ପ୍ରମୂଖ ଖବର
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଛାଡ଼ପତ୍ର ପରେ ସ୍ଵାମୀଙ୍କୁ ଭରଣପୋଷଣରେ ୧୨ କୋଟି ଓ ବିଏମଡବ୍ଲ୍ୟୁ ମାଗିଲେ ସ୍ତ୍ରୀ, ସୁପ୍ରିମକୋର୍ଟ କହିଲେ ଏମିତି...

Published By : Rasmita Pradhan | July 23, 2025 9:24 AM

ନୂଆଦିଲ୍ଲୀ, ୨୩/୦୭ : ଆଧୁନିକ ସମାଜରେ ଟ୍ରେଣ୍ଡ୍ ପାଲଟିଲାଣି ଛାଡ଼ପତ୍ର। ବିବାହର କିଛି ମାସରେ ମନ ମିଶିଲା ତ ଭଲ କଥା, ମନମାଳିନ୍ୟ ହେଲେ ସିଧା ଥାନାରେ ପହଞ୍ଚୁଛି କଥା। କୋର୍ଟରେ ଛିଣ୍ଡି ଯାଉଛି ସାତ ଜନ୍ମର ସମ୍ପର୍କ। ଭରଣପୋଷଣ ନାଁରେ ସ୍ଵାମୀଙ୍କ ଠାରୁ ବେଶ୍ କିଛି ଟଙ୍କା ଅସୁଲ କରୁଛନ୍ତି ସ୍ତ୍ରୀ। ଏଭଳି ଏକ ଛାଡ଼ପତ୍ର ମାମଲାରେ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଉଚ୍ଚ ନ୍ୟାୟାଳୟ କହିଛନ୍ତି, ଉଚ୍ଚ ଶିକ୍ଷିତା ମହିଳାମାନେ ସ୍ୱାମୀଙ୍କୁ ଭରଣପୋଷଣ ମାଗିବା ବଦଳରେ ନିଜେ ଟଙ୍କା ରୋଜଗାର କରି ଚଳିବା ଉଚିତ୍। 

ବିବାହର ମାତ୍ର ୧୮ ମାସ ପରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଥିବାବେଳେ ଭରଣପୋଷଣ ବାବଦରେ ସ୍ୱାମୀଙ୍କଠାରୁ ମୁମ୍ବାଇରେ ଏକ ଫ୍ଲାଟ୍‌, ୧୨ କୋଟି ଟଙ୍କା ଓ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ମାଗିଥିଲେ । ସେହି ମାମଲାରେ ସିଜେଆଇ ବି.ଆର୍‌ ଗଭଇଙ୍କ ଖଣ୍ଡପୀଠ ଶୁଣାଣି କରି ମହିଳା ଜଣଙ୍କୁ ଏକ ପ୍ରସ୍ତାବ ଦେବା ସହ ମାମଲାକୁ ସଂରକ୍ଷିତ ରଖିଛନ୍ତି। କୋର୍ଟ କହିଛନ୍ତି, ମହିଳା ଜଣଙ୍କ ଗୋଟିଏ ଫ୍ଲାଟରେ ସନ୍ତୁଷ୍ଟ ହୁଅନ୍ତୁ କିମ୍ଵା ୪ କୋଟି ନେଇ ଭଲ ଚାକିରି ଖୋଜନ୍ତୁ। 

ମହିଳା ନିଜର ଆବେଦନରେ ଦର୍ଶାଇଥିଲେ ଯେ, ତାଙ୍କ ସ୍ୱାମୀ ବହୁତ ଧନୀ । ସେ ସିଟି ବ୍ୟାଙ୍କ୍‌ରେ ମ୍ୟାନେଜର ଭାବେ କାମ କରନ୍ତି । ତାଙ୍କର ଆଉ ଦୁଇଟି ବ୍ୟବସାୟ ମଧ୍ୟ ରହିଛି । ସେ ସିଜୋଫ୍ରେନିୟା (ମାନସିକ ରୋଗରେ) ପୀଡ଼ିତ ଥିବା ଦର୍ଶାଇ ସ୍ୱାମୀ ତାଙ୍କ ନିକଟରୁ ଛାଡ଼ପତ୍ର ପାଇଁ ଦାବି କରିଛନ୍ତି । ପ୍ରକୃତରେ କିନ୍ତୁ ସେ ମାନସିକ ରୋଗୀ ନୁହନ୍ତି । ସେହିପରି ସ୍ୱାମୀ ତାଙ୍କୁ ପୂର୍ବ ଚାକିରି ଛାଡି଼ବା ଲାଗି ବାଧ୍ୟ କରିଥିଲେ । ସେ ଏକ ସନ୍ତାନ ଚାହୁଁଥିଲେ । କିନ୍ତୁ ସ୍ୱାମୀ ତାଙ୍କୁ ସନ୍ତାନ ଦେଲେ ନାହିଁ । ବରଂ ତାଙ୍କ ବିରୋଧରେ ମିଥ୍ୟା ଏତଲା ରୁଜୁ କରାଇଥିଲେ। ସେଥିଯୋଗୁ ତାଙ୍କୁ ଅନ୍ୟତ୍ର ଚାକିରି ମିଳୁନାହିଁ । ଏପରିକି ତାଙ୍କ ଓକିଲଙ୍କୁ ମଧ୍ୟ ସ୍ୱାମୀ ଉସ୍‌କାଇଥିବା ସେ ଦର୍ଶାଇଥିଲେ । ଏପରିସ୍ଥଳେ ଭରଣପୋଷଣ ବାବଦକୁ ମହିଳା ସ୍ୱାମୀଙ୍କଠାରୁ ମୁମ୍ବାଇର କଳ୍ପତରୁ କଂପ୍ଲେକ୍ସରେ ଏକ ଫ୍ଲାଟ୍‌, ୧୨ କୋଟି ଟଙ୍କା ଓ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ମାଗିଥିଲେ । 

ମାମଲାର ଶୁଣାଣି ସମୟରେ ସିଜେଆଇଙ୍କ ଖଣ୍ଡପୀଠ ମହିଳାଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆପଣଙ୍କ ବିବାହ ମାତ୍ର ୧୮ ମାସ ତିଷ୍ଠିଛି । ଆପଣ ୧୨ କୋଟି, ବିଏମ୍‌ଡବ୍ଲ୍ୟୁ ମାଗୁଛନ୍ତି । କିନ୍ତୁ ଆପଣ ଶ୍ୱଶୁରଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେନି । ଆପଣ ଉଚ୍ଚ ଶିକ୍ଷିତ । ଆଇଟି ବିଶେଷଜ୍ଞ । ଏମ୍‌ବିଏ କରିଛନ୍ତି । ଏହି ପେସାରେ ଲୋକଙ୍କର ବହୁତ ଡିମାଣ୍ଡ ରହିଛି । ପୁନେ, ହାଇଦ୍ରାବାଦ, ବେଙ୍ଗାଲୁରୁରେ ଏକ ଭଲ ଚାକିରି ଖୋଜି ନିଜେ ରୋଜଗାର କରନ୍ତୁ । ଜଣେ ଶିକ୍ଷିତ ବ୍ୟକ୍ତିଙ୍କୁ ନିଜର ଆର୍ଥିକ ସ୍ୱାଧୀନତା ଲାଗି ନିଜେ ଉଦ୍ୟମ କରିବା ଆବଶ୍ୟକ । ଆପଣ ନିଜ ଲାଗି ଭରଣପୋଷଣ ନ ମାଗି ନିଜେ ରୋଜଗାର କରି ଚଳିବା ଉଚିତ୍‌ । ଆମେ ଏତଲା ରଦ୍ଦ କରିଦେବୁ । ଯାହାଫଳରେ ଆପଣ ଚାକିରି କରିପାରିବେ । ଏହାପରେ ସିଜେଆଇ ମହିଳାଙ୍କୁ ଗୋଟିଏ ଫ୍ଲାଟ୍‌ ନେଇ ସନ୍ତୁଷ୍ଟ ହେବାକୁ ନଚେତ ୪ କୋଟି ଟଙ୍କା ନେଇ ଏକ ଭଲ ଚାକିରି ଖୋଜିବାକୁ ପ୍ରସ୍ତାବ ରଖିଥିଲେ । ଏଥିସହ ଉଭୟ ପକ୍ଷକୁ ସେମାନଙ୍କର ସଂପୂର୍ଣ୍ଣ ଆର୍ଥିକ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.