ପ୍ରମୂଖ ଖବର
  • ପଟ୍ଟାମୁଣ୍ଡାଇ : ମା'କୁ ପିଟି ପିଟି ମାରିଦେଲା ପୁଅ
  • ||
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ଦ୍ୱିତୀୟ ଦିନରେ ବି ସରଗରମ ଗୃହ, ବିହାରର SIR ବିରୋଧରେ ବିରୋଧୀଙ୍କ ବିକ୍ଷୋଭ

Published By : Ankita S | July 22, 2025 1:09 PM

ନୂଆଦିଲ୍ଲୀ,୨୨/୦୭: ସଂସଦର ମୌସୁମୀ ଅଧିବେଶନ ଦ୍ବିତୀୟ ଦିନରେ ବି ସରଗରମ ଗୃହ । 'ଅପରେସନ୍ ସିନ୍ଦୂର' ଉପରେ ଲୋକସଭାରେ ଆଲୋଚନା ଦାବି କରି ହଙ୍ଗମା କରିଛନ୍ତି ବିରୋଧୀ । ଏହା ସିହତ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଦାବି କରିଛନ୍ତି ବିରୋଧୀ ସାଂସଦ । ଆଜି ଅଧିବେଶନର ଦ୍ବିତୀୟ ଦିନରେ ଏସଆଇର (ସ୍ପେସିଆଲ ଇନଣ୍ଟେନସିବ ରିଭ୍ୟୁ) ବିରୋଧରେ ଇଣ୍ଡିଆ ମେଣ୍ଟ ଏକାଠୀ ହୋଇଛନ୍ତି । ସଂସଦ ମକର ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋକସଭା ସାଂସଦ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସମେତ ବିରୋଧୀ ଦଳ ସଂସଦ ପାର୍ଲାମେଣ୍ଟ ମକର ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ, ସପା ସମେତ ବିରୋଧୀ ଦଳ ସାର୍ ବିରୋଧରେ ନାରାବାଜି କରିଥିଲେ । ଲୋକସଭାକୁ ଅପରାହ୍ନ ୨ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।

'ଅପରେସନ୍ ସିନ୍ଦୂର' ଉପରେ ଚର୍ଚ୍ଚା ଦାବି- ଲୋକସଭାରେ 'ଅପରେସନ୍ ସିନ୍ଦୂର'କୁ ନେଇ ଆସନ୍ତା ସପ୍ତାହରେ ସଂସଦରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଉଭୟ ଗୃହରେ ଅର୍ଥାତ ରାଜ୍ୟସଭା ଓ ଲୋକସଭାରେ ମୋଟ୍ ୨୫ ଘଣ୍ଟା ସମୟ ନିର୍ଦ୍ଧାରିତ ହୋଇଛି । ଲୋକସଭାରେ ୧୬ ଘଣ୍ଟା ଓ ରାଜ୍ୟ ସଭାରେ ୯ ଘଣ୍ଟା ସମୟ ସ୍ଥିର ହୋଇଛି । ଏହା ସିହତ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀଙ୍କ ଉପସ୍ଥିତି ଦାବି କରିଛନ୍ତି ବିରୋଧୀ ସାଂସଦ । ଏହାଛଡା ଆୟକର ଟ୍ୟାକ୍ସ ଉପରେ ୧୨ ଘଣ୍ଟା, ଜାତୀୟ ଖେଳ ବିଧେୟକ ଉପରେ ୮ ଘଣ୍ଟା ଓ ମଣିପୁର ବଜେଟ୍ ଉପରେ ୨ ଘଣ୍ଟା ଚର୍ଚ୍ଚା ହେବାକୁ ସ୍ଥିର ହୋଇଛି ।

ସେପଟେ ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ମଞ୍ଜୁରୀ ମିଳିଛି । ଅଧିସୂଚନା ଜାରି ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ସ୍ୱାସ୍ଥ୍ୟଗତ କାରଣ ପାଇଁ ପଦରୁ ଇସ୍ତଫା ଦେଇଥିଲେ ଧନଖଡ଼ । ଯାହା ସମସ୍ତଙ୍କୁ ଚକିତ କରିଛି । ଧନଖରଙ୍କ ହଠାତ୍ ଇସ୍ତଫା ପରେ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଧନଖଡ଼ଙ୍କ ଅଚାନକ ଇସ୍ତଫାକୁ ନେଇ ନେତା, ମନ୍ତ୍ରୀ ଚକିତ ହୋଇଛନ୍ତି । ଏହାରି ଭିତରେ ଧନଖଡ଼ଙ୍କ ଇସ୍ତଫାକୁ ମଞ୍ଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ କରିଥିବା ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ଏ ସମ୍ପର୍କରେ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରାଯିବ ବୋଲି କହିଛନ୍ତି । ୨୦୨୨ ଅଗଷ୍ଟ ୬ରେ ନିର୍ବାଚିତ ହୋଇଥିଲେ ଧନଖଡ଼ । ଆହୁରି ୨ ବର୍ଷ କାର‌୍ୟ୍ୟକାଳ ଥିଲା । ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ୬୦ ଦିନରେ ସାନି ନିର୍ବାଚନ ହେବ । ଦେଶକୁ ନୂଆ ଉପରାଷ୍ଟ୍ରପତି ମିଳିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.