ନୂଆଦିଲ୍ଲୀ,୨୫।୩: ୯୨ ବର୍ଷରେ ପ୍ରଥମ ଥର। ଡେରାଡୁନ୍ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ ବା ଆଇଏମ୍ରେ ଟ୍ରେନିଂ ନେବେ ମହିଳା ଅଧିକାରୀ। ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ଏନ୍ଡିଏରେ ଆରମ୍ଭ ହୋଇଛି ମହିଳା ଅଧିକାରୀଙ୍କ ଟ୍ରେନିଂ। ଜୁଲାଇ ୨୦୨୫ ରେ ଏନ୍ଡିଏରୁ ମହିଳା ଅଧିକାରୀଙ୍କ ପ୍ରଥମ ବ୍ୟାଚ୍ ହେବାକୁ ଯାଉଛନ୍ତି ଗ୍ରାଜୁଏଟ୍। ଏହାପରେ ତାଙ୍କୁ ତିନୋଟି ସେନାର ଅଲଗା ଅଲଗା ଟ୍ରେନିଂ ଓ ସଂସ୍ଥାକୁ ପଠାଯିବ।
ସେନାରେ ବଢିବ ଆହୁରି ମହିଳା ଅଧିକାରୀଙ୍କ ସଂଖ୍ୟା। କାରଣ ଆଇଏମ୍ଏ ଏବେ ମହିଳା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାର ପ୍ରସ୍ତୁତି ଜୋରଦାର କରିଛି। ଏନ୍ଡିଏରେ ଶେଷ ପର୍ଯ୍ୟାୟରେ ଟ୍ରେନିଂ ନେଉଥିବା ୧୮ ରୁ ୮ ମହିଳା ସ୍ଥଳ ସେନାକୁ ବିକଳ୍ପ ଭାବରେ ଚୟନ କରିଛନ୍ତି। ଏହି ମହିଳା ଅଧିକାରୀଙ୍କୁ ଆଇଏମ୍ରେ ବର୍ଷେ ଟ୍ରେନିଂ ଦିଆଯିବ। ଏହାପରେ ସେମାନେ କମିଶନ୍ ହୋଇଯିବ। ଜଣେ ଅଧିକାରୀଙ୍କ କହିବା ଅନୁସାରେ, ୨୦୨୨ ରେ ଏନ୍ଡିଏରେ ଏହି ମହିଳାମାନେ ପହଁଞ୍ଚିଥିଲେ। ବର୍ତ୍ତମାନ ୧୨୬ ମହିଳା ଅଧିକାରୀଙ୍କ ଟ୍ରେନିଂ ଚାଲିଛି। ୯୨ ବର୍ଷରେ ପ୍ରଥମ ଥର ହେବ ଯେତେବେଳେ ମହିଳା ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ।
ବର୍ତ୍ତମାନ ଆଇଏମ୍ଏରେ ମହିଳା ପ୍ରଶିକ୍ଷଣ ଦିଆଯାଉନଥିଲା। ଅଗଷ୍ଟ ୨୦୨୧ ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ମହିଳାମାନେ ମଧ୍ୟ ଏନ୍ଡିଏ ପରୀକ୍ଷା ଦେଇ ସେନା ଅଧିକାରୀ ହୋଇପାରିବେ। ଏହା ପୂର୍ବରୁ କିଛି ସିଲେକ୍ଟିଭ ବ୍ରାଞ୍ଚରେ ମହିଳାଙ୍କୁ ସର୍ଟ ସର୍ଭିସ କମିଶନ୍ ଅନୁସାରେ ରଖାଯାଉଥିଲା। ଏବେ ଆଇଏମ୍ରେ ମହିଳା କ୍ୟାଡେଟସ୍ଙ୍କୁ ରହିବାର ଅଲଗା ବ୍ୟବସ୍ଥା କରାଯିବ। ସେଭଳି ପୁରୁଷ ଓ ମହିଳା ଉଭୟଙ୍କୁ ଏକାଠି ମଧ୍ୟ ଟ୍ରେନିଂ ଦିଆଯିବ।