ପ୍ରମୂଖ ଖବର
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

କେମିତି ହେବ ଦେଶର ନୂଆ ଉପରାଷ୍ଟ୍ରପତି ନିର୍ବାଚନ ? କ'ଣ କହୁଛି ସମ୍ବିଧାନ

Published By : Ankita S | July 22, 2025 11:03 AM

ନୂଆଦିଲ୍ଲୀ,୨୨/୦୭:  ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ପଦ ଛାଡ଼ିଥିବା କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ  ଇସ୍ତଫା ପତ୍ର ଦେଇଛନ୍ତି । ସମ୍ବିଧାନ ଅନୁସାରେ, ଏବେ ଆଗାମୀ ୬୦ ଦିନ ଭିତରେ ଉପରାଷ୍ଟ୍ରପତି ପଦ ଲାଗି ଔପଚାରିକ ଭାବେ ନିର୍ବାଚନ କରାଯିବ । ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଅତିରିକ୍ତ ଭାବେ ଉପରାଷ୍ଟ୍ରପତିଙ୍କ ଦାୟିତ୍ୱ ତୁଲାଇବେ । ତେବେ କିପରି ହେବ ନୂଆ ଉପରାଷ୍ଟ୍ରପତି ନିର୍ବାଚନ । କ'ଣ କହୁଛି ସମ୍ବିଧାନ ଜାଣନ୍ତୁ ଏହି ରିପୋର୍ଟରେ  ।

କାହିଁକି ଇସ୍ତଫା ଦେଲେ ଜଗଦୀପ ଧନଖଡ଼ ? ଜଗଦୀପ ଧନଖଡ଼ ଗତକାଲି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ପଦ ଛାଡ଼ିଥିବା କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଧନଖଡ଼ ଲେଖିଛନ୍ତି, ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ଏବଂ ଡାକ୍ତରଙ୍କ ପରାମର୍ଶକୁ ପାଳନ କରି ସେ ଏହି ନିଷ୍ପତ୍ତି ନେଇଛନ୍ତି । ସମ୍ବିଧାନର ଧାରା ୬୭(ଏ) ଅନୁଯାୟୀ ସେ ପଦକ୍ଷେପ ନେଇଛନ୍ତି । ୨୦୨୨ ଅଗଷ୍ଟରେ ଉପରାଷ୍ଟ୍ରପତି ହୋଇଥିଲେ ଜଗଦୀପ ଧନଖଡ଼ । ତାଙ୍କ କାର୍ଯ୍ୟକାଳ ୨୦୨୭ ଯାଏ ଥିଲା । ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ନିକଟରେ ଦିଲ୍ଲୀ ଏମ୍ସରେ ଧନଖଡ଼ଙ୍କର ଏନଜିଓପ୍ଲାଷ୍ଟିକ ହୋଇଥିଲା । ଚଳିତବର୍ଷ ମାର୍ଚ୍ଚରେ କିଛି ଦିନ ପାଇଁ ହସ୍ପିଟାଲେ ଭର୍ତ୍ତି ହୋଇଥିଲେ ।

ଉପରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ? ଭାରତୀୟ ସମ୍ବିଧାନର ଧାରା ୬୬ ଅନୁଯାୟୀ, ଉପରାଷ୍ଟ୍ରପତିଙ୍କୁ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଅନୁସାରେ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ନେଇ ନିର୍ବାଚନ କରାଯାଏ । ଏହି ପ୍ରକ୍ରିୟାରେ, ଭୋଟରମାନେ ପ୍ରାର୍ଥୀମାନଙ୍କୁ ସେମାନଙ୍କ ପସନ୍ଦ ଅନୁସାରେ କ୍ରମାନୁସାରେ ସ୍ଥାନିତ କରନ୍ତି । ସେମାନେ ସେମାନଙ୍କର ପ୍ରଥମ, ଦ୍ୱିତୀୟ, ତୃତୀୟ ଏବଂ ଅନ୍ୟାନ୍ୟ ପସନ୍ଦ ମଧ୍ୟ ବାଛନ୍ତି । ଭୋଟରମାନଙ୍କ ମଧ୍ୟରେ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟ ଅନ୍ତର୍ଭୁକ୍ତ ।

ଉପରାଷ୍ଟ୍ରପତି ହେବାକୁ ଆବଶ୍ୟକୀୟ ଯୋଗ୍ୟତା

.ଉପରାଷ୍ଟ୍ରପତି ଭାରତର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦ ।

. ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୫ ବର୍ଷ ।

. ପ୍ରାର୍ଥୀ ଭାରତର ନାଗରିକ ହେବା ଆବଶ୍ୟକ।

. ପ୍ରାର୍ଥୀଙ୍କ ବୟସ ୩୫ ବର୍ଷ ପୂରଣ ହୋଇଥିବା ଆବଶ୍ୟକ।

. ପ୍ରାର୍ଥୀ ରାଜ୍ୟସଭାର ସଦସ୍ୟ ଭାବରେ ନିର୍ବାଚିତ ହେବା  ଆବଶ୍ୟକ।

.ପ୍ରାର୍ଥୀ ଭାରତ ସରକାର କିମ୍ବା ରାଜ୍ୟ ସରକାର କିମ୍ବା କୌଣସି ଅଧୀନସ୍ଥ ସ୍ଥାନୀୟ କର୍ତ୍ତୃପକ୍ଷ ଅଧୀନରେ କୌଣସି ଲାଭଜନକ ପଦବୀରେ ରହିନଥିଲେ ।

ନିର୍ବାଚନ ପର୍ଯ୍ୟନ୍ତ କିଏ ଦାୟିତ୍ୱ ସମ୍ଭାଳିବେ ?ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏବେ  ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ତାଙ୍କ ସ୍ଥାନରେ କିଏ ଦାୟିତ୍ୱ ନେବେ । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ଯଦି ସେ ଇସ୍ତଫା ଦିଅନ୍ତି କିମ୍ବା ବିୟୋଗ ହୁଏ ତେବେ ତାଙ୍କ ସ୍ଥାନରେ କିଏ ଦାୟିତ୍ୱ ସମ୍ଭାଳିବେ  ସମ୍ବିଧାନ କିଛି ଲେଖାନାହିଁ । ତଥାପି, ସମ୍ବିଧାନର ଏକମାତ୍ର ବ୍ୟବସ୍ଥା ହେଉଛି ରାଜ୍ୟସଭାର ଅଧ୍ୟକ୍ଷ କିମ୍ବା ରାଷ୍ଟ୍ରପତିଙ୍କ ଦ୍ୱାରା ନାମିତ କୌଣସି ସଦସ୍ୟ ଉପରାଷ୍ଟ୍ରପତି ଦାୟିତ୍ୱ ତୁଲାଇବେ । କାରଣ କାମଚଳା ଉପରାଷ୍ଟ୍ରପତି ପାଇଁ କୌଣସି ନିଯୁକ୍ତି ହୁଏ ନାହିଁ । ଏହି ପଦ ଖାଲି ରହିଥାଏ ।

କଣ ସମ୍ବିଧାନ ବ୍ୟବସ୍ଥା ? ଧାରା ୬୮ ଅନୁଯାୟୀ, ଯଦି ଉପରାଷ୍ଟ୍ରପତି ଇସ୍ତଫା କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦବୀ ଖାଲି ହୁଏ, ଯଥାଶୀଘ୍ର ନିର୍ବାଚନ ଅନୁଷ୍ଠିତ ହୁଏ । ସାନି ନିର୍ବାଚନ ନହେବା ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ପଦବୀ ଖାଲି ରହିଥାଏ । ନିର୍ବାଚନ ସ୍ୱଚ୍ଛ ଭାବରେ ଅନୁଷ୍ଠିତ ହୁଏ । ଯିଏ ନିର୍ବାଚିତ ହୁଅନ୍ତି, ତାଙ୍କୁ ସେହି ଦିନଠାରୁ ୫ ବର୍ଷ ପାଇଁ କାର୍ଯ୍ୟକାଳ ମିଳିଥାଏ । ନିର୍ବାଚିତ ବ୍ୟକ୍ତି ଧାରା ୬୯ ଅନୁଯାୟୀ ଶପଥ ଗ୍ରହଣ କରନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.