ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ସିବିଆଇ କ୍ଲୋଜର ରିପୋର୍ଟ ଦାଖଲ କରିଛି। ଏହା ଉପରେ ଦିଶା ସାଲିଆନଙ୍କ ପିତାଙ୍କ ଓକିଲ କହିଛନ୍ତି ଯେ, ଏହି ରିପୋର୍ଟ ଆଇନ୍ ଆଗରେ କୌଣସି ଅର୍ଥ ରଖେ ନାହିଁ ଏବଂ କୋର୍ଟ ଏବେ ବି ଏହି ମାମଲାକୁ ସଂଜ୍ଞାନକୁ ନେଇ ଆଗାମୀ ଯାଞ୍ଚର ଆଦେଶ ଦେଇ ପାରେ। ନିଲେଶ ସି ଓଝ କହିଛନ୍ତି ଯେ, କାହାକୁ ବି କ୍ଲିନ୍ ଚିଟ୍ ଦିଆ ଯାଇ ନାହିଁ , ଲୋକେ ମିଛ କଥା ପ୍ରଚାର କରୁଛନ୍ତି। ଏହି ରିପୋର୍ଟ କୌଣସି ମୂଲ୍ୟ ରଖେ ନାହିଁ । କହି ରଖୁଛୁ କି , ଦିଶାଙ୍କର ମୃତ୍ୟୁର ୬ଦିନ ପରେ ସୁଶାନ୍ତ ନିଜ ଆପାର୍ଟମେଣ୍ଟରେ ମୃତ ଭାବେ ମିଳି ଥିଲେ।
ଏଏନଆଇ ସହ କଥା ହୋଇ ଓକିଲ ନିଲେଶ ସି ଓଝା କହିଛନ୍ତି , କ୍ଲୋଜର ରିପୋର୍ଟ ପରେ ମଧ୍ୟ କୋର୍ଟ ହତ୍ୟା ମାମଲାକୁ ନିଜ ସଂଜ୍ଞାନକୁ ନେଇ ପାରନ୍ତି, ଗିରଫଦାରୀ ୱାରେଣ୍ଟ ଜାରି କରି ପାରନ୍ତି ବା ଆଗାମୀ ଯାଞ୍ଚର ଆଦେଶ ଦେଇ ପାରନ୍ତି ,ଯେମିତି କି ଆରୁଷି ତଲୱାର କେସ୍ରେ ହୋଇଥିଲା।
ନିଲେଶ ସି ଓଝା ଦିଶା ସାଲିୟାନଙ୍କ ପିତାଙ୍କର ପ୍ରତିନିଧିତ୍ୱ କରୁଛନ୍ତି। ସେ ନିଜର ଝିଅର ମୃତ୍ୟୁର ପୁଣି ଥରେ ଯାଞ୍ଚ କରିବା ଓ ଉଦ୍ଧବ ଠାକରେଙ୍କର ଦଳ ( ୟୁବିଟି)ର ନେତା ଆଦିତ୍ୟ ଠାକରେଙ୍କୁ ଜେରାର ଦାବି କରିଛନ୍ତି। ବମ୍ୱେ ହାଇକୋର୍ଟ ଦିଶା ସାଲିୟନ ମାମଲାରେ ଦାଏର ରିଟ୍ ପିଟିସନ ଉପରେ ଶୁଣାଣିର ତାରିଖ ୨ ଅପ୍ରେଲ ସ୍ଥିର କରିଛନ୍ତି।
କହି ରଖୁଛୁ କି, ଦିଶା ସାଲିୟାନ ୮ଜୁନ ୨୦୨୦ରେ ମୃତ ଭାବେ ମିଳିଥିଲେ ଏବଂ କିଛି ଦିନ ପରେ ୧୪ ଜୁନ୍ ୨୦୨୦ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିଜର ବାନ୍ଦ୍ରା ସ୍ଥିତ ଫ୍ଲାଟରେ ମୃତ ଭାବେ ମିଳିଥିଲେ । ଏହି ସମୟରେ ମୃତ୍ୟୁ ଏକ ବଡ଼ ବିବାଦ ଠିଆ କରିଥିଲା, ଯାହା ପରେ ଯାଞ୍ଚ ସିବିଆଇକୁ ପ୍ରଦାନ କରାଯାଇଛି।
ସିବିଆଇର କ୍ଲୋଜର ରିପୋର୍ଟ –
ସିବିଆଇ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଦୁଇଟି ମାମଲାରେ ଅଲଗା ଅଲଗା କ୍ଲୋଜର ରିପୋର୍ଟ ଦାଖଲ କରିଛି। ଏକ ମାମଲା ତାଙ୍କର ପିତାଙ୍କ ଦ୍ୱାରା ରୁଜୁ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ସହ ସମ୍ୱନ୍ଧିତ , ଅନ୍ୟ ମାମଲା ଅଭିନେତାଙ୍କର କଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କର ଭଉଣୀଙ୍କ ବିରୋଧରେ ରୁଜୁ କରାଇଛନ୍ତି।
ସିବିଆଇ ସୁଶାନ୍ତଙ୍କ ପିତା କେକେ ସିଂହଙ୍କ ପକ୍ଷରୁ ରୁଜୁ କରାଯାଇ ଥିବା ମାମଲାରେ ପାଟନାର ଏକ ବିଶେଷ କୋର୍ଟ ସମ୍ମୁଖରେ କ୍ଲୋଜର ରିପୋର୍ଟ ଦାଖଲ କରିଛନ୍ତି, ଯାହାକି ଅନ୍ୟ ମାମଲାରେ କ୍ଲୋଜର ରିପୋର୍ଟ ମୁମ୍ୱାଇର ଏକ ବିଶେଷ କୋର୍ଟଙ୍କ ସମ୍ମୁଖରେ ପ୍ରଦାନ କରାଯାଇଛି।
ଏପଟେ, ରିଆଙ୍କ ଓକିଲ ସତିଶ ମାନେସିନ୍ଦେ କ୍ଲୋଜର ରିପୋର୍ଟର ପ୍ରଶଂସା କରିଛନ୍ତି ଏବଂ ସିବିଆଇକୁ ସବୁ ଦିଗରୁ ମାମଲାର ପ୍ରତି ରହସ୍ୟକୁ ଗହନ ଯାଞ୍ଚ କରିବା ପାଇଁ ଧନ୍ୟବାଦ ଦେଇଛନ୍ତି।