ପ୍ରମୂଖ ଖବର
  • ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ପୁରୀ ଜିଲ୍ଲାପାଳ
  • ||
  • ପଟ୍ଟାମୁଣ୍ଡାଇ : ମା'କୁ ପିଟି ପିଟି ମାରିଦେଲା ପୁଅ
  • ||
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ରାଜ୍ୟ ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ ସମୟ ସୀମା ସ୍ଥିର କରାଯାଇପାରିବ କି? କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକଠାରୁ ଉତ୍ତର ମାଗିଲେ ସୁପ୍ରିମକୋର୍ଟ

Published By : Soubhagya Ranjan | July 22, 2025 11:11 PM

Image source: Jagran

ନୂଆଦିଲ୍ଲୀ,୨୨/୦୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପଠାଯାଇଥିବା ସନ୍ଦର୍ଭ ପତ୍ର (ପ୍ରାସିଡେଂସିଆଲ୍‌ ରେଫରେନ୍ସ) ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟକୁ ନୋଟିସ୍ ଜାରି କରି ସେମାନଙ୍କ ଜବାବ ମାଗିଛନ୍ତି। ମୁଖ୍ୟ ବିଚାରପତି ବି.ଆର. ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକଠାରୁ ଜବାବ ମାଗିଛନ୍ତି ଏବଂ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ସନ୍ଦର୍ଭ ପତ୍ରରେ ଉଠାଯାଇଥିବା ସାମ୍ବିଧାନିକ ପ୍ରଶ୍ନର ପ୍ରଭାବ ସମଗ୍ର ଦେଶ ଉପରେ ପଡ଼ିବ।

ଜୁଲାଇ ୨୯ରେ ହେବ ମାମଲାର ଆଗାମୀ ଶୁଣାଣୀ:

କୋର୍ଟ ଆସନ୍ତା ସପ୍ତାହରେ ଜୁଲାଇ ୨୯ ତାରିଖରେ ମାମଲାର ପୁନର୍ବାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ଏକ ସନ୍ଦର୍ଭ ପତ୍ର ପଠାଇ କହିଛନ୍ତି ଯେ ଯେତେବେଳେ ସମ୍ବିଧାନ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ରାଜ୍ୟ ବିଧାନସଭା ଦ୍ୱାରା ଗୃହୀତ ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରିନାହିଁ, ସେତେବେଳେ କୋର୍ଟ ଏକ ସମୟ ସୀମା ସ୍ଥିର କରିପାରିବେ କି? ରାଷ୍ଟ୍ରପତି ମୋଟ ୧୪ଟି ସାମ୍ବିଧାନିକ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟଙ୍କ ମତାମତ ଲୋଡିଛନ୍ତି।

'ଣ କହୁଛି ନିୟମ

ନିୟମ ଅନୁଯାୟୀ, ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ରାଷ୍ଟ୍ରପତିଙ୍କ ସୁପାରିଶ ପତ୍ରର ଶୁଣାଣି କରି ରାଷ୍ଟ୍ରପତିଙ୍କ ନିକଟକୁ ନିଜର ମତାମତ ପଠାଇଥାନ୍ତି। ମଙ୍ଗଳବାର ରାଷ୍ଟ୍ରପତିଙ୍କ ଦ୍ୱାରା ପଠାଯାଇଥିବା ସୁପାରିଶ ପତ୍ର ମୁଖ୍ୟ ବିଚାରପତି ବି.ଆର. ଗଭାଇ, ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ବିକ୍ରମ ନାଥ, ବିଚାରପତି ପି.ଏସ. ନରସିଂମ୍ହା ଏବଂ ବିଚାରପତି ଏ.ଏସ. ଚାନ୍ଦୁରକରଙ୍କ ଖଣ୍ଡପୀଠରେ ଶୁଣାଣି କରାଯାଇଥିଲା।

କେନ୍ଦ୍ର ଏବଂ ରାଜ୍ୟକୁ ଜାରି କରାଯିବ ନୋଟିସ୍‌?

ଏହି ମାମଲାର ଏକ ସଂକ୍ଷିପ୍ତ ଶୁଣାଣିରେ, କେରଳ ରାଜ୍ୟ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ କେକେ ଭେନୁଗୋପାଳ ଏବଂ ତାମିଲନାଡୁ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ପି. ୱିଲସନ୍ ରାଷ୍ଟ୍ରପତିଙ୍କ ସୁପାରିଶ ପତ୍ରକୁ ବିରୋଧ କରିଥିଲେ। ସେମାନେ ସୁପାରିଶ ପତ୍ରର ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ଏହାକୁ ପ୍ରଥମେ ବିଚାର କରାଯିବା ଉଚିତ। ସେମାନଙ୍କ ଅନୁରୋଧରେ, ଖଣ୍ଡପୀଠ କହିଥିଲେ ଯେ ମାମଲାର ନିୟମିତ ଶୁଣାଣି ହେଲେ ସେମାନେ ଏହି ପ୍ରସଙ୍ଗଗୁଡ଼ିକ ଉଠାଇପାରିବେ।

ଅଗଷ୍ଟରେ ହେବ ନିୟମିତ ଶୁଶାଣୀ:

କୋର୍ଟ କହିଛନ୍ତି ଯେ ଏହି ମାମଲାର ନିୟମିତ ଶୁଣାଣି ଅଗଷ୍ଟରେ ହେବ। ଗତ ଏପ୍ରିଲ ୮ ତାରିଖରେ ସୁପ୍ରିମକୋର୍ଟ ତାମିଲନାଡୁ ରାଜ୍ୟପାଳଙ୍କ ଦ୍ୱାରା ବିଲ୍ ଗୁଡ଼ିକୁ ଦୀର୍ଘ ସମୟ ଧରି ପଡ଼ି ରହିବା ପ୍ରସଙ୍ଗରେ ନିଷ୍ପତ୍ତି ନେଇ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ପାଇଁ ରାଜ୍ୟର ବିଲ୍ ଗୁଡ଼ିକୁ ଅନୁମୋଦନ କରିବା ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିଥିଲେ। ଏହି ପରିପ୍ରେକ୍ଷୀରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବିଧାନର ଧାରା ୧୪୩ (୧) ଅନୁଯାୟୀ ପ୍ରଦତ୍ତ କ୍ଷମତା ଅନୁଯାୟୀ ସୁପ୍ରିମକୋର୍ଟକୁ ଏକ ରେଫରେନ୍ସ (ରାଷ୍ଟ୍ରପତିଙ୍କ ସନ୍ଦର୍ଭ) ପଠାଇ ମତାମତ ଲୋଡିଛନ୍ତି। ପଠାଯାଇଥିବା ରେଫରେନ୍ସରେ ମୋଟ ୧୪ଟି ପ୍ରଶ୍ନ ଉପରେ ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କଠାରୁ ମତାମତ ଲୋଡ଼ିଛନ୍ତି।

ରେପରେନ୍ସରେ କ'ଣ ପଚରାଯାଇଛି

ସନ୍ଦର୍ଭରେ ପଚରାଯାଇଛି ଯେ ଯେତେବେଳେ ସମ୍ବିଧାନରେ ବିଲ୍ ଅନୁମୋଦନ ପାଇଁ କୌଣସି ସମୟ ସୀମା ନାହିଁ, ତେବେ କ’ଣ ନ୍ୟାୟିକ ନିର୍ଦ୍ଦେଶ ମାଧ୍ୟମରେ ସମୟ ସୀମା ଲାଗୁ କରାଯାଇପାରିବ? କେବଳ ଏତିକି ନୁହେଁ, ନ୍ୟାୟିକ ନିର୍ଦ୍ଦେଶ ମାଧ୍ୟମରେ ବିଲ୍ କୁ ଆଇନ ଭାବରେ ଘୋଷଣା କରିବା ଉପରେ ପ୍ରଶ୍ନ ଉଠାଇ ରାଷ୍ଟ୍ରପତି ପଚାରିଛନ୍ତି ଯେ ରାଜ୍ୟ ବିଧାନସଭା ଦ୍ୱାରା ତିଆରି ଆଇନ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଅନୁମୋଦନ ବିନା କାର୍ଯ୍ୟକାରୀ ହେବ କି?

ରାଷ୍ଟ୍ରପତିଙ୍କ ସନ୍ଦର୍ଭର ପ୍ରାୟ ସମସ୍ତ ପ୍ରଶ୍ନ ସମ୍ବିଧାନର ଧାରା ୨୦୦ ଏବଂ ୨୦୧ ସହିତ ଜଡ଼ିତ, ଯାହା ରାଜ୍ୟ ବିଧାନସଭା ଦ୍ୱାରା ଗୃହୀତ ବିଲ୍ ଉପରେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ସମ୍ମତି ସମ୍ପର୍କରେ ଅଟେ। ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ପଚାରିଛନ୍ତି ଯେ ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ସମ୍ମୁଖରେ ଅନୁମୋଦନ ପାଇଁ ଏକ ବିଲ୍ ଉପସ୍ଥାପନ କରାଗଲେ ତାଙ୍କ ପାଖରେ କ’ଣ ସାମ୍ବିଧାନିକ ବିକଳ୍ପ ଉପଲବ୍ଧ? ରାଜ୍ୟପାଳ କ’ଣ ଅନୁମୋଦନ ପାଇଁ ଉପସ୍ଥାପିତ ବିଲ୍‌ଗୁଡ଼ିକରେ ସମ୍ବିଧାନ ଅନୁଯାୟୀ ଉପଲବ୍ଧ ସମସ୍ତ ବିକଳ୍ପ ବ୍ୟବହାର କରିବା ସମୟରେ ମନ୍ତ୍ରୀ ପରିଷଦ ଦ୍ୱାରା ଦିଆଯାଇଥିବା ପରାମର୍ଶ ଏବଂ ସହାୟତା ଦ୍ୱାରା ଆବଦ୍ଧ କି? ତେବେ ତମାମ ଆଲୋଚନା ପର୍ଯ୍ୟାଲୋଚନା ଉପରେ ଅଗାମୀ ଜୁଲାଇ ୨୯ ତାରିଖରେ ଶୁଣାଣି ହେବାକୁ ଥିବା ବେଳେ ଅଗଷ୍ଟରେ ସମ୍ପୁର୍ଣ୍ଣ ମାମଲା ଉପରେ ନିୟମିତ ଶୁଣାଣି ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.