ପ୍ରମୂଖ ଖବର
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ସବୁଠୁ ସୁରକ୍ଷିତ ଏହି ଦେଶ, ମାତ୍ର ୮୦ ହଜାର ଜନସଂଖ୍ୟା: ଭାରତ-ଆମେରିକା ଏବଂ ୟୁକେକୁ ପକାଇଲା ପଛରେ

Published By : Harapriya Biswal | July 22, 2025 6:48 PM

ନୂଆଦିଲ୍ଲୀ,୨୨।୭:  ବରଫ ପାହାଡ ଭିତରେ ଥିବା ୟୁରୋପର ଏକ ଛୋଟିଆ ଦେଶ ଏବେ ସୁରକ୍ଷା ମାମଲାରେ ଦୁନିଆର ବଡ଼ ବଡ଼ ଦେଶକୁ ପଛରେ ପକାଇ ଦେଇଛି। ଏହା ଏବେ ୨୦୨୫ର ସବୁଠାରୁ ସୁରକ୍ଷିତ ଦେଶ ପାଲଟିଛି। ସେଭଳି ତେଲ ଓ ଟେକ୍ନୋଲୋଜି ଦମ୍‌ରେ ଚମକୁଥିବା ମିଡିଲ ଇଷ୍ଟ ଦେଶ ୟୁଏଇ, କତର ଓ ଓମାନରେ ମଧ୍ୟ ଟପ୍ ୫ ସ୍ଥାନରେ ସ୍ଥାନ ପାଇବାରେ ସଫଳ ହୋଇଛି। ସବୁଠାରୁ ବଡ଼ କଥା ହେଲ ଆମେରିକା ଓ ବ୍ରିଟେନ୍ ଭଳି ବିକଶିତ ଦେଶକୁ ଭାରତ ପଛରେ ପକାଇଛି। ତେବେ ପାକିସ୍ତାନ ରାଙ୍କିଙ୍ଗରେ ଭାରତଠାରୁ ଆଗରେ ରହିଛି।

ନାମ୍ବିୟା ସେଫଟି ଇଣ୍ଡେକ୍ସ ୨୦୨୫ ରେ ଏଡୋରା ୮୪.୭ ସ୍କୋର ସହ ଦୁନିଆର ସବୁଠାରୁ ସୁରକ୍ଷିତ ଦେଶ ପାଲଟିଛି। ଏହାପରେ ୟୁଏଇ (୮୪.୫), କତର (୮୪.୨), ତାଇଓ୍ବାନ (୮୨.୯) ଏବଂ ଓମାନ (୮୧.୭) ଟପ୍ ୫ରେ ସାମିଲ ହୋଇଛି। ଟପ୍ ୧୦ ସୂଚୀର ଆଗରେ ଆଇଲ ଅଫ୍ ମ୍ୟାନ୍ (୭୯.୦), ହଂକଂ (୭୮.୫), ଅର୍ମେନିଆ(୭୭.୯), ସିଙ୍ଗାପୁର (୭୭.୪) ଓ ଜାପାନ (୭୭.୧) ଭଳି ଦେଶ ରହିଛି। ଯେଉଁଠାରେ ସେଠାର ନାଗରିକ ନିଜକୁ ସବୁଠାରୁ ଅଧିକ ସୁରକ୍ଷିତ ଅନୁଭବ କରନ୍ତି। 

ଭାରତରୁ ୧୪୭ ଦେଶରେ ୬୬ ତମ ସ୍ଥାନ(ସ୍କୋର ୫୫.୭) ମିଳିଛି, ସେଭଳି ଆମେରିକା (୮୯ ତମ ସ୍ଥାନ, ସ୍କୋର ୫୦.୮) ଓ ୟୁନାଇଟେଡ କିଙ୍ଗଡମ୍ (୮୭ ତମ ସ୍ଥାନ, ସ୍କୋର ୫୧.୭)ରୁ ଭଲ ପ୍ରଦର୍ଶନ କରୁଛି। ଏହା ସେହି ଦେଶ ପାଇଁ ଖୁବ୍ ଆଶ୍ଚର୍ଯ୍ୟଜନକ କଥା ହୋଇପାରେ, ଯାହାଙ୍କୁ ଏପର୍ଯ୍ୟନ୍ତ ସବୁଠାରୁ ‘ସୁରକ୍ଷିତ ଓ ସ୍ଥିର’ ରାଷ୍ଟ୍ର ଭାବରେ ମନେ କରାଯାଉଛି। ଦକ୍ଷିଣ ଏସିଆ କଥା ଯଦି ହେବା ତେବେ ଚୀନ୍ ୭୬.୦ ସ୍କୋର ସହ ୧୫ ତମ ସ୍ଥାନ ହାସଲ କରିଛି, ଯାହାକି ସାଉଥ ଏସିଆରେ ସବୁଠାରୁ ଭଲ। ଏହାପରେ ଶ୍ରୀଲଙ୍କା (୫୯ ତମ ସ୍ଥାନ,ସ୍କୋର ୫୭.୯), ପାକିସ୍ତାନ (୬୫ ତମ, ସ୍କୋର ୫୬.୩) ଓ ଭାରତ (୬୬ ତମ, ସ୍କୋର ୫୫.୭) ରହିଛି। ସେଭଳି ବାଂଲାଦେଶକୁ ୧୨୬ ତମ ସ୍ଥାନ (ସ୍କୋର ୩୮.୪)ରେ ରଖାଯାଇଛି। ସେଭଳି ଅଫଗାନିସ୍ତାନ ଖୁବ୍ ୨୪.୯ର ଖୁବ୍ କମ୍ ସ୍କୋର ସହ ୧୪୪ ତମ ସ୍ଥାନରେ ରହିଛି ଓ ସବୁଠାରୁ ଅସୁରକ୍ଷିତ ଦେଶର ସୂଚିରେ ସାମିଲ ହୋଇଯାଇଛି। ଏଥିରେ ଭେନେଜୁଏଲା (ସ୍କୋର ୧୯.୩) ସବୁଠାରୁ ତଳେ। ଏହାପରେ ପାପୁଆ ନ୍ୟୁ ଗିନି(୧୯.୭), ହେତି (୨୧.୧), ଅଫଗାନିସ୍ତାନ (୨୪.୯), ଦକ୍ଷିଣ ଆଫ୍ରିକା (୨୫.୩), ହୋଣ୍ଡୁରାସ (୨୮.୦), ତ୍ରିନିଦାଦ ଆଣ୍ଡ ଟର୍ବେଗୋ (୨୯.୧), ସିରିଆ (୩୧.୯), ଜମାଇକା (୩୨.୬) ଓ ପେରୁ (୩୨.୯)ର ନାଁ ରହିଛି। ଯେଉଁଠି ଲୋକଙ୍କୁ ସୁରକ୍ଷା ନେଇ ସବୁଠାରୁ ଅଧିକ ଚିନ୍ତା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.