ପ୍ରମୂଖ ଖବର
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ନୋଏଡାରେ ଗୋଟିଏ ସହ ଆଉ ଗୋଟିଏ ମାଗଣାରେ ମିଳୁଛି ମଦ , ଦୋକାନରେ ଲୋକଙ୍କ ଜମିଛି ଭିଡ଼

Published By : Prameya | March 25, 2025 10:38 PM

ନୋଏଡା : ମଦ ପିଉଥିବା ଲୋକଙ୍କ ପାଇଁ ଉତ୍ତର ପ୍ରଦେଶରେ ଯେମିତି ଭଲ ଦିନ ଆସିଛି। ନୋଏଡା ସମେତ ସବୁ ଜିଲ୍ଲାରେ ଏବଂ ପାଖାପାଖି ସବୁ ମଦ ଦୋକାନରେ ଏହି ସମୟରେ ମଦର ବିକ୍ରି ଲାଗିଛି। ବିକ୍ରି ଏମିତି କି ଗୋଟିଏ ବୋତଲର ଦାମ୍‌ରେ ଦୁଇଟି ବୋତଲ ମିଳୁଛି। ଏହି ଖବର ମିଳିବା କ୍ଷଣି ମଦ ଦୋକାନ ଗୁଡ଼ିକରେ ମଦ ପିଉଥିବା ଲୋକଙ୍କର ଲମ୍ୱା ଲାଇନ୍‌ ଲାଗିଛି। ପରିସ୍ଥିତି ଏମିତି କି, ସାଧାରଣ ଭାବେ ଗୋଟିଏ ବୋତଲ ମଦ କିଣୁଥିବା ଲୋକ ମଧ୍ୟ ପେଟି କିଣି ନେଉ ଯାଉଛନ୍ତି। ଏହି ସ୍ଥିତି ମାର୍ଚ୍ଚ କ୍ଲୋଜର କାରଣରୁ ହୋଇଛି। 

ଉଲ୍ଲେଖନୀୟ ଯେ, ୧ ଅପ୍ରେଲରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଯିବ। ଏହା ସହ ନୂଆ ମଦର ନୂଆ କଣ୍ଟ୍ରାକ୍ଟ ଆରମ୍ଭ ହୋଇଯିବ। ଯଦି ପୁରୁଣା କଣ୍ଟ୍ରାକ୍ଟରଙ୍କୁ ନୂଆ କଣ୍ଟ୍ରାକ୍ଟ ମିଳବ ନାହିଁ , ସେତେବେଳେ ତାଙ୍କୁ ନିଜ ଦୋକାନ ବନ୍ଦ କରିବାକୁ ହେବ। ଏହି ସ୍ଥିତିରେ ସବୁ କଣ୍ଟ୍ରାକ୍ଟର ନିଜ ଗୋଦାମରେ ଥିବା ଷ୍ଟକ୍‌କୁ ଖାଲି କରିବା ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ ଅଧିକାଂଶ ଦୋକାନରେ ଥିବା ପୁରୁଣା ଷ୍ଟକ୍‌ର ବିକ୍ରି ଆରମ୍ଭ ହୋଇ ଯାଇଛି। କୌଣସି ଦୋକାନରେ ଗୋଟିଏ ବୋତଲର ଦାମ୍‌ରେ ଦୁଇ ବୋତଲ ଦିଆ ଯାଉଛି ତ କିଛି ଦୋକାନରେ ମଦର ଦାମ୍‌ ଅଧା କରି ଦିଆ ଯାଇଛି। 

ଏହି ଖବର ମଦ ପିଉଥିବା ଲୋକଙ୍କୁ ଖୁସି କରିଛି। ମଙ୍ଗଳବାର ଦ୍ୱିପ୍ରହରରେ ନୋଏଡାରେ ବହୁ ସଂଖ୍ୟାରେ ଲୋକେ ମଦ ଦୋକାନରେ ପହଞ୍ଚି ଭିଡ଼ ଜମାଇଛନ୍ତି। ପ୍ରଖର ଖରାକୁ ଖାତିର ନକରି , ଘଣ୍ଟା ଘଣ୍ଟା ଲାଇନରେ ଠିଆ ହେଉଛନ୍ତି ଏବଂ ନିଜ ପସନ୍ଦର ମଦର ହାଇଡୋଜ୍‌  କିଣିବା ପରେ ହିଁ ଘରକୁ ଫେରୁଛନ୍ତି। ଅନେକ ଲୋକ ତ ଏମିତି ନଜର ଆସିଛନ୍ତି , ଯିଏ ବୋତଲ ନୁହେଁ, ପୂରା ପେଟି ହିଁ ନେଇ ଦୋକାନରୁ ବାହାରୁଛନ୍ତି। କିଛି ଏମିତି ସ୍ଥିତି ମୁଜଫର ନଗର , ଗାଜିଆବାଦ ,ମିରଟ, ଆଗ୍ରା , ବଲିଆ ଓ ଗାଜିପୁର ଆଦି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳୁଛି। 

କୁହାଯାଉଛି ଯେ, ମଦ ଦୋକାନରେ ଅନେକ ଲୋକ ତ ନିଜ ଅଫିସରୁ ଛୁଟି ନେଇ ବା ପୁଣି ଦୋକାନ ବନ୍ଦ କରି ପହଞ୍ଚିଛନ୍ତି। ପଚାରିବାରୁ କହୁଛନ୍ତି କି, ତାଙ୍କର ଛୁଟି ବାକି ରହି ଥିଲା , ଏଥିପାଇଁ ଏହି ବାହାନାରେ ଗୋଟିଏ ଦିନର ଛୁଟି ତ ନେଇଛି , ଆସନ୍ତା ମାସ ପାଇଁ ଷ୍ଟକ୍‌ ବି ଜମା କରି ନେଇଛୁ। ଏତେ ଶସ୍ତା ମଦ ଆସନ୍ତା ବର୍ଷେ ଯାଏ ମିଳିବ ନାହିଁ। ବରଂ ନୂଆ କଣ୍ଟ୍ରାକ୍ଟ ଆରମ୍ଭ ହେବା ପରେ ମଦର ମୂଲ୍ୟ ଆହୁରି ବଢି ଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.