ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଦିଶା ସାଲିୟାନ୍‌ଙ୍କ ମୃତ୍ୟୁ କିଭଳି ହେଲା ? ନୂତନ ଏଫ୍‌ଆଇରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ସହ ବହୁ ବଡ଼ ନାଁ

Published By : Prameya | March 25, 2025 8:27 PM

ମୁମ୍ବାଇ,୨୫।୩: ସେଲିବ୍ରିଟି ମ୍ୟାନେଜର ଦିଶା ସାଲିୟାନ୍‌ଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼। ଏବେ ଦିଶାଙ୍କ ବାପା ମଙ୍ଗଳବାର ପୋଲିସ କମିଶନ୍‌ ଓ ଜଏଣ୍ଟ କମିଶନରଙ୍କ ନିକଟରେ ଦେଇଛନ୍ତି ଲିଖିତ ଅଭିଯୋଗ। ଏଥିରେ ସେ ୨୦୨୦ ରେ ତାଙ୍କ ଝିଅର ମୃତ୍ୟୁ ମାମଲାରେ କିଛି ଗମ୍ଭୀର ଅଭିଯୋଗ କରିଛନ୍ତି। ଯେଉଁଥିରେ ମହାରାଷ୍ଟ୍ର ସରକାରଙ୍କ ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ, ଅଧିକାରୀ ଓ ବଲିଉଡ ଅଭିନେତା ମଧ୍ୟ ରହିଛନ୍ତି। ଅଭିଯୋଗ ଅନୁସାରେ, ଆଦିତ୍ୟ ଠାକରେ ଏହି ମାମଲାରେ ଚାପି ଦେବାର ଚେଷ୍ଟା କରିଥିଲେ ବୋଲି କୁହାଯାଇଛି। ଆଇନଜୀବି ନିଲେଶ ଓଝା ଅଭିଯୋଗ କରିଛନ୍ତି ପୁର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ମଧ୍ୟ ଏହି ଷଡଯନ୍ତ୍ର ପଛରେ ଅଛନ୍ତି। ଦିଶାଙ୍କ ବାପାଙ୍କ ଏଫ୍‌ଆଇଆରରେ ଅଭିନେତା ଡିନୋ ମୋରିଆ ଏବଂ ସୂରଜ ପାଞ୍ଚୋଲିଙ୍କ ନାଁ ମଧ୍ୟ ରହିଛି। 

ଆଇନଜୀବି ନିଲେଶ ଓଝା ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ କହିଛନ୍ତି, ଆଜି ଆମେ ସିପି ଅଫିସ ଓ ଜେସିପି କ୍ରାଇମଙ୍କୁ ଲିଖିତ ଅଭିଯୋଗ କରିଥିଲୁ, ଯାହାକୁ ସେ ସ୍ବୀକାର କରିଛନ୍ତି। ଅଭିଯୋଗରେ ଆଦିତ୍ୟ ଠାକରେ, ଡିନୋ ମୋରିଆ, ସୂରଜ ପାଞ୍ଚୋଲି ଓ ତାଙ୍କ ବଡିଗାର୍ଡ,ପରମବୀର ସିଂହ, ସଚିନ ବାଜେ ଓ ରିୟା ଚକ୍ରବର୍ତ୍ତୀଙ୍କ ନାଁ ରହିଛି। ପରମବୀର ସିଂହ ଏହି ମାମଲାକୁ ଚପାଇଥିବା ମୁଖ୍ୟ ଷଡଯନ୍ତ୍ରକାରୀ। ସେ ସାମ୍ବାଦିକ ସମ୍ମଳନୀ କରି ମିଛ କହିଛନ୍ତି, ଯେପରି ଆଦିତ୍ୟ ଠାକରେଙ୍କୁ ବଞ୍ଚାଇ ହେବ। ଏଭଳି ଭାବରେ ଡିଟେଲ୍ ଏଫ୍‌ଆଇଆରରେ ସେ ଲେଖିଛନ୍ତି। ଏନ୍‌ସିବିର ଯାଞ୍ଚ ରିପୋର୍ଟ ପ୍ରମାଣିତ ହେଉଛି ଯେ, ଆଦିତ୍ୟ ଠାକରେ ଡ୍ରଗ୍ସ କାରବାରରେ ସାମିଲ ଥିଲେ। ଏଫ୍‌ଆଇଆରରେ ଏହା ମଧ୍ୟ ଉଲ୍ଲେଖ ଥିଲା। 

ଦିଶାଙ୍କ ମୃତ୍ୟୁ ମାମଲା ପୁଣି ତଦନ୍ତ ଦାବି ହୋଇଛି। ଏହା ସହ ତାଙ୍କ ବାପାଙ୍କ ଓକିଲ କହିଛନ୍ତି ଶିବସେନା(ୟୁବିଟି) ନେତା ଆଦିତ୍ୟ ଠାକରେଙ୍କୁ ପଚରା ଉଚରା କରାଯାଉ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଉପରେ ସିବିଆଇ କ୍ଲୋଜର ରିପୋର୍ଟକୁ ନେଇ ଆଇନଜୀବି ନିଲେଶ ଓଝା କହିଛନ୍ତି, ଏହି ରିପୋର୍ଟର ଆଇନ ଆଗରେ କୌଣସି ମୂଲ୍ୟ ନାହିଁ। କୋର୍ଟ ଆଗକୁ ବି ମଧ୍ୟ ଏହି ମାମଲାର ତଦନ୍ତ ନିର୍ଦେଶ ଦେଇପାରନ୍ତି। ଦିଶାଙ୍କ ବାପା ଗତକାଲି ବମ୍ବେ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ। ସେଥିରେ କହିଥିଲେ, ଦିଶାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ମାମଲାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ରାଜନୈତିକ ଷଡଯନ୍ତ୍ର କରାଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.