏକ ମନ୍ଦିର ଦର୍ଶନ ଓ ଇଫ୍ତାର ପାର୍ଟିରେ ଯୋଗଦେବା ଘଟଣାକୁ ନେଇ ବିହାରରେ ବିବାଦ ଆରମ୍ଭ ହୋଇଯାଇଛି। ଘଟଣା ମୁତାବକ ଶୁକ୍ରବାର ତେଜସ୍ୱୀ ଦରଭଙ୍ଗାର କମତୌଲ ଗାଁରେ ଥିବା ଐତିହାସିକ ଅହିଲ୍ୟା ଅସ୍ଥାନ ମନ୍ଦିର ଦର୍ଶନ କରିଥିଲେ। ଏହାପରେ ସେ ଆରଜେଡି ମୁଖପାତ୍ର ଋଷି ମିଶ୍ରଙ୍କ ଦ୍ୱାରା ଆୟୋଜିତ ଏକ ଇଫ୍ତାର ପାର୍ଟିରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଘଟଣାକୁ ନେଇ ବିହାରର ମନ୍ତ୍ରୀ ତଥା ବିଜେପି ନେତା ସଂଜୟ ସାରାଓଗୀ ତେଜସ୍ୱୀ ଯାଦବଙ୍କୁ ନେଇ କଡ଼ା ସମାଲୋଚନା କରିଛନ୍ତି।

ସଂଜୟ ସାରାଓଗୀ ଅଭିଯୋଗ କରିଛନ୍ତି ଯେ, ତେଜସ୍ୱୀ ଯାଦବ "ସନାତନ ଧର୍ମକୁ ଘୃଣା କରନ୍ତି। କାରଣ ସେ ତିଳକ ପରିବର୍ତ୍ତେ ଟୋପିକୁ ପସନ୍ଦ କରନ୍ତି। ଯଦି ସେ ତିଳକ ଲଗାଇଥିଲେ, ତେବେ ତାହା କାହିଁକି ପୋଛି ଦେଲେ? ସେ ଟୋପି ପିନ୍ଧିବା ପାଇଁ ହିଁ ତିଳକକୁ ପୋଛି ଦେଇଥିଲେ। ତେଜସ୍ୱୀ ସନାତନ ଧର୍ମକୁ ଘୃଣା କରନ୍ତି... ସେ ଭୋଟ ବ୍ୟାଙ୍କ ପାଇଁ କିଛି ବି କରିପାରନ୍ତି।" ବିଜେପି ତେଜସ୍ୱୀଙ୍କ ଏହି ପଦକ୍ଷେପକୁ ତୁଷ୍ଟିକରଣ ରାଜନୀତି ବୋଲି ଅଭିଯୋଗ କହିଛି।

ଅନ୍ୟପକ୍ଷରେ, ଇଫ୍ତାର ପାର୍ଟି ସମୟରେ ଏକ ଅଘଟଣ ଘଟିଥିଲା। ଖାଦ୍ୟ ବୋଝେଇ ହୋଇ ଇଫ୍ତାର ପାର୍ଟିକୁ ଆସୁଥିବା ଏକ ଟ୍ରକ ଆୟୋଜନ ସ୍ଥଳ ନିକଟରେ ଦୁର୍ବୃତ୍ତମାନଙ୍କ ଦ୍ୱାରା ଲୁଟ୍‌ କରାଯାଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, ଏକ ବଡ଼ ଭିଡ଼ ଟ୍ରକରୁ ଖାଦ୍ୟ ନେଇ ଦୌଡ଼ି ପଳାଉଛନ୍ତି। ଏହାସହ ଅନେକ ଲୋକ ଖାଦ୍ୟ ପାଇବା ପାଇଁ ଟ୍ରକ ଉପରକୁ ଚଢ଼ି ଖାଦ୍ୟ ଲୁଟ କରୁଥିବା ମଧ୍ୟ ଦେଖାଯାଇଥିଲା।

ଏହି ଘଟଣା ନଭେମ୍ବରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବିବାଦକୁ ଆହୁରି ତୀବ୍ର କରିଛି। ବିହାରର ଅନ୍ୟ ଜଣେ ମନ୍ତ୍ରୀ ଜିବେଶ କୁମାର କହିଛନ୍ତି ଯେ, ତେଜସ୍ୱୀ କେବଳ ମୁସଲମାନ ଟୋପି ପିନ୍ଧି ଭୋଟ ହାସଲ କରିବାକୁ ଚାହୁଁଛନ୍ତି ଏବଂ ଆଗାମୀ ନିର୍ବାଚନରେ ବହୁମତ ସମ୍ପ୍ରଦାୟ ଆରଜେଡିକୁ ଶିକ୍ଷା ଦେବେ।

ଏହା ସହିତ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା ଆୟୋଜିତ ଏକ ଇଫ୍ତାର ପାର୍ଟିରେ ଅନେକ ମନ୍ତ୍ରୀଙ୍କୁ ନିମନ୍ତ୍ରଣ ମିଳିଥିବା ସୂଚନା ମିଳିଛି। ଏହି ଘଟଣାକ୍ରମରେ ବିହାର ରାଜ୍ୟ ରାଜନୀତିରେ ଆଉ ଏକ ବିବାଦର ଅଧ୍ୟାୟ ଯୋଡି ହୋଇଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.