ପ୍ରମୂଖ ଖବର
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଦନ୍ତେୱାଡା-ବିଜାପୁର ସୀମାନ୍ତରେ ଏନକାଉଣ୍ଟର, ୫ ହାର୍ଡକୋର୍ ମାଓବାଦୀ ନିହତ

Published By : Prameya | March 25, 2025 12:19 PM

ଜଗଦଲପୁର, ୨୫/୦୩ : ଛତିଶଗଡ଼ ଦନ୍ତେୱାଡା-ବିଜାପୁର ସୀମାନ୍ତରେ ଏନକାଉଣ୍ଟର। ପୋଲିସ ଗୁଳିରେ ୫ ହାର୍ଡକୋର୍ ମାଓବାଦୀ ନିହତ। ୩ ଜଣଙ୍କ ଶବ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ। ଦନ୍ତେୱାଡା ଏସପି ଗୌରବ ରାୟ ଏନେଇ ସୂଚନା ଦେଇଛନ୍ତି। 

ସୂଚନାନୁଯାୟୀ, ଇନ୍ଦ୍ରାବତୀ ନଦୀ କୂଳରେ ନକ୍ସଲମାନେ ମେଳି ବାନ୍ଧିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଦନ୍ତେୱାଡା ଏବଂ ବିଜାପୁରର ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମଙ୍ଗଳବାର ସକାଳ ପ୍ରାୟ ୮ଟା ବେଳେ ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ୫ ଜଣ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଶବ ଜବତ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏବେବି ସର୍ଚ୍ଚ ଅପରେଶନ ଜାରି ରହିଛି। ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି। 

ଏହି ଖବରଟିକୁ ପଢନ୍ତୁ-'ପାକିସ୍ତାନକୁ POK ଖାଲି କରିବାକୁ ହେବ'; UNSCରେ ଭାରତର ଚେତାବନୀ

ସୂଚନା ଥାଉକି, ମାର୍ଚ୍ଚ ୨୦ ତାରିଖରେ ସୁରକ୍ଷାବାହିନୀକୁ ଛତିଶଗଡ଼ରେ ବଡ଼ ସଫଳତା ମିଳିଥିଲା। ବିଜାପୁର ଏବଂ କାଙ୍କେର ଜିଲ୍ଲାରେ ପୃଥକ ପୃଥକ ଏନକାଉଣ୍ଟର ହୋଇଥିଲା। ବିଜାପୁରରେ ହୋଇଥିବା ଏନକାଉଣ୍ଟରରେ ୨୬ ଜଣ ନକ୍ସଲ ନିହତ ହୋଇଥିଲେ ଏବଂ ବିଜାପୁର ଜିଲ୍ଲା ରିଜର୍ଭ ଗାର୍ଡ (DRG)ର ଜଣେ ଯବାନ ସହିଦ ହୋଇଥିଲେ। ସେହି ସମୟରେ, କାଙ୍କେରରେ ଚାରି ଜଣ ନକ୍ସଲ ନିହତ ହୋଇଥିଲେ। ସମସ୍ତ ୩୦ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.