ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ବିହାର ଭୋଟର ତାଲିକାରୁ କଟିପାରେ ୩୭ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ

Published By : Tapas Panda | July 18, 2025 9:58 PM

Image Courtesy: dynamitenews

ପାଟନା: ବିହାରରେ ଚାଲିଥିବା ଭୋଟର ଯାଞ୍ଚ ପ୍ରକ୍ରିୟା (SIR) ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ, ନିର୍ବାଚନ କମିଶନଙ୍କ ସଦ୍ୟତମ ସୂଚନା ଅନୁଯାୟୀ, ବିହାରରେ ଯେଉଁ ଭୋଟରମାନେ ସେମାନଙ୍କ ଠିକଣାରେ ମିଳୁନାହାନ୍ତି ସେମାନଙ୍କ ସଂଖ୍ୟା ୩୫ ଲକ୍ଷରୁ ବୃଦ୍ଧି ପାଇ ପ୍ରାୟ ୩୭ ଲକ୍ଷରେ ପହଞ୍ଚିଛି ।  ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ମୃତ୍ୟୁ ହୋଇଛି । କିଛି ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । ସେହିଭଳି କିଛି ଭୋଟର ଅନ୍ୟ ସ୍ଥାନରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି । ଏପରି ପରିସ୍ଥିତିରେ, ଯଦି BLA (ବୁଥ୍ ଲେବଲ୍ ଏଜେଣ୍ଟ) ଦ୍ୱାରା କ୍ରସ୍ ଯାଞ୍ଚ ପରେ ମଧ୍ୟ ଏହି ସୂଚନା ସଠିକ୍ ବୋଲି ଜଣାପଡ଼େ, ତେବେ ଏହି ଲୋକଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ଦିଆଯିବ । 

ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୯୦.୧୨ ପ୍ରତିଶତ ଫର୍ମ ପୂରଣ କରାଯାଇଛି । ପ୍ରାୟ ୪.୬୭ ପ୍ରତିଶତ ଭୋଟର ସେମାନଙ୍କ ଠିକଣାରେ ନାହାନ୍ତି । ସେମାନଙ୍କ ମଧ୍ୟରୁ କିଛି ମୃତ୍ୟୁବରଣ କରିଛନ୍ତି, କିଛି ଅନ୍ୟ ସ୍ଥାନକୁ ଚାଲିଯାଇଛନ୍ତି । କିଛି ଲୋକ ଏକାଧିକ ସ୍ଥାନରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି । ଯାଞ୍ଚ ହୋଇନଥିବା ଭୋଟରଙ୍କ ପାଇଁ ଫର୍ମ ଦାଖଲ କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି । 

ପ୍ରାୟ ୫.୨ ପ୍ରତିଶତ ଗଣନା ଫର୍ମ ଏପର୍ଯ୍ୟନ୍ତ ଗ୍ରହଣ କରିବାକୁ ବାକି ଅଛି । ସରକାରୀ ସଂଖ୍ୟା ଅନୁଯାୟୀ, ଡିଜିଟାଲ୍ ମାଧ୍ୟମରେ ପ୍ରାପ୍ତ ଫର୍ମ ସଂଖ୍ୟା ୬.୮୫ କୋଟିରୁ ଅଧିକ ଥିଲା, ଯାହା ମୋଟ ଗଣନାର ପ୍ରାୟ ୮୭ ପ୍ରତିଶତ । ଡ୍ରାଫ୍ଟ ଭୋଟର ତାଲିକା ୧ ଅଗଷ୍ଟ, ୨୦୨୫ ରେ ପ୍ରକାଶିତ ହେବ ଏବଂ ଏହା ପରେ ସଂଶୋଧନ ପାଇଁ ଗୋଟିଏ ମାସର ସମୟ ଦିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.