ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଏକନାଥ ସିନ୍ଦେଙ୍କୁ ତ ବିଜେପି ବି ପସନ୍ଦ କରୁନାହିଁ : ଶିବସେନା ସମର୍ଥକଙ୍କୁ ପୁଣି କୁନାଲ କାମରାଙ୍କ ଟାର୍ଗେଟ୍‌

Published By : Prameya | March 25, 2025 7:36 PM

ନୂଆଦିଲ୍ଲୀ : ଏକନାଥ ସିନ୍ଦେଙ୍କ ଉପରେ ଆପତ୍ତିଜନକ ଆଭିମୁଖ୍ୟ ଆପଣାଇବା ପରେ ବିବାଦ ଘେରରେ ଛନ୍ଦି ହୋଇଛନ୍ତି କୁନାଲ କାମଲା। ଏହାପରେ ବି ସେ ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି। ଏବେ ସେ ଶିବସେନାର ଲୋକଙ୍କ ପକ୍ଷରୁ ମିଳୁ ଥିବା ଧମକ ଉପରେ କଡ଼ା କଟାକ୍ଷ କରିଛନ୍ତି। କୁନାଲ କାମରା କହିଛନ୍ତି ଯେ, ଯେବେ ଠାରୁ ମୋର କ୍ଲିପ୍ ଭାଇରାଲ ହେଉଛି, ସେବେଠାରୁ ମୋ ପାଖରେ ୫୦୦ କଲ୍‌ ଆସି ସାରିଛି। ଏହିସବୁ କଲ୍‌ରେ ହତ୍ୟା କରିବା ଓ ଖଣ୍ଡ ଖଣ୍ଡ କରିଦେବା ଭଳି ଧମକ ଦିଆଯାଇଛି। 

ଗୀତରେ ଗୀତରେ ଶିବସେନା ଉପରେ ପାଲଟା ଆକ୍ରମଣ କଲେ କୁନାଲ କାମରା , ସଙ୍ଗ୍‌ ଭିଡ଼ିଓ ଭାଇରାଲ

 ଏହିସବୁ କଲ୍‌ ଶିବସେନାର ଲୋକେ ହିଁ କରିଛନ୍ତି। କିନ୍ତୁ ବିଜେପିର ସମର୍ଥକଙ୍କ ପକ୍ଷରୁ କୌଣସି ଫୋନ ଆସି ନାହିଁ। ଏଥିରେ ଜଣାପଡ଼ୁଛି ଯେ ଏକନାଥ ସିନ୍ଦେଙ୍କୁ ବୋଧେ ବିଜେପି ସହ ଥିବା ଲୋକ ମଧ୍ୟ ପସନ୍ଦ କରୁ ନାହାନ୍ତି, ଯିଏ ତାଙ୍କ ସହ କ୍ଷମତାରେ ପାର୍ଟନର ଅଛନ୍ତି। ସେ ଏନଡିଟିଭି ସହ କଥାବାର୍ତ୍ତାରେ ଏହି କଥା କହିଛନ୍ତି। 

କୁନାଲ କାମରା ‘ଦିଲ୍‌ କୋ ପାଗଲ ହୈ ’ ଫିଲ୍ମର ଗୀତ ଭୋଲି ସି ସୁରତ ର ପାରୋଡି ଗାଇ ଥିଲେ। ଏହି ଗୀତରେ ସେ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ୍‌ କରି ଥିଲେ ଏବଂ ତାଙ୍କୁ ଗଦ୍ଦାର କହି ଦେଇ ଥିଲେ। କାମରା ତ ନାଁ ନେଇ ନଥିଲେ, କିନ୍ତୁ ଯେଉଁ ଭଳି ଦାଢୀ, ଠାଣେ , ରିକ୍ସା ଭଳି ଶବ୍ଦ ଗୁଡ଼ିକର ବ୍ୟବହାର କରିଛନ୍ତି,ଏଥିରୁ ସ୍ପଷ୍ଟ ଥିଲା ଯେ,ତାଙ୍କର ଟିପ୍ପଣୀ ଏକନାଥ ସିନ୍ଦେଙ୍କ ଆଡ଼କୁ ରହିଛି। ୨୦୨୨ ମସିହାରେ ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କ ସହ ବିଦ୍ରୋହ କରିଥିଲେ। 

ସେ ୪୦ ବିଧାୟକଙ୍କୁ ନେଇ ଅଲଗା ହୋଇ ଯାଇଥିଲେ ଏବଂ ବିଜେପିର ସମର୍ଥନରେ ସରକାର ଗଠନ କରି ଥିଲେ। ସେ ସରକାରର ମୁଖିଆ ରହିଲେ ଏବଂ ପାଖାପାଖି ଅଢେଇ ବର୍ଷ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ। ତାଙ୍କର ଏହି ବିଦ୍ରୋହକୁ ଉଦ୍ଧବ ଗୋଷ୍ଠୀ ଗଦ୍ଦାରୀ ଆଖ୍ୟା ଦେଇଥିଲେ। ଆଉ ଏହି ସମୟରେ କୁନାଲ କାମରାଙ୍କ ଶବ୍ଦକୁ ଉଦ୍ଧବ ଗୋଷ୍ଠୀଙ୍କ ପକ୍ଷରୁ ବ୍ୟବହାର କରାଯିବାର କଥା ମଧ୍ୟ ସିନ୍ଦେ ସମର୍ଥକ କହୁଛନ୍ତି।

ମୁମ୍ୱାଇର ଖାର୍ ଅଞ୍ଚଳ ସ୍ଥିତ ହାବିଟାଟ୍ କମେଡି କ୍ଲବ୍‌ରେ କୁନାଲ କାମରା ଏକ କାର୍ଯ୍ୟକ୍ରମ କରିଥିଲେ। ଏହି ସମୟରେ କାମରା ଏକନାଥ ସିନ୍ଦେଙ୍କ ଉପରେ ପାରୋଡି ଗୀତ ଶୁଣାଇ ଥିଲେ। ଏହି ଗୀତ ଯେବେ ଭାଇରାଲ ହୋଇ ଶିବସେନାର କର୍ମୀଙ୍କ ପାଖରେ ପହଞ୍ଚିଲା ତ, ସେ ବେକାବୁ ହୋଇ ଗଲେ। ହେଲେ ଏହି ମାମଲାରେ ରାଜନୀତି ମଧ୍ୟ ସରଗରମ୍‌ ହୋଇ ଉଠିଛି। ଉଦ୍ଧବ ଗୋଷ୍ଠୀର କହିବାନୁସାରେ ,କୁନାଲ କାମରା କଣ ଭୁଲ୍‌ କରିଛନ୍ତି। 

ଅନ୍ୟପଟେ, ଏକନାଥ ସିନ୍ଦେଙ୍କର ମଧ୍ୟ ଏହା ଉପରେ ବୟାନ ଆସିଛି ଏବଂ ତାଙ୍କର କହିବା ହେଲା କି, ପ୍ରତି ଜିନିଷର ଏକ ମର୍ଯ୍ୟାଦା ଥାଏ। କହି ରଖୁଛି କି , ସୋମବାର ଶିବସୈନିକଙ୍କ ଏକ ଦଳ ସେହି ହାବିଟାଟ୍ ସେଣ୍ଟରରେ ପହଞ୍ଚି ଯାଇ ଥିଲା, ଯେଉଁଠି କାର୍ଯ୍ୟକ୍ରମ ହେଉ ଥିଲା। ଏହା ବ୍ୟତୀତ ଷ୍ଟୁଡିଓ ଭଙ୍ଗାରୁଜା ମଧ୍ୟ କରାଯାଇ ଥିଲା। ଏକନାଥ ସିନ୍ଦେଙ୍କ ସମର୍ଥକ ରାହୁଲ କନଲଙ୍କ ସମେତ ୧୨ ଜଣ ଲୋକଙ୍କୁ ଏବେସୁଦ୍ଧା  ପୁଲିସ ଗିରଫ କରି ସାରିଛି, ଯିଏ ଶିବସେନାର କାର୍ଯ୍ୟକର୍ତ୍ତା ଅଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.