ନୂଆଦିଲ୍ଲୀ,୨୫/୦୩: କିଛି ଦିନ ତଳେ ସବୁଠୁ ଖୁସିରେ ରହୁଥିବା ଦେଶ ତାଲିକା ପ୍ରକାଶ ପାଇଥିଲା । ଏବେ ପ୍ରକାଶ ପାଇଛି ଭାରତରେ ସବୁଠୁ ଖୁସି ରାଜ୍ୟର ତାଲିକା । ଏହି ତାଲିକାରେ ଆଗରେ କେଉଁ ରାଜ୍ୟ ରହିଛି ? ଓଡ଼ିଶାର ସ୍ଥାନ କେଉଁଠି ? ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ ।
ଭାରତ ଏକ ଏମିତି ଦେଶ ଯେଉଁଠି ବିଭିନ୍ନତା ମଧ୍ୟରେ ଏକତା ରହିଛି । ଭାଇଚାରା ପରମ୍ପରାର ଛାପ ରହିଛି । ଏକାଧିକ ଧର୍ମକୁ ମାନୁଥିବା ସମ୍ପ୍ରଦାୟ ରହିଛନ୍ତି । ଦେଶରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି । କେବେ ଭାବିଛନ୍ତି କି, ସେ ୨୮ ରାଜ୍ୟ ମଧ୍ୟରୁ କେଉଁ ରାଜ୍ୟ ସବୁଠୁ ଅଧିକ ଖୁସିରେ ରୁହେ । ଏକ ରିପୋର୍ଟ ଅନୁସାରେ ମିଜୋରାମ ସବୁଠୁ ଖୁସି ରାଜ୍ୟ । ଭାରତରେ ସେହି ରାଜ୍ୟର ଲୋକ ଅଧିକ ଖୁସିରେ ଅଛନ୍ତି ।
କେଉଁ ଆଧାରରେ ଖୁସି ମିଜୋରାମ ? ୨୦୨୩ରେ ଗୁରୁଗ୍ରାମର ପ୍ରବନ୍ଧନ ବିକାଶ ସଂସ୍ଥାନରେ ପ୍ରଫେସର ରାଜେଶ କେ ପିଲାନିଆଙ୍କ ରିପୋର୍ଟ ଅନୁସାରେ ମିଜୋରାମ ସବୁଠୁ ଖୁସି ରାଜ୍ୟ । ୬ଟି କାରଣ ପାଇଁ ଏହି ରାଜ୍ୟବାସୀ ଅଧିକ ଖୁସିରେ ରୁହନ୍ତି । ମିଜୋରାମରେ ସାକ୍ଷରତା ହାର, ପାରିବାରିକ ସମ୍ପର୍କ, ସାମାଜିକ ପ୍ରସଙ୍ଗ, ଧର୍ମ ଏବଂ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଆଧାରରେ ମିଜୋରାମକୁ ସବୁଠୁ ଖୁସି ରାଜ୍ୟର ମାନ୍ୟତା ମିଳିଛି ।
ରିପୋର୍ଟ ଅନୁସାରେ ରାଜ୍ୟରେ ସଫଳତାପୂର୍ବକ ସାକ୍ଷରତା ହାର ୧୦୦% ରହିଛି । ରାଜ୍ୟର ଆର୍ଥିକ ସ୍ଥିତି ମଜବୁତ ରହିଛି । ମିଜୋରାମର ଯୁବଗୋଷ୍ଠୀ ବହୁତ କମ୍ ବୟସରେ ରୋଜଗାରକ୍ଷମ ହୋଇଛନ୍ତି । ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ଜନସଂଖ୍ୟା ୧୦ ଲକ୍ଷ ୯୧ ହଜାର ୧୪ ଥିଲା ।
ସବୁଠୁ ଅଧିକ ଖୁସି ଦେଶ- କିଛି ଦିନ ତଳେ ସବୁଠୁ ଖୁସିରେ ରହୁଥିବା ଦେଶର ତାଲିକା ପ୍ରକାଶ ପାଇଥିଲା । ହାପିନେସ୍ ଇଣ୍ଡେକ୍ସ ରିପୋର୍ଟ ଅନୁସାରେ ୧୪୭ଟି ଦେଶ ମଧ୍ୟରେ ଶୀର୍ଶରେ ରହିଛି ଫିନ୍ଲ୍ୟାଣ୍ଡ । ଫିନଲାଣ୍ଡର ଲୋକେ ସବୁଠୁ ଅଧିକ ସୁଖୀ। ଲଗାତାର ଅଷ୍ଟମ ଥର ପାଇଁ ହାପିନେସ୍ ରିପୋର୍ଟରେ ବଜାୟ ରଖିଛି ଶୀର୍ଷ ସ୍ଥାନ। ଭାରତ ୧୧୮ ତମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୧୦୯ ଓ ୯୨ ତମ ସ୍ଥାନରେ ନେପାଳ ରହିଛି ।