ନୂଆଦିଲ୍ଲୀ, ୨୨/୭ : ବିହାରରେ ୫୨ ଲକ୍ଷରୁ ଅଧିକ ଭୋଟର ମୃତ । ମଙ୍ଗଳବାର ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ବିହାରରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଂଶୋଧନରୁ ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି, ବିହାରରେ ୫୨ ଲକ୍ଷରୁ ଅଧିକ ଭୋଟର ମୃତ ଥିବାବେଳେ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ କିମ୍ବା ବିଭିନ୍ନ ସ୍ଥାନରେ ନାମ ଥିବା ଜଣାପଡିଛି। ଯେଉଁ ଭୋଟରମାନଙ୍କର ନାଁ ମିଳି ନାହିଁ କିମ୍ବା ଯେଉଁମାନେ ସେମାନଙ୍କ ତାଲିକାଭୁକ୍ତ ଠିକଣାରେ ମିଳି ନାହାଁନ୍ତି, ସେମାନଙ୍କ ପାଖକୁ ପହଞ୍ଚିବା ପାଇଁ ଦଳ ନିୟୋଜିତ କରାଯାଇଛି ।
ନିର୍ବାଚନ କମିଶନ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୪ ଜୁନ୍ ୨୦୨୫ ସୁଦ୍ଧା ବିହାରରେ ମୋଟ ୭.୮୯ କୋଟି ଭୋଟର ଥିଲେ। ଏମାନଙ୍କ ମଧ୍ୟରୁ ୯୦.୬୭ ପ୍ରତିଶତ (୭.୧୬ କୋଟି) ସେମାନଙ୍କର ଗଣନା ଫର୍ମ (ଋୠ) ଦାଖଲ କରିଥିଲେ ଏବଂ ୯୦.୩୭ ପ୍ରତିଶତ (୭.୧୩ କୋଟି) ସେମାନଙ୍କର ଫର୍ମ ଡିଜିଟାଇଜେସନ୍ କରାଯାଇଥିଲା। ନିର୍ବାଚନ କମିଶନ ଉଲ୍ଲେଖ କରିଛନ୍ତି ଯେ, କ୍ଷେତ୍ର ଯାଞ୍ଚରେ ଏ ପର୍ଯ୍ୟନ୍ତ ୧୮.୬୬ ଲକ୍ଷ ମୃତ ଭୋଟର ସ୍ଥାୟୀ ଭାବେ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତରିତ ହୋଇଥିବା ୨୬.୦୧ ଲକ୍ଷ ଭୋଟର ଏବଂ ଗୋଟିଏରୁ ଅଧିକ ସ୍ଥାନରେ ୭.୫ ଲକ୍ଷ ଭୋଟର ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। ଏହା ସହିତ, ୧୧,୪୮୪ ଭୋଟରଙ୍କୁ ଚିହ୍ନଟ କରାଯାଇ ନ ଥିବା ବର୍ଗୀକୃତ କରାଯାଇଥିଲା । ଏକତ୍ର ଏମାନେ ଭୋଟରଙ୍କ ପ୍ରାୟ ୬.୬୨ ପ୍ରତିଶତ।
ନିର୍ବାଚନ କମିଶନଙ୍କ ଅନୁସାରେ, ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଠାରୁ ଆରମ୍ଭ କରି ବୁଥ୍-ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀମାନେ ରାଜ୍ୟର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ସହ ୫୨.୩୦ଲକ୍ଷ ଭୋଟରଙ୍କ ତାଲିକା ବାଣ୍ଟିଥିଲେ। ଏହା ମଧ୍ୟ କହିଛି ଯେ ପ୍ରାପ୍ତ ଗଣନା ଫର୍ମରୁ ୨୧.୩୫ ଲକ୍ଷ ଭୋଟରଙ୍କ ନାମ ଏବେ ବି ଗାଏବ ଅଛି।