ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ସିକ୍ୟୁରିଟି ଗାର୍ଡଙ୍କ ପୁଅ କଲେ କମାଲ : ବିହାର ବୋର୍ଡ ଇଣ୍ଟରର ହେଲେ ସେକେଣ୍ଡ ଟପର

Published By : Prameya | March 25, 2025 8:42 PM

ଅରବଲ : ଦୃଢ ଉଚ୍ଛା ଶକ୍ତି ଓ ନିରବଚ୍ଛିନ୍ନ ଉଦ୍ୟମ ଦ୍ୱାରା ହିଁ ନିଜର ଲକ୍ଷ୍ୟ ହାସଲ କରି ହୁଏ ଏହା କରିଦେଖେଇଛନ୍ତି ଜଣେ ପିଲା। ଗରିବୀ ତାଙ୍କର  ସଫଳତାର ପଥକୁ ରୋକି ପାରି ନାହିଁ। ସେ ହେଉଛନ୍ତି ଅରବଲ ଜିଲ୍ଲାର ଆକାଶ କୁମାର। ସେ ବିହାର ବୋର୍ଡ ଇଣ୍ଟର ପରୀକ୍ଷାରେ ସେକେଣ୍ଡ ଟପର ହୋଇଛନ୍ତି। 

ସୋନଭଦ୍ର ବଂଶୀ ସୁରଜପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗା ବିଘା ଗାଁ ନିବାସୀ ଆକାଶ କୁମାର , ସାଇନ୍ସ ଷ୍ଟ୍ରିମ୍‌ରେ ପୂରା ରାଜ୍ୟରେ ଦ୍ୱିତୀୟ ସ୍ଥାନ ପ୍ରାପ୍ତ କରି କେବଳ ନିଜ ଗାଁର ନାଁ ଉଜ୍ଜ୍ୱଳ କରି ନାହାନ୍ତି , ବରଂ ଜିଲ୍ଲାର ମଧ୍ୟ ନାଁ ରଖିଛନ୍ତି। ଆକାଶ ୪୮୦ ମାର୍କ୍ସ ଅର୍ଥାତ୍‌ ୯୬ ପ୍ରତିଶତ ହାସଲ କରିଛନ୍ତି। ସାଇନ୍ସ ଷ୍ଟ୍ରିମ୍‌ ଓ ଓଭରଅଲ୍‌ ଉଭୟ ପକ୍ଷରୁ ସେ ରାଜ୍ୟର ସେକେଣ୍ଡ ଟପର ହୋଇଛନ୍ତି। ଆକାଶ ଏହା ସାବ୍ୟସ୍ତ କରି ଦେଇଛନ୍ତି ଯେ , ଗ୍ରାମୀଣ କ୍ଷେତ୍ରରେ ରହି ମଧ୍ୟ ବଡ଼ ବଡ଼ କୋଚିଂ ସଂସ୍ଥା ଗୁଡ଼ିକରେ ପଢୁଥିବା ପିଲାଙ୍କୁ ମାତ୍‌ ଦିଆଯାଇ ପାରେ।

ଆକାଶ କୁମାରଙ୍କର ପ୍ରାଥମିକ ଶିକ୍ଷା ଉପକ୍ରମିତ ମଧ୍ୟ ବିଦ୍ୟାଳୟ ବଟନ ବିଘାରେ ହୋଇଛି।ଏସଜିଏସ ଉଚ୍ଚ ବିଦ୍ୟାଳୟ ମଙ୍ଗା ବିଘାରୁ ସେ ଦଶକ ପାସ୍‌ କରିଥିଲେ ତଥା ପୂରା ରାଜ୍ୟରେ ୮ମ ସ୍ଥାନ ପ୍ରାପ୍ତ କରି ଥିଲେ। ଜିଲ୍ଲାରେ ପ୍ରଥମ ସ୍ଥାନ ପ୍ରାପ୍ତ କରି ଥିଲେ। ଏହିଥର ଇଣ୍ଟର ସାଇନ୍ସରେ ପୂରା ରାଜ୍ୟରେ ଦ୍ୱିତୀୟ ସ୍ଥାନ ପ୍ରାପ୍ତ କରି ନିଜର ମାତା-ପିତା ଏବଂ ଜେଜେ ଜେଜେମାଆଙ୍କ ସ୍ୱପ୍ନକୁ ସାକାର କରିଛନ୍ତି। 

ପିଲାଦିନରୁ ମୋତେ ପାଠପଢି ବଡ଼ ଡାକ୍ତର ହେବାର ଇଚ୍ଛା ଥିଲା ବୋଲି ଆକାଶ କୁମାର କହିଛନ୍ତି । ଖୁବ୍‌ ଗରିବୀ ଅବସ୍ଥା ଦେଇ ଜୀବନ ବିତାଇବା ଥିବା ଆକାଶ, ପାଠପଢାରେ ତାଙ୍କ ପିତାଙ୍କ ପ୍ରେରଣା ହିଁ ସାହସ ଦେଇଥିଲା ବୋଲି କହିଛନ୍ତି। ପିତା ଦିବାକର ପ୍ରସାଦ ସିଂହ କହୁଥିଲେ ପାଠପଢା ହିଁ ଏକମାତ୍ର ରାସ୍ତା, ଯେଉଁଥିରୁ ଗରିବୀ ଅବସ୍ଥାରୁ ବାହାରି ହେବ। ପିତାଙ୍କ ପ୍ରେରଣା , ମାତାଙ୍କ ଆଶୀର୍ବାଦ , ପରିବାର ଲୋକଙ୍କ ସ୍ନେହଶ୍ରଦ୍ଧା, ଆଜି ଏହି ସୁନେଲୀ ଦିନକୁ ସାମ୍ନାକୁ ଆଣିଛି। ତାଙ୍କର ବର୍ଷ ବର୍ଷର ତପସ୍ୟା ଓ ମନୋକାମନା ପୂରା ହୋଇ ଯାଇଛି।

ଆକାଶ କହିଛନ୍ତି, ମୋର ଭରସା ଥିଲା ଯେ , ଇଣ୍ଟର ସାଇନ୍ସରେ ମଧ୍ୟ ରାଜ୍ୟରେ ସ୍ଥାନ ମିଳିବ, କିନ୍ତୁ ଦ୍ୱିତୀୟ ସ୍ଥାନ ପ୍ରାପ୍ତ କରିବା ପରେ ଖୁବ୍‌ ଖୁସି ହେଉଛି। ଆଉ କିଛି ଚେଷ୍ଟା କରିଥିଲେ ଷ୍ଟେଟ୍‌ ଟପର ମଧ୍ୟ ହୋଇ ଯାଇଥାନ୍ତି। ସେ କହିଛନ୍ତି କି, ପଢି ଲେଖି ନିଟ୍‌ ପରୀକ୍ଷାରେ ଭଲ ରାଙ୍କ୍‌ ନେଇ ବଡ଼ ମେଡିକାଲ କଲେଜରେ ଆଡମିସନ ନେବାର ଅଛି। ପିଲାର ଖୁସିରେ ବିହୋର ହୋଇ ମାତା ଶାନ୍ତି ଦେବୀ ଓ ଜେଜେମାଆ ମୁଙ୍ଗିଆଦେବୀ କହିଛନ୍ତି ଯେ , ପାଠପଢା ପ୍ରତି ପୁଅ ଏତେ ସମର୍ପିତ ଥିଲା ଯେ ,କେବେ କେବେ ଖାଇବା ପିଇବା ମଧ୍ୟ ଭୁଲି ଯାଉ ଥିଲା। ଆମକୁ ଯାଇ ତାକୁ ଖୁଆଇବାକୁ ପଡ଼ୁଥିଲା। ଝାଟି ମାଟି ଘରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା କୌଣସି ରୋଲ୍‌ ମଡେଲ ଠାରୁ କମ୍‌ନୁହେଁ । ଆକାଶ ସଫଳତା ହାସଲ କରି ସାବ୍ୟସ୍ତ କରି ଦେଇଛନ୍ତି ଯେ, ଯଦି ଜଣେ ପଢା ପ୍ରତି ସମର୍ପିତ ହୋଇଯାଏ ,ଗରିବୀ କେବେ ବି ସଫଳତାର ରାସ୍ତା ରୋକି ପାରିବ ନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.